କେଉଁ ଦିନ କେଉଁ ରଙ୍ଗର ବସ୍ତ୍ର ପିନ୍ଧନ୍ତି ରାମଲାଲା ? ଡିଜାଇନର ମନୀଷ ତ୍ରିପାଠୀ କଲେ ପୋଷାକ ପଛର ଖୁଲାସା ….
1 min readମନୀଷ ତ୍ରିପାଠୀ ଜାନୁଆରୀ ୨୨ ତାରିଖରେ ରାମମନ୍ଦିର ପ୍ରାଣପ୍ରତିଷ୍ଠା ସମାରୋହ ପାଇଁ ରାମଙ୍କ ପୋଷାକ ତିଆରି କରିଥିଲେ । ସେ ଏହାକୁ ନେଇ ଅନେକ ଗର୍ବିତ ବୋଲି କହିଛନ୍ତି । ରାମଙ୍କ ପାଇଁ ପୋଷାକ ତିଆରି କରି ସେ ନିଜକୁ ଗର୍ବିତ ମନେକରିଛନ୍ତି ।
ତେବେ ସୁନା ,ରୂପା ,ଚାନ୍ଦି ଓ ମୂଲ୍ୟବାନ ପଥରରେ ନିର୍ମିତ ଭଗବାନ ରାମଙ୍କ ପ୍ରତିମା ପାଇଁ ପୋଷାକ ତିଆରି କରିବା କୌଣସି ପିଲାଙ୍କ ଖେଳ ନୁହେଁ ବୋଲି ସେ କହିଛନ୍ତି ।
ଏନେଇ ଅଯୋଧ୍ୟାରୁ ପ୍ରଭୁ ରାମଙ୍କ ପୋଷାକ ନିର୍ମାଣ ବା ଡିଜାଇନ୍ ପାଇଁ ଡିଜାଇନର ମନୀଷ ତ୍ରିପାଠୀଙ୍କୁ ନିଯୁକ୍ତି ଦିଆଯାଇଛି । ତେବେ ମନୀଷ ତ୍ରିପାଠୀ କୌଣସି ସାଧାରଣ ଡିଜାଇନର ନୁହଁ ସେ ଜଣେ ଖୁବ୍ ନାମୀ ଦାମୀ ଡିଜାଇନର । ଭାରତୀୟ ସେନା ,ସୀମା ସୁରକ୍ଷା ବଳ ଏବଂ ଭାରତୀୟ କ୍ରିକେଟ୍ ଦଳ ପାଇଁ ଜର୍ସି ତିଆରି କରିଛନ୍ତି । ମନୀଷ ନିଜ ଅନୁଭୂତି ବାଣ୍ଟିି କହିଛନ୍ତି ଯେ ୟୁପି ସରକାର ଯୋଗୀ ଆଦିତ୍ୟନାଥ ଏବଂ ଚମ୍ପତ ରାୟ ଜୀ (ଟ୍ରଷ୍ଟର ସାଧାରଣ ସମ୍ପାଦକ) ଙ୍କ ମୁଁ କୃତଜ୍ଞ ଅଟେ । କାରଣ ସେମାନେ ମୋତେ ଏତେ ବଡ ଦାୟିତ୍ୱ ଦେଇଛନ୍ତି । ମୁଁ ଏହି କାର୍ଯ୍ୟ ପାଇଁ ୧ ଟଙ୍କା ମଧ୍ୟ ନେବି ନାହିଁ ।
ସେ ସପ୍ତାହର ୭ ଦିନ ଶ୍ରୀରାମଙ୍କ ପୋଷାକକୁ ନେଇ ଏକ ଖୁଲାସା କରିଛନ୍ତି । ସେ କହିଛନ୍ତି ଯେ ରାମଲାଲା ସପ୍ତାହର ୭ ଦିନରେ ଭିନ୍ନ ରଙ୍ଗର ପୋଷାକ ପିନ୍ଧିବେ । ଯେହେତୁ ଭଗବାନ ରାମ ବିଷ୍ଣୂଙ୍କର ଅବତାର ତେଣୁ ସେ ପିତାମ୍ବର ନାମରେ ଜଣା ଶୁଣା । ସେଥିପାଇଁ ଆମେ ହଳଦିଆ କପଡା ବାଛିଲୁ । ଆମେ ଏହି ହଳଦିଆ ପୋଷାକକୁ କାଶୀରେ ସ୍ୱତନ୍ତ୍ର ଭାବେ ପ୍ରସ୍ତୁତ କରିଛୁ । ଏହା କୌଣସି ସାଧାରଣ କପଡା ନୁହେଁ । ଆମେ ଏହାକୁ ବିଶେଷକରି କାଶୀ ବୁଣାକାରମାନଙ୍କଠାରୁ ପ୍ରସ୍ତୁତ କରିଛୁ । ଏହା ରେଶମ ରୂପା ଏବଂ ସୁବର୍ଣ୍ଣ ସୂତାରେ ନିର୍ମିତ ଏକ ହାତ ବୁଣା କପଡା ।
ତ୍ରିପାଠୀ ଏବଂ ତାଙ୍କ ଦଳ ପ୍ରାୟ ୪୦ ଦିନ ସମୟ ନେଇଥିଲା ପ୍ରଭୁ ରାମ ଏବଂ ତାଙ୍କ ୩ ଭାଇଙ୍କ ପୋଷାକ ପ୍ରସ୍ତୁତ କରିବାକୁ । ପ୍ରଭୁ ରାମଙ୍କ ପାଇଁ ଭିନ୍ନ ବାରରେ ଭିନ୍ନ ରଙ୍ଗର ପୋଷାକ ପ୍ରସ୍ତୁତ କରାଯାଇଛି । ଯେପରି – ସୋମବାର (ଧଳା), ମଙ୍ଗଳବାର (ଲାଲ୍) , ବୁଧବାର (ସବୁଜ).ଗୁରୁବାର (ହଳଦିଆ), ଶୁକ୍ରବାର (ସବୁଜ),ଶନିବାର (ନୀଳ),ରବିବାର (ଗୋଲାପୀ) ।
ଏହା ସହ ରାମଲାଲାଙ୍କ ପୋଷାକ ଓ ଅଳଙ୍କାର ପାଇଁ ଭିନ୍ନ ଢଙ୍ଗରେ ଆଲମାରୀ ମଧ୍ୟ ପ୍ରସ୍ତୁତ କରାଯାଇଛି । ୨୧ ଇଞ୍ଚି ମୋଟେଇ ଏବଂ ୫୧ ଇଞ୍ଚ ଉଚ୍ଚତା । ଏହା ଶୁଦ୍ଧ ଟିକ୍ କାଠରୁ ତିଆରି । ଏହା ଉଜ୍ୱଳ ମେରୁନ ରଙ୍ଗର କପଡାରେ ଆଚ୍ଛାଦିତ । ଆଲମାରୀକୁ ଦୁଇଟି ବିଭାଗରେ ବିଭକ୍ତ କରାଯାଇଛି । ଗୋଟେ ଭାଗରେ ପୋଷାକ ଏବଂ ଅନ୍ୟ ଭାଗରେ ଅଳଙ୍କାର ରଖାଯିବ।