ସୁଶାନ୍ତ ସିଂ ମ୍ୟାନେଜର ଦିସା ସାଇନା ମୃତ୍ୟୁ ମାମଲା , SIT ତଦନ୍ତ ପାଇଁ ଉପମୁଖ୍ୟମନ୍ତ୍ରୀଙ୍କ ଘୋଷଣା ..
1 min readମୁମ୍ବାଇ : ମହାରାଷ୍ଟ୍ରରେ ପୁଣି ତେଜିଛି ସୁଶାନ୍ତ ସିଂଙ୍କ ମୃତ୍ୟୁ ମାମଲା । ସୁଶାନ୍ତଙ୍କ ମୃତ୍ୟୁର ଠିକ୍ ୬ ଦିନ ପୂର୍ବରୁ ତାଙ୍କ ମ୍ୟାନେଜର ଦିଶା ସାଲିଆନଙ୍କ ରହସ୍ୟମୟ ମୃତ୍ୟୁ ହୋଇଥିଲା । କେହି ଏହାକୁ ଆତ୍ମହତ୍ୟା କହୁଥିବା ବେଳେ କେହି ତାକୁ ହତ୍ୟା କହୁଥିଲେ । ୨୦୨୦ ଜୁନ୍ ୮ ତାରିଖ ଦିନ ୧୪ ମହଲା ବିଲ୍ଡିଂ ପଡି ଦିଶାଙ୍କ ମୃତ୍ୟୁ ହୋଇଥିଲା । ତେବେ ସେ ନିଜେ ଡେଇଁ ଆତ୍ମହତ୍ୟା କରିଥିଲେ ନାତାଙ୍କୁ କିଏ ଧକ୍କା ଦେଇ ମାରିଦେଇଥିଲା । ତହା ବର୍ତ୍ତମାନ ସୁଦ୍ଧା ଜଣ। ପଡିନାହିଁ । ଏହାପରେ ଜୁନ୍ ୧୪ ତାରିଖ ଦିନ ସୁଶାନ୍ତଙ୍କୁ ମୃତ ଅବସ୍ଥାରେ ନିଜ ଫ୍ଲାଟ୍ରୁ ଉଦ୍ଧାର କରିଥିଲା ପୋଲିସ । ଏହି ଦୁଇଟି ଯାକ ଘଟଣାର କ୍ରାଇଇବ୍ରାଞ୍ଚ ତଦନ୍ତ ହୋଇଥିଲେ ମଧ୍ୟ ପ୍ରକୃତ ସତ୍ୟ ବର୍ତ୍ତମାନ ଅନ୍ଧାରରେ ଦିଗହରା । ଦିଶାଙ୍କ ମୃତ୍ୟୁ ପରେ ପୋଲିସ ଦିଶାଙ୍କ ପରିବାର ଏବଂ ବୟଫ୍ରେଣ୍ଡ ରୋହନ ରାଏଙ୍କୁ ପଚରାଉଚରା ମଧ୍ୟ କରିଥିଲା । କିନ୍ତୁ ଉକ୍ତମାମଲାର କିଛି ପ୍ରମାଣ ମିଳିପାରିନଥିଲା ।କିନ୍ତୁ ସୁଶାନ୍ତଙ୍କ ମାମଲାକୁ ନେଇ ଖୋଲିଥିଲା ଅନେକ ରାଜ୍ । ସୁଶାନ୍ତଙ୍କ ଗର୍ଲଫ୍ରେଣ୍ଡ ରେହା ଏବଂ ତାଙ୍କ ଭାଇକୁ ନେଇ ଉଠିଥିଲା ଅନେକ ବିବାଦ ।
ସୁଶାନ୍ତଙ୍କୁ ରେହା ଏବଂ ତାଙ୍କ ଭାଇ ଯୋଜନା କରି ମରିଥିବା ଚର୍ଚ୍ଚା ଜୋରଧରିଥିଲା ।ଯାହା ପରବର୍ତ୍ତି ସମୟରେ ପ୍ରମାଣ ଅଭାବରୁ ଦବି ଯାଇଥିଲା । କିନ୍ତୁ ସୁଶାନ୍ତଙ୍କ ମୃତ୍ୟୁ ସହ ପରେ ଫିଟିଥିଲା । ବଲିଉଡ୍ ସହ ଡ୍ରଗ୍ସ ଲିଙ୍କ୍ । ଏହାର ପ୍ରମାଣ ପରେ ରେହାଙ୍କୁ ମଧ୍ୟ ଜେଲ ଯିବାକୁ ପଡିଥିଲା । କିନ୍ତୁ ସେ ଖୁ୍ବ୍ ଶୀଘ୍ର ବେଲରେ ଆସିଯାଇଥିଲେ ।
