Pratidin TV

Odisha's Digital News Platform

ଲୀଳାମୟଙ୍କ ଲୀଳା ଥିଲା କାହାର କିଛି ହେଇନି : ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ..

ଆଡ଼ପ ମଣ୍ଡପ ବିଜେ ପହଣ୍ଡି ସମୟରେ ବଡ଼ଠାକୁର ଚାରମାଳରେ ଖସି ପଡ଼ିଥିଲେ ।  ବର୍ତ୍ତମାନ ଏହି  ଘଟଣା ସଂପର୍କରେ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ାଙ୍କ ପ୍ରତିକ୍ରିୟା ସାମ୍ନାକୁ ଆସିଛି  । ସେ କହିଛନ୍ତି, ଏହା ହେଉଛି ସେହି  ଲୀଳାମୟଙ୍କ ଲୀଳା। ଘଟଣା ସମ୍ପର୍କରେ ମୁଖ୍ୟମନ୍ତ୍ରୀଙ୍କୁ ଅବଗତ କରାଇଛୁ। ଅଘଟଣ ପରେ ସେବାୟତଙ୍କୁ ଚିକିତ୍ସା ଯୋଗାଇ ଦିଆଯାଇଛି। କାହାରି କିଛି କ୍ଷତି ହୋଇନାହିଁ। ପ୍ରାଥମିକ ଚିକିତ୍ସା ପରେ ସେବାରେ ସାମିଲ ହୋଇଛନ୍ତି ସେବାୟତ।

ଏହାସହିତ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଏହି ଘଟଣାରେ ଦୁଃଖପ୍ରକାଶ କରିବା ସହିତ ଆଇନ ମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନଙ୍କୁ ତୁରନ୍ତ ପୁରୀ ପଠାଇଥିଲେ। ଏହା ସହିତ ଉପଯୁକ୍ତ ପଦକ୍ଷେପ ନେବା ଲାଗି ମୁଖ୍ୟମନ୍ତ୍ରୀ ଆଇନ ମନ୍ତ୍ରୀଙ୍କୁ ନିର୍ଦ୍ଦେଶ ଦେଇଥିଲେ। ଅନ୍ୟପକ୍ଷରେ ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶକ୍ରମେ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ମଧ୍ୟ ପୁରୀରେ ଯାଇ ଡାକ୍ତରଖାନାକୁ ଯାଇ ସେବାୟତମାନଙ୍କୁ ଭେଟିଥିଲେ। ଉପ ମୁଖ୍ୟମନ୍ତ୍ରୀ ଶ୍ରୀମତୀ ପରିଡ଼ା ଓ ଆଇନ ମନ୍ତ୍ରୀ ଶ୍ରୀହରିଚନ୍ଦନ ଘଟଣାସ୍ଥଳ ଅନୁଧ୍ୟାନ କରିବା ସହିତ ଆହତଙ୍କ ଚିକିତ୍ସା ଲାଗି ପଦକ୍ଷେପ ନେଇଥିଲେ।

Leave a Reply

Your email address will not be published. Required fields are marked *