Pratidin TV

Odisha's Digital News Platform

ବନ୍ଧା ହେଲେ କୋଟିପତି ଖଣି ଉପ ନିର୍ଦ୍ଦେଶକ ଧରଣୀ ଧର ।

ଅନୁଗୁଳ ; ବନ୍ଧା ହେଲେ କୋଟିପତି ଖଣି ଉପ ନିର୍ଦ୍ଦେଶକ ଧରଣୀ ଧର ନାୟକ । ସରକାରୀ ବାବୁଙ୍କ ଅମାପ ସମ୍ପତ୍ତି ବାହାରିବା ପରେ ତାଙ୍କୁ ବାନ୍ଧିଛି ଭିଜିଲାନ୍ସ। ଗତକାଲି ଖଣି ଉପନିର୍ଦ୍ଦେଶକଙ୍କ ଘରୁ ପୁଳା ପୁଳା ଆୟ ବର୍ହିଭୂତ୍ ସମ୍ପତ୍ତି ବାହାରିଥିବା ବେଳେ ଆଜି ଖଣି ଉପନିର୍ଦ୍ଦେଶକ ଧରଣୀଧର ନାୟକ ଗିରଫ ହୋଇଛନ୍ତି।

ଗତକାଲି ରେଡ୍ ସମୟରେ ଭିଜିଲାନ୍ସ ୪ ଲକ୍ଷରୁ ଅଧିକ ଟଙ୍କା ଓ ଡିଡିଏମ୍ଙ୍କ ମୋବାଇଲ୍ ଫୋନ୍ ଜବତ କରିଛି। ତାଙ୍କର ୧ କୋଟି ୩୦ ଲକ୍ଷର ଏକ ଫ୍ଲାଟ ଥିବା ବେଳେ ୧୧ଟି ପ୍ଲଟ ରହିଛି। ଏଥିସହ ବାବୁଙ୍କର ୨ଟି ମାର୍କେଟ କମ୍ପ୍ଲେକ୍ସ, ଭୁବନେଶ୍ୱରରେ ଗୋଟିଏ ଡୁପ୍ଲେକ୍ସ କୋଠା ଥିବା ବେଳେ ୫୩ ଲକ୍ଷର ବ୍ୟାଙ୍କ ଜମା ଠାବ ହୋଇଛି। ଏହାବାଦ ତାଙ୍କ ଘରୁ ୯ ଲକ୍ଷ ୮୫ ହଜାର ଟଙ୍କା ଜବତ ହୋଇଛି।

ଏହାସହ ବାଲି ମାଫିଆ ଓ ପଥର ମାଫିଆଙ୍କୁ ଅନୁକମ୍ପା ଦେଖାଇ ତାଙ୍କ ନିକଟରୁ ମୋଟା ଅଙ୍କର ଟଙ୍କା ନେଉଥିବା ତାଙ୍କ ନାଁରେ ଅଭିଯୋଗ ହୋଇଥିଲା। ଏହି ଚଢ଼ାଉରେ ୧୦ ଜଣ ଭିଜିଲାନ୍ସ ଡିଏସପି, ୧୬ ଇନସପେକ୍ଟର, ୭ଜଣ ଏଏସଆଇ ରେଡରେ ସାମିଲ ହୋଇଥିଲେ ।

Leave a Reply

Your email address will not be published. Required fields are marked *