କାଗଜ କଲମରେ ରହିଯାଇଛି ବିକାଶ ; ୩୦ ବର୍ଷ ପରେବି ଗାଁକୁ ନାହିଁ ରାସ୍ତା ….
1 min readବୈପାରୀଗୁଡା : ପ୍ରଶାସନିକ ଯୋଜନା ଉପରେ ଉଠିଲା ପ୍ରଶ୍ନ ? ସମସ୍ତ ପ୍ରକାର ସମସ୍ୟା ଘେରରେ ଗ୍ରାମବାସୀ । ପଦାରେ ପଡିଲା ପ୍ରଶାସନିକ ଚରମ ଅବହେଳାର ଭୟଙ୍କର ଦୃଶ୍ୟ । ରାଜ୍ୟ ସରକାର ଆଦିବାସୀ ଅଞ୍ଚଳର ବିକାଶ ପାଇଁ କୋଟି କୋଟି ଟଙ୍କା ଖର୍ଚ୍ଚ କରି ବିଭିନ୍ନ ଯୋଜନା ପ୍ରଣୟନ କରିଛନ୍ତି ସତ କିନ୍ତୁ ଏହି ବିକାଶ କେବଳ ପ୍ରଶାସନିକଙ୍କ ଖାତା କଲମରେ ସୀମିତ ରହିଯାଇଛି । ଦୀର୍ଘ ୩୦ ବର୍ଷ ପରେବି ଗାଁକୁ ନାହିଁ ରାସ୍ତା । ଆଣ୍ଠୁଏ କାଦୁଅ ରାସ୍ତାରେ ଚାଲି ଚାଲି ପ୍ରତ୍ୟକଦିନ ଯିବା ଆସିବା କରୁଛନ୍ତି ଗ୍ରାମବାସୀ । ଏଭଳି ଶୋଚନୀୟ ପରିସ୍ଥିତି କେବଳ ଆଜିର ନୁହଁ ବରଂ ଦୀର୍ଘ ୩୦ ବର୍ଷ ହେବ ଏଭଳି ରାସ୍ତାରେ ଚଳି ଆସୁଛନ୍ତି କୋରାପୁଟ ଜିଲ୍ଲା ବୈପାରିଗୁଡାର ଅଞ୍ଚଳବାସୀ ।
ତେବେ ଗ୍ରାମବାସୀଙ୍କ ଅଭିଯୋଗ ଅନୁଯାୟୀ ବିଡ଼ିଓ ଓ ଜିଲ୍ଲାପାଳଙ୍କ ଅବହେଳା ଯୋଗୁ ବୈପାରୀଗୁଡା ଅଞ୍ଚଳ ଓ କାଦଆମ୍ବ ମାଲିଗୁଡାରେ ମୌଳିକ ଯୋଜନା ଫେଲ ମାରିଛି । ଯାହାଫଳରେ କି ଗ୍ରାମବାସୀ ବିଭିନ୍ନ ସମସ୍ୟା ଘେରରେ ଥିବା ସହ କାଦୁଅ ପଚ ପଚ ସ୍ଥାନରେ ବସବାସ କରି ଆସୁଛନ୍ତି । ଏହି ଗାଁ ର ଲୋକ ଯାତାୟତ ପାଇଁ ରାସ୍ତାର ବ୍ୟବସ୍ଥା ନଥିବାରୁ ବାଧ୍ୟ ହୋଇ ଏହି ଆଣ୍ଟୁଏ କାଦୁଅ ଉପରେ ଯିବା ଆସିବା କରୁଛନ୍ତି ଓ ଗାଁ ଭିତରେ ଯୋଉଠି ଦେଖିବେ ଫୁଳା ଫୁଳା କାଦୁଅ ଓ ମଶା ମାଛିର ଆଡାସ୍ଥଳୀ ପୁରା ଗାଁ ପାଲଟିଛି । ଜଣେ ସୁସ୍ଥ ଏହି ରାସ୍ତାରେ ଲୋକ ଚାଲିକି ଯାଇପାରୁ ନଥିବା ବେଳେ ରୋଗୀ ମାନଙ୍କ ପାଇଁ ଏଠାରେ ଆମ୍ବୁଲାନ୍ସ ପହଞ୍ଚିବା କଷ୍ଟକର । ଗୋଟେପଟେ ପ୍ରଶାସନ ଡେଙ୍ଗୁ ଓ ମେଲେରିୟା ପାଇଁ ସ୍ୱଚ୍ଛ ଭାରତ ଅଭିଯାନ ଓ ସଚେତନତା କାର୍ଯ୍ୟକ୍ରମ ପାଇଁ ବା ବା ନେଉଥିବା ବେଳେ ବୈପାରୀଗୁଡାର ସ୍ୱଛତା ଦୃଶ୍ୟ ପୁରା ଓଲଟା । ତେବେ ଏହି ଆଦିବାସୀ ଅଞ୍ଚଳ ଚିପାକୁର ପଞ୍ଚାୟତରେ ରହିଛି କାଦଆମ୍ବ ମାଲିଗୁଡା ଏହି ଗାଁରେ ପ୍ରାୟ ୪୦ଟି ମାଳି ସମ୍ପ୍ରଦାୟର ପରିବାର ଦୀର୍ଘ ୩୦ବର୍ଷରୁ ଉର୍ଦ୍ଧ ହବ ବସବାସ କରିଆସୁଛନ୍ତି ।
କିନ୍ତୁ ଆଜି ପଯ୍ୟନ୍ତ ଏହି ଗାଁ ରେ ସତେ ଯେମିତି ପ୍ରଶାସନିକ ଯଯୋନା ସାତ ସପନ । ଘର ପିଣ୍ଡାରୁ ପାଦ କାଡ଼ିଲେ ଫୁଳା ଫୁଳା କାଦୁଅ । ପୁରା କାଦୁଅ ପରିପୂର୍ଣ ଗାଁରେ ବାସକରି ବିଭିନ୍ନ ରୋଗ ଆକ୍ରାନ୍ତ ହେଉଛି ବୋଲି ପ୍ରକାଶ କରିଛନ୍ତି ଗ୍ରାମବାସୀା ଏହି ସମସ୍ୟା କୁ ନେଇ ସରପଞ୍ଚଙ୍କ ଠୁ ଆରମ୍ବ କରି ବିଡିଓ ପର୍ୟ୍ୟନ୍ତ ଦୌଡ଼ି ଦୌଡ଼ି ନୟାନ୍ତ ପରେ ଶେଷରେ ଗ୍ରାମବାସୀ ମିଳିତ ଭାବରେ । ଆଦିବାସୀ ଅଞ୍ଚଳର ଗୀତ ଗାଇ ଗାଁର ରାସ୍ତା ମଝିରେ ଧାନ ରୁଈ ପ୍ରତିବାଦ କରିଥିବା ଦେଖିବାକୁ ମିଳିଛି । ଉପାନ୍ତ ଅଞ୍ଚଳର ବିକାଶକୁ ନେଇ ପ୍ରଶାସନ ଫୁଟାଣି ମାରୁଛି ଓ ମନ୍ତ୍ରୀ ବିଧାୟକ ତ ଆଉରି ବୋଡ଼ ବୋଡ଼ କଥା କହୁଛନ୍ତି ହେଲେ ବାସ୍ତବତା ଜାଣିବାକୁ ଏ ଉପାନ୍ତ ଅଞ୍ଚଳ ଯିବାକୁ ପଡିବ ।
ଆଉ କେତେ ଦିନ ଏମିତି କାଦୁଅରେ ଜୀବନ ଜାପାନ କରିବେ ଲୋକେ, କେବେ ବୁଝିବ ପ୍ରଶାସନ ଏମାନଙ୍କ ଦୁଃଖ ଓ ଦୁର୍ଦଶାର କଥା । ଏ ବିଷୟରେ ଆମ ପ୍ରତିନିଧି ଇନ୍ଦ୍ର କୁମାର ଚିପାକୁର ପଞ୍ଚାୟତ ସରପଞ୍ଚ ରାଜୁ ଖିଲଙ୍କ ପ୍ରତିକ୍ରିୟା ନେବାରୁ ସେ ଏହି ଗାଁ କୁ ରାସ୍ତା ପାଇଁ ଏପ୍ରୁୱାଲ ହୋଇଛି ବର୍ଷା କମିଲେ କାମ କରିବା ବ୍ୟବସ୍ଥା କରାଯିବ ବୋଲି ପ୍ରକାଶ କରିଛନ୍ତି । ହେଲେ ପ୍ରତିଶୃତି କେବେ ପାଳନ ହେଉଛି ସେଇ ଉପରେ ସମସ୍ତଙ୍କ ନଜର । ଏହି ଖବର ପ୍ରସାରଣ ପରେ ଆଶା କରିବୁ ବୈପାରୀଗୁଡା ପ୍ରଶାସନ ଏହି ଗାଁ ପ୍ରତି ଟିକେ ଦୃଷ୍ଟି ଦେବ! ବିକାଶ କଣ ଯେମିତି କି ଏ ଗାଁ ଲୋକ ମଧ୍ୟ ଜାଣିପାରିବେ ।