Pratidin TV

Odisha's Digital News Platform

ଦେବଗଡ ପୋଲିସଙ୍କ ବଡ଼ ସଫଳତା….ମୋବାଇଲ ଓ ଲାପଟପ ଚୋରକୁ ଗିରଫ କଲା

1 min read

ଷ୍ଟେସନ,ବସଷ୍ଟାଣ୍ଡ ଓ ଜନଗହଳି ଅଞ୍ଚଳରୁ ଚୋରି ଓ ଲୁଟ କରି ଫେରାର ମାରୁଥିବା ଯୁବକ | ପୋଲିସ ହାବୁଡ଼ରେ ପଡିଗଲେ ଯୁବକ | ତେବେ ଦେବଗଡ଼ ପୋଲିସ ଗିରଫ କରିଛି ଅଭିଯୁକ୍ତକୁ | ଅଭିଯୁକ୍ତ ଦେବଗଡ଼ ସୁନାମୁଣ୍ଡା ଗ୍ରାମର ମୋହିତ ବେହେରା । ଗିରଫ ପରେ ପୋଲିସ ୨ଟି ବାଇକ, ଗୋଟିଏ ଲାପଟପ ସହ ୭ଟି ମୋବାଇଲ ଫୋନ୍ ଜବତ କରିଛି ।

ଦୀର୍ଘ ଦିନ ହେବ ରାଉରକେଲାର ବିଭିନ୍ନ ସ୍ଥାନରୁ ଚୋରୀ ଡକାୟତି କରି ଫେରାର ମାରୁଥିଲା । ଗତ ୧୬ ତାରିଖ ଦିନ ଦେବଗଡ଼ ଟ୍ରାଫିକ ଛକ ଇପ୍ସିତା ମୋବାଇଲ ଦୋକାନରୁ ଏକ ୱାନପ୍ଲସ ମୋବାଇଲ ଚୋରି କରି ଫେରାର ମାରିବା ବେଳେ ଦୋକାନର ସିସିଟିଭି କ୍ୟାମେରାରେ କଏଦ ହୋଇଥିଲା ପୁରା ଘଟଣା | ଥାନାରେ ଅଭିଯୋଗ ପରେ ଏକ ମାମଲା ରୁଜୁ କରି ଅଭିଯୁକ୍ତ ମୋହିତକୁ ବିଭିନ୍ନ ସ୍ଥାନରେ ଖୋଜୁଥିଲା ପୋଲିସ | ଚୋର ଧରାପଡିବା ପରେ ଏସଡିପିଓ ସୌମ୍ୟରଞ୍ଜନ ମଲ୍ଲିକ ଏକ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି ।

Advertisement

Leave a Reply

Your email address will not be published. Required fields are marked *