ଲଣ୍ଡନରୁ ଫେରି ସୁଭଦ୍ରାର ବଡ ଅପଡେଟ୍ ଦେଲେ ଉପମୁଖ୍ୟମନ୍ତ୍ରୀ , ଆସନ୍ତା ୨୪ ରେ ମିଳିବ ୩ୟ ପର୍ଯ୍ୟୟ ଟଙ୍କା ।
1 min readଆଜି ଲଣ୍ଡନରୁ ଫେରି ସୁଭଦ୍ରା ଯୋଜନାର ବଡ ଅପଡେଟ୍ ଦେଇଛନ୍ତି ଉପମୁଖ୍ୟମନ୍ତ୍ରୀ ପ୍ରଭାତି ପରିଡା । ୩ୟ କିସ୍ତିରେ ୨୦ ଲକ୍ଷରୁ ଉର୍ଦ୍ଧ ହିତାଧିକାରୀ ଏଥର ଟଙ୍କା ପାଇବେ । ତା ସହ ଯେଉଁମାନେ ରିଜେକ୍ସନ ଲିଷ୍ଟରେ ଅଛନ୍ତି କିମ୍ବା ବ୍ୟାଙ୍କରେ କିଛି ଭୁଲ ଯୋଗୁ ସେମାନେ ସୁଭଦ୍ରା ଯୋଜନାରୁ ବଞ୍ଚିତ ହୋଇଛନ୍ତି ସେମାନଙ୍କ ଯାଞ୍ଚ ଚାଲିଛି ।
ଆଉ ଯାଞ୍ଚ ପରେ ସେମାନେ ମଧ୍ୟ ୩ୟ ପର୍ଯ୍ୟାୟରେ ଟଙ୍କା ପାଇବାକୁ ହକଦାର୍ ହେବେ । ଆସନ୍ତା ୨୪ ତାରିଖରେ ସୁନ୍ଦରଗଡଠାରେ ସୁଭଦ୍ରାର ୩ୟ ପର୍ଯ୍ୟାୟ ଟଙ୍କା ଦିଆଯିବ ନେଇ ସୂଚନା ଦେଇଛନ୍ତି ଉପମୁଖ୍ୟନ୍ତ୍ରୀ । ତେବେ ସେଦିନ କେନ୍ଦ୍ରମନ୍ତ୍ରୀ ଜୁଏଲଓରାମ୍ , ଧମେନ୍ଦ୍ର ପ୍ରଧାନ ଙ୍କ ସହ ଆଉ ଅନେକ ମନ୍ତ୍ରୀମାନେ ସେଠାରେ ଉପସ୍ଥିତୟ ରହି ଏକାର୍ଯ୍ୟରେ ସାମିଲ ହେବେ ।
ଯେଉଁମାନଙ୍କର ନାଁ ରିଜେକ୍ସନରେ ଅଛି ସେମାନଙ୍କୁ ଚିନ୍ତା କରିବାର ଆବଶ୍ୟକତା ନାହିଁ ବୋଲି କହିଛନ୍ତି ଉପମୁଖ୍ୟମନ୍ତ୍ରୀ । ବ୍ଲକ ଜରିଆରେ ତାଲିକା ପ୍ରସ୍ତୁତ ଚାଲିଛି ଆଉ ଯେଉଁ ସବୁ ମହିଳା ଏଯାଏଁ ଟଙ୍କା ପାଇନାହାନ୍ତି ସେମାନେ ଆସନ୍ତା ଡିସେମ୍ବରରେ ନିଶ୍ଚୟ ଟଙ୍କା ପାଇବେ ।