Pratidin TV

Odisha's Digital News Platform

ମୁଖ୍ୟ ଚିକିତ୍ସାଳୟରେ ହନ୍ତସନ୍ତ ରୋଗୀ ; ଦୀର୍ଘ ୩ ମାସ ହେବ କାର୍ୟ୍ୟକାରୀ ନହୋଇ ପଡିରହିଛି ସିଟି ସ୍କାନ ମେସିନ

1 min read

ଦେବଗଡ଼ : ଦେବଗଡ଼ ଜିଲ୍ଲା ମୂଖ୍ୟ ଚିକିତ୍ସାଳୟରେ ୩ମାସରୁ ଉର୍ଦ୍ଧ ହେବ ପଡିରହିଛି ସିଟି ସ୍କାନ ମେସିନ, ଲୋକଙ୍କ ସେବାରେ ସିଟି ସ୍କାନ ମେସିନ ଥାଇ ମଧ୍ୟ ଡାକ୍ତର ଅଭାବରୁ କାର୍ୟ୍ୟକାରୀ କରିବାକୁ ବିଳମ୍ବ ହେଉଥିବା ଦେଖିବାକୁ ମିଳିଛି ।

ବହୁ ପ୍ରଚେଷ୍ଟା ପରେ ରୋଗୀଙ୍କ ସୁବିଧା ଏବଂ ଜିଲ୍ଲାର ସ୍ୱାସ୍ଥ୍ୟକୁ ଆଖି ଆଗରେ ରଖି ଦୀର୍ଘ ଦିନରୁ ଦେବଗଡ଼ କୁ ଆସିଥିବା ସିଟି ସ୍କାନ ମେସିନ ଏ ପର୍ୟ୍ୟନ୍ତ କାଯ୍ୟକାରୀ ହୋଇପାରିନାହିଁ । ଯାହାଦ୍ବାରା ବିଭିନ୍ନ ସମୟରେ ଲୋକେ ସିଟି ସ୍କାନ ପାଇଁ ବୁର୍ଲା କିମ୍ବା କଟକ ବଡ଼ ମେଡିକାଲକୁ ଯିବାକୁ ପଡୁଛି । ବିଭିନ୍ନ ଗଣମାଧ୍ୟମରେ ଖବର ପ୍ରସାରଣ ପରେ ଜିଲ୍ଲା ପ୍ରଶାସନର ତତ୍ପରତା ପ୍ରକାଶ ପାଇଛି ।

Advertisement

ବର୍ତମାନ ଡାକ୍ତରଖାନାରେ ୧୩ ଜଣ ଡାକ୍ତର ଥିବା ବେଳେ ୪୭ ଜଣଙ୍କ ପଦବି ଖାଲି ପଡିଛି । ୮୦% ପ୍ରତିଶତ କାମ ସରିଯାଇଥିବା ବେଳେ ମାତ୍ର ଡାକ୍ତର ଅଭାବରୁ ଏହା କାର୍ୟ୍ୟ କାରୀ ହୋଇପାରୁନି । ୧୦ରୁ ୧୫ ଦିନ ମଧ୍ୟରେ ଏହା କାର୍ୟ୍ୟକାରୀ ହେବ ବୋଲି ଜିଲ୍ଲା ସ୍ୱାସ୍ଥ୍ୟ ଅଧିକାରୀ ଡ.ସାଧନା ଦାସ କହିଛନ୍ତି ।

Leave a Reply

Your email address will not be published. Required fields are marked *