Pratidin TV

Odisha's Digital News Platform

ସୁଭଦ୍ରା ଯୋଜନା କେଉଁ ମାନଙ୍କୁ ମିଳିବ କହିଲେ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡା ।

1 min read

ସୁଭଦ୍ରା ଯୋଜନା ନେଇ ଉପ-ମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡାଙ୍କ ବଡ ଘୋଷଣା । ରାଜ୍ୟର ଉପ-ମୁଖ୍ୟମନ୍ତ୍ରୀ ତଥା ମହିଳା ଓ ଶିଶୁ କଲ୍ୟାଣ ବିଭାଗର ମନ୍ତ୍ରୀ ପ୍ରଭାତୀ ପରିଡା ରାଜ୍ୟରେ ସୁଭଦ୍ରା ଯୋଜନା କାର୍ଯ୍ୟକାରୀ କରିବା ନେଇ ବଡ ବୟାନ ରଖିଛନ୍ତି । ସେ କହିଛନ୍ତି, କ୍ୟାବିନେଟ୍ ମୋହର ବାଜିବା ପରେ ସୁଭଦ୍ରା ଯୋଜନା ଡ୍ରାଫ୍ଟିଂ ଷ୍ଟେଜରେ ଅଛି । ଆସନ୍ତା ୧୦୦ ଦିନ ଭିତରେ ସୁଭଦ୍ରା ଯୋଜନା ଲଞ୍ଚ ହେବ ।

ତେବେ ନିଷ୍ପତ୍ତି ଅନୁଯାୟୀ ସ୍କିମ୍ ପାଇଂ ବଜେଟର ଯାହା ଆବଶ୍ୟକତା ରହିଛି ସେନେଇ କେନ୍ଦ୍ର ସରକାରଙ୍କୁ ଜିଏସଟି କାଉନସିଲ୍ ବୈଟକରେ ଅବଗତ କରାଯାଇଥିବା ସୂଚନା ଦେଇଛନ୍ତି ଉପମୁଖ୍ୟମନ୍ତ୍ରୀ ।

ସୁଭଦ୍ରା ଯୋଜନାରେ କାହାକୁ ମିଳିଭ ଭାଉଚର –
ମହିଳା ମାନେ ଓଡିଶା ବାସିନ୍ଦା ହୋଇଥିବେ ।
ମହିଳାଙ୍କ ବୟସ ୨୩ ରୁ ୫୯ ମଧ୍ୟରେ ହେବା ଜରୁରୀ ।
ଏହି ଯୋଜନାରେ କେବଳ ବିବାହିତ ମହିଳା ମାନେ ଅନ୍ତର୍ଭୁକ୍ତ ହୋଇପାରିବେ ।
ଗୋଟିଏ ପରିବାରରୁ ଜଣଙ୍କୁ ଭାଉଚର ମିଳିବ ।
ଆବେଦନକାରୀ କୌଣସି ସରକାରୀ ଚାକିରୀ କରିନଥିବେ ।
ଅବିବାହିତ ମହିଳାମାନେ ଏଥିରେ ସାମିଲ ହୋଇପାରିବେନି ।
ଅଙ୍ଗନବାଡି କର୍ମୀ ଏହି ଯୋଜନାରେ ଲାଭ ପାଇପାରିବେ ।
ଏହା ସହ ରାଜ୍ୟର ସବୁ ମହିଳାଙ୍କୁ ସିଭଦ୍ରା ଯୋଜନାର ଲାଭ ମିଳିବ ବୋଲି ଶେଷକୁ କହିଛନ୍ତି ଉପମୁଖ୍ୟ ମନ୍ତ୍ରୀ ।

Leave a Reply

Your email address will not be published. Required fields are marked *