Pratidin TV

Odisha's Digital News Platform

ଉପମୁଖ୍ୟମନ୍ତ୍ରୀ ଦେଲେ ଗୁରୁତ୍ବପୂର୍ଣ୍ଣ ପରାମର୍ଶ , କହିଲେ ଗୋଟିଏ ଆକାଉଣ୍ଟ ସହ ଗୋଟିଏ ମୋବାଇଲ ନମ୍ବର ଲିଙ୍କ୍‌ କରନ୍ତୁ..

1 min read

ସୁଭଦ୍ରା ଯୋଜନା କୁ ନେଇ ବଡ଼ ସୂଚନା ଦେଇଛନ୍ତି ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା। ଏଯାଏଁ ସୁଭଦ୍ରା ଟଙ୍କା ପାଇନଥିବା ମହିଳାଙ୍କୁ ପ୍ରଭାତୀ ପରିଡ଼ା ଦେଇଛନ୍ତି ଗୁରୁତ୍ବପୂର୍ଣ୍ଣ ପରାମର୍ଶ । ଗୋଟିଏ ଆକାଉଣ୍ଟ ସହ ଗୋଟିଏ ମୋବାଇଲ ନମ୍ବର ଲିଙ୍କ୍‌ ପାଇଁ ପରାମର୍ଶ ଦେଇଛନ୍ତି।

ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା କହିଛନ୍ତି, ପ୍ରାୟ ୫ ଲକ୍ଷ ଆବେଦନକାରୀଙ୍କର ବ୍ୟାଙ୍କ ସହ ଲିଙ୍କେଜ୍‌ ହୋଇନି। ବ୍ୟାଙ୍କ ଆକାଉଣ୍ଟ-ଆଧାର-ମୋବାଇଲ ନମ୍ବର ମଧ୍ୟରେ ସମନ୍ବୟ ନାହିଁ। ଯାହାର ଦୁଇ ତିନିଟି ଆକାଉଣ୍ଟ, ସେମାନଙ୍କର ଏଭଳି ସମସ୍ୟା ହେଉଛି।ବ୍ୟାଙ୍କ ଯାଇ ଗୋଟିଏ ଆକାଉଣ୍ଟ ସହ ଗୋଟିଏ ମୋବାଇଲ ନମ୍ବର ଯୋଡ଼ନ୍ତୁ। ୨୪ ତାରିଖରେ ବାକି ଥିବା ହିତାଧିକାରୀଙ୍କୁ ଟଙ୍କା ମିଳିଯିବା କଥା। କେହି ବଞ୍ଚିତ ହେଲେ ୨୪ ତାରିଖ ପରେ ଗାଁ ଗାଁକୁ ଯିବ ଟିମ୍‌। ଅଙ୍ଗନବାଡ଼ି କର୍ମୀ ବ୍ୟକ୍ତିଗତ ଭାବେ ଯାଇ ଭେରିଫିକେସନ କରିବେ ବୋଲି ଉପମୁଖ୍ୟମନ୍ତ୍ରୀ କହିଛନ୍ତି।

Advertisement

Leave a Reply

Your email address will not be published. Required fields are marked *