Pratidin TV

Odisha's Digital News Platform

ଉପମୁଖ୍ୟମନ୍ତ୍ରୀଙ୍କ ଘୋଷଣା , ଅଙ୍ଗନଓ୍ବାଡିରେ ପିଲାଙ୍କୁ ଛତୁଆ ବଦଳରେ ମିଳିବ ମାଣ୍ଡିଆ ।

1 min read

ଭୁବନେଶ୍ୱର ; ଉପମୁଖ୍ୟମନ୍ତ୍ରୀଙ୍କ ବଡ ଘୋଷଣା । ଅଙ୍ଗନଓ୍ବାଡିରେ ପିଲାଙ୍କୁ ଛତୁଆ ବଦଳରେ ମିଳିବ ମାଣ୍ଡିଆ । ଅଙ୍ଗନଓ୍ବାଡିରେ ଖରାପ ମାନର ଛତୁଆକୁ ନେଇ ଉଦ୍ବେଗ ପ୍ରକାଶ କରିଛନ୍ତି ଉପମୁଖ୍ୟମନ୍ତ୍ରୀ । ଏନେଇ ସେ ଏହି ବଡ ନିଷ୍ପତ୍ତି ନେଇଛନ୍ତି ।

ଉପମୁଖ୍ୟମନ୍ତ୍ରୀ କହିଛନ୍ତି, ଖରାପ ଛତୁଆ ବିଭାଗ ପାଇଁ ସାଜିଛି ମୁଣ୍ଡବ୍ୟଥାର କାରଣ । ଖରାପ ଛତୁଆକୁ ନେଇ ବିଭାଗ ନିନ୍ଦା ସହୁଛି । ତେଣୁ ଆଗକୁ ଛତୁଆ ବଦଳରେ ମାଣ୍ଡିଆ ଦେବା ପାଇଁ ଚିନ୍ତା କରୁଛି ବିଭାଗ ।

Advertisement

ତେବେ ସବୁଆଡେ ମାଣ୍ଡିଆ ଦିଆଯିବ ନାହିଁ ବରଂ ଆଞ୍ଚଳିକ ଆବଶ୍ୟକତା ଅନୁଯାୟୀ ପିଲାଙ୍କୁ ଖାଦ୍ୟ ଦିଆଯିବ । ଖାସ କରି ପୃଷ୍ଟିକର ଛତୁଆ କେମିତି ତିଆରି ହେବ । ସେନେଇ ବିଭାଗ ଆଲୋଚନା ଚଳାଇଛି ।

Leave a Reply

Your email address will not be published. Required fields are marked *