Pratidin TV

Odisha's Digital News Platform

ଗଙ୍ଗାରେ ବୁଡିଗଲେ ସ୍ୱାସ୍ଥ୍ୟ ବିଭାଗର ଡେପୁଟି ଡାଇରେକ୍ଟର

ଗଙ୍ଗାରେ ବୁଡିଗଲେ ସ୍ୱାସ୍ଥ୍ୟ ବିଭାଗର ଡେପୁଟି ଡାଇରେକ୍ଟର ଆଦିତ୍ୟ ବର୍ଦ୍ଧନ ସିଂ | ତେବେ ଉତ୍ତରପ୍ରଦେଶ ଗଙ୍ଗା ନଦୀରେ ବୁଡିଯାଇଥିବା ଜଣାପଡିଥିଲା | ତେବେ ବୁଡିବାର ୯ ଦିନ ପରେ ତାଙ୍କୁ ଗତ ରାତିରେ ଉଦ୍ଧାର କରାଯାଇଛି | ଉଦ୍ଧାରକାରୀ ତାଙ୍କୁ ଗତ ୯ ଦିନ ଧରି ଗଙ୍ଗା ନଦୀରେ ଖୋଜୁଥିଲେ | ଉନ୍ନାଓର ବିଲ୍‌ହୋରରେ ନାନାମଉ ଘାଟରେ ଗାଧୋଉଥିବା ବେଳେ ଆଦିତ୍ୟବର୍ଦ୍ଧନ ଗଙ୍ଗାରେ ବୁଡ଼ିଯାଇଥିଲେ ।

ବୁଡ଼ିବା ସମୟରେ ସେଠାରେ ଥିବା ସ୍ଥାନୀୟ ବୁଡ଼ାଳିମାନେ ଉଦ୍ଧାର ପାଇଁ ୧୦ ହଜାର ଟଙ୍କା ମାଗିଥିଲେ । ତେବେ ଅନ୍‌ଲାଇନରେ ଟଙ୍କା ଟ୍ରାନ୍ସଫର ହେବା ବେଳକୁ ଆଦିତ୍ୟବର୍ଦ୍ଧନ ଗଙ୍ଗାରେ ବୁଡ଼ି ସାରିଥିଲେ । ବହୁ ଖୋଜାଖୋଜି ପରେ ବି ତାଙ୍କ ମୃତଦେହ ମିଳି ନ ଥିଲା । କ୍ରମାଗତ ସର୍ଚ୍ଚ ଅପରେସନ ଚାଲିଥିଲା । ଉଦ୍ଧାର ଟିମ୍‌ଙ୍କ ସହାୟତାରେ ଆଦିତ୍ୟବର୍ଦ୍ଧନଙ୍କ ଜଜ୍‌ ପତ୍ନୀ, ପିଲା ଏବଂ ପରିବାର ସଦସ୍ୟ ଅନେକ ଦିନ ଧରି ତାଙ୍କୁ ଖୋଜୁଥିଲେ ।

ଏହାପରେ ମଧ୍ୟ ମୃତଦେହ ନ ମିଳିବାରୁ ପରିବାର ଲୋକେ ହତାଶ ହୋଇପଡିଥିଲେ । ଶେଷରେ ରବିବାର ରାତିରେ ଆଦିତ୍ୟଙ୍କ ମୃତଦେହ ନାନାମଉ ଘାଟଠାରୁ ୪୦ କିଲୋମିଟର ଦୂର କାନପୁରର ଗଙ୍ଗା ବ୍ୟାରେଜ୍‌ ଗେଟ୍‌ ନମ୍ବର ୧ରେ ଫସିଥିବାର ମିଳିଥିଲା । ପୋଲିସ ପହଞ୍ଚି ମୃତଦେହ ଉଦ୍ଧାର କରିବା ସହ ଏ ନେଇ ପରିବାର ଲୋକଙ୍କୁ ସୂଚନା ଦେଇଥିଲା । ପରିବାର ଲୋକେ ପହଞ୍ଚି ମୃତଦେହ ଚିହ୍ନଟ କରିଥିଲେ । ବର୍ତ୍ତମାନ ପୋଲିସ ମୃତଦେହକୁ ବ୍ୟବଚ୍ଛେଦ ପାଇଁ ପଠାଇଛି ।

Leave a Reply

Your email address will not be published. Required fields are marked *