ଦ୍ୱିତୀୟ ଶ୍ରୀକ୍ଷେତ୍ରରେ ଦେବୀ ସୁଭଦ୍ରାଙ୍କ ରଥ ଟାଣିଲେ ଉପମୁଖ୍ୟମନ୍ତ୍ରୀ
1 min readଦ୍ୱିତୀୟ ଶ୍ରୀକ୍ଷେତ୍ର ଭାବେ ପରିଚିତ ବାରିପଦା ସହର | ପ୍ରଥମେ ବଳଦେବଙ୍କ ରଥ ଟଣା ହୋଇଥିଲା ପରେ ଦେବୀ ସୁଭଦ୍ରାଙ୍କ ରଥ ଗଡିଥିଲା ଆଉ ଏହି ରଥକୁ ଟାଣିଥିଲେ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡା | ମହିଳାଙ୍କ ସହ ମିଶି ଦେବୀ ସୁଭଦ୍ରାଙ୍କ ରଥ ଟାଣିଥିବା ଦେଖିବାକୁ ମିଳିଛି | ସେହି ସମୟରେ ଜିଲ୍ଲାର ସମସ୍ତ ବିଧାୟକ ଏବଂ ସାଂସଦ ଉପସ୍ଥିତ ଥିଲେ | ନିର୍ଦ୍ଧାରିତ ସମୟରେ ରଥ ଟଣା ଆରମ୍ଭ ହୋଇଥିଲା | ଘଣ୍ଟା ଏବଂ ମୃଦଙ୍ଗର ତାଳେ ତାଳେ ଶ୍ରଦ୍ଧାଳୁମାନେ ପ୍ରଭୁ ବଳଭଦ୍ରଙ୍କ ରଥ ଟାଣି ନେଇଥିଲେ | ଠିକ ସମୟରେ ରଥଗୁଣଡିଚା ମନ୍ଦିରର ସମ୍ମୁଖରେ ପହଞ୍ଚିଥିଲା |
ଏହାପରେ ଆରମ୍ଭ ହୋଇଥିଲା ଦେବୀ ସୁଭଦ୍ରାଙ୍କ ରଥ ଟଣା | ପରମ୍ପରା ଅନୁଯାୟୀ, ଦେବୀ ସୁଭଦ୍ରାଙ୍କ ରଥ ଟାଣି ନେଇଥିଲେ ମହିଳା ଶ୍ରଦ୍ଧାଳୁ | ମହିଳାଙ୍କ ସହ ମିଶି ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡା ଦେବୀ ସୁଭଦ୍ରାଙ୍କ ରଥ ଟାଣିଥିଲେ | ତାଙ୍କ ସହ ଆସିକା ସାଂସଦ ଅନିତା ଶୁଭଦର୍ଶିନୀ ରଥ ଟାଣିଥିଲେ | ସନ୍ଧ୍ୟା ହୋଇଯିବାରୁ ଥାନା ପାଖରେ ଅଟକି ଯାଇଥିଲା ସୁଭଦ୍ରାଙ୍କ ରଥ | ପରେ ଗତକାଲି ଟଣାଯାଇଥିଲା ରଥ | ଏହାସହ କାଳିଆଙ୍କରଥ ମଧ୍ୟ ଟଣା ଯାଇଥିଲା | ପରେ ଦେବୀ ସୁଭଦ୍ରା ଏବଂ କାଳିଆଙ୍କ ରଥ ଗୁଣ୍ଡିଚାରେ ପହଞ୍ଚିଥିଲା |