Pratidin TV

Odisha's Digital News Platform

ମରଣଯନ୍ତା ପାଲଟିଛି ୩୦ ବର୍ଷର ପୁରୁଣା ପୋଲ ;ଦୃଷ୍ଟି ଦେଉନି ଜିଲ୍ଲା ପ୍ରଶାସନ…

ଦେଓଗଡ : ବିପଦ ସଂକୁଳ ଅବସ୍ଥାରେ ପୋଲ, ନିଜ ଜୀବନକୁ ବାଜି ଲଗାଇ ପ୍ରତ୍ୟକଦିନ ମରଣମୁହଁରେ ଯିବା ଆଶିବା କରୁଛନ୍ତି ଲୋକେ । ଏପରି ଏକ ଦୃଶ୍ୟ ଦେଖିବାକୁ ମିଳିଛି ଦେବଗଡ଼ ଜିଲ୍ଲା ତିଲେଇବଣି ବ୍ଲକ ବଣିଆକିଣ୍ଡା ଗ୍ରାମରେ । ଆଜକୁ ୩୦ବର୍ଷ ପୂର୍ବେ ଗ୍ରାମର ମଧ୍ୟ ଭାଗରେ ସଂଯୋଗ କରୁଥିବା ଏକ ଛୋଟ ପୋଲ ତିଆରି ହୋଇଥିଲା । ଯାହାକି ଏବେ ଯିବା ଆଶିବା ଲୋକଙ୍କ ପାଇଁ ପାଲଟିଛି ମରଣଯନ୍ତା ।

ଗ୍ରାମର ବାବୁସାହି ସହିତ ହରିଜନ ସାହିକୁ ସଂଯୋଗ କରୁଥିବା ୩୦ବର୍ଷର ପୁରୁଣା ପୋଲ ଉପରେ ପ୍ରତ୍ୟକ ଦିନ ବ୍ୟବସାୟୀ ,ଛାତ୍ର ଛାତ୍ରୀ ମାନେ ସ୍କୁଲ ଯିବା ଆଶିବା କରିବା ପାଇଁ ନିଜକୁ ସୁରକ୍ଷିତ ଭାବୁନଥିବା ଗ୍ରାମବାସୀ ଅଭିଯୋଗ କରିଛନ୍ତି । ଆଗରୁ ମଧ୍ୟ ଖାଲରେ ପଡି କେତେ ଜଣଙ୍କ ଜୀବନ ମଧ୍ୟ ଯାଇଛି ଏବଂ କେତେ ଲୋକ ଡାକ୍ତରଖାନାରେ ମଧ୍ୟ ଭର୍ତ୍ତୀ ହୋଇଛନ୍ତି ।

ଦୀର୍ଘ ୧ବର୍ଷ ଧରି ସରପଞ୍ଚ ଠାରୁ ଆରମ୍ଭ କରି ଜିଲ୍ଲା ପ୍ରଶାସନଙ୍କୁ ଜଣାଇ ଆସୁଥିଲେ ସୁଦ୍ଧା ଏପର୍ଯ୍ୟାନ୍ତ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାନଯାଇଥିବା ଗ୍ରାମବାସୀ କହିଛନ୍ତି । ଯଥାଶୀଘ୍ର ଜିଲ୍ଲା ପ୍ରଶାସନ ଏହାର ମରାମତି ବା ନୂତନ ପୋଲ ନିର୍ମାଣ ପ୍ରତି ଦୃଷ୍ଟି ଦେବାପାଇଁ ଗ୍ରାମବାସୀ ଦାବି କରିଛନ୍ତି । ଜିଲ୍ଲା ପ୍ରଶାସନ ଯଦି କର୍ଣପାତ ନକରେ ଅନ୍ୟତ୍ର ଗ୍ରାମବାସୀ ରାଜ ରାସ୍ତାକୁ ଓହ୍ଲାଇବେ ବୋଲି କହିଛନ୍ତି ।

Leave a Reply

Your email address will not be published. Required fields are marked *