Pratidin TV

Odisha's Digital News Platform

ଉପମୁଖ୍ୟମନ୍ତ୍ରୀ ବାନ୍ଧିଲେ ମୁଖ୍ୟମନ୍ତ୍ରୀଙ୍କ ହାତରେ ରାକ୍ଷୀ..

ଆଜି ପବିତ୍ର ରାକ୍ଷୀ ପୂର୍ଣ୍ଣିମା। ସ୍ନେହ ଏବଂ ସମ୍ପର୍କର ଏହି ପର୍ବରେ ଭାଇ ହାତରେ ରାକ୍ଷୀ ବାନ୍ଧୁଛି ଭଉଣୀ।   ଭାଇହାତରେ ରାକ୍ଷୀ ବାନ୍ଧି ତା’ର ଉଜ୍ଜ୍ଵଳ ଭବିଷ୍ୟତ କାମନା କରିଥାଏ ଭଉଣୀ। ପ୍ରତିବଦଳରେ ଭାଇ ସଂକଳ୍ପ କରିଥାଏ ଭଉଣୀକୁ ସୁରକ୍ଷା ଦେବାକୁ।ତେବେ  ଏହି ଅବସରରେ ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କ ହାତରେ ରାକ୍ଷୀ ବାନ୍ଧିଲେ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ।

ମୁଖ୍ୟମନ୍ତ୍ରୀ ଏହି ଅବସରରେ ରାଜ୍ୟବାସୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି। ମୁଖ୍ୟମନ୍ତ୍ରୀ ତାଙ୍କ ସୋସିଆଲ ମିଡିଆରେ ରାଖୀ ପୂର୍ଣ୍ଣିମା ଓ ଶ୍ରୀ ବଳଭଦ୍ରଙ୍କ ଜନ୍ମ ଦିନରେ ଅନେକ ଅନେକ ଶୁଭେଚ୍ଛା। ରକ୍ଷା ସୂତ୍ର ସମସ୍ତଙ୍କ ଜୀବନକୁ ମଙ୍ଗଳମୟ ସହ ସମ୍ପର୍କକୁ ଆହୁରି ନିବିଡ଼ କରୁ ବୋଲି ଲେଖିଛନ୍ତି। 

Leave a Reply

Your email address will not be published. Required fields are marked *