ଗୋଟେ ପଟେ ସୁଶାନ୍ତ ମୃତ୍ୟୁ ଆତ୍ମହତ୍ୟା ପ୍ରାମଣ କରି ବନ୍ଦ କରିଦିଆ ଯାଇଥିବା ବେଳେ ଦିଶାଙ୍କ ମୃତ୍ୟୁ ରହସ୍ୟକୁ ପୁଣି ଖୋଲିବାକୁ ଘୋଷଣା କରିଛନ୍ତି ଉପମୁଖ୍ୟମନ୍ତ୍ରୀ ମହାରାଷ୍ଟ୍ର ଉପମୁଖ୍ୟମନ୍ତ୍ରୀ ତଥା ଗୃହମନ୍ତ୍ରୀ ଦେବେନ୍ଦ୍ର ଫଡନାଭିସ୍ । ଆଜି ମହାରାଷ୍ଟ୍ର ବିଧାନସଭାରେ ଦିଶା ସାଲିଆନଙ୍କ ରହସ୍ୟମୟ ମୃତ୍ୟୁ ଘଟଣାରେ ଏସଆଇଟି ଯାଞ୍ଚ ଘୋଷଣା କରିଛନ୍ତି। ଦେବେନ୍ଦ୍ର ଫଡନାଭିସ୍ କହିଛନ୍ତି ଯେ ଯେଉଁମାନଙ୍କର ପ୍ରମାଣ ଅଛି ସେମାନେ ଏହାକୁ SIT କୁ ହସ୍ତାନ୍ତର କରିବା ଉଚିତ୍। ଦୀର୍ଘ ଦିନ ଧରି ଦିଶା ସାଲିଆନଙ୍କ ମୃତ୍ୟୁ ମାମଲାରେ ବିଜେପି ଏସଆଇଟି ମାଧ୍ୟମରେ ତଦନ୍ତ ଦାବି କରିଆସୁଛି।
ଦିଶା ସାଲିଆନଙ୍କ ମୃତ୍ୟୁକୁ ପ୍ରଥମେ ଏକନାଥ ସିନ୍ଦେଙ୍କ ନେତୃତ୍ୱରେ ଦଳର ବିଧାୟକ ଉଠାଇଥିଲେ। ପୂର୍ବତନ ମନ୍ତ୍ରୀ ଆଦିତ୍ୟ ଠାକରେଙ୍କ ବିରୋଧରେ ବିଜେପି ବିଧାୟକ ନୀତେଶ ରାଣେ ମଧ୍ୟ ଏଥିରେ ହସ୍ତକ୍ଷେପ କରି ଗୁରୁତର ଅଭିଯୋଗ ଆଣିଛନ୍ତି, ଯାହାର ନାମ ସାଲିଆନଙ୍କ ମୃତ୍ୟୁ ସହ ଜଡିତ ଥିବା ଅଭିଯୋଗ ହୋଇଛି। ଶାସକ ଦଳର ବିଧାୟକମାନଙ୍କ କ୍ରମାଗତ ଉତ୍ତେଜନା କାରଣରୁ ଗୃହକୁ ୫ ଥର ସ୍ଥଗିତ ରଖାଯାଇଥିଲା, ପ୍ରଥମେ ୧୦ ମିନିଟ୍ ପାଇଁ, ପରେ ୨୦ ମିନିଟ୍ ପାଇଁ, ଦୁଇ ମିନିଟ୍ ପାଇଁ ଏବଂ ପୁଣି ୧୦ ମିନିଟ୍ ପାଇଁ । ଅନ୍ୟ ଜଣେ ବିଜେପି ବିଧାୟକ ଅମିତ ସତମ ଦିଶା ସାଲିଆନଙ୍କ ପୋଷ୍ଟମର୍ଟମ ରିପୋର୍ଟ ପ୍ରକାଶ କରିବାକୁ ଦାବି କରିଛନ୍ତି।
କର୍ଣ୍ଣଷ୍ଟୋନ୍ ସ୍ପୋର୍ଟସ୍ ଆଣ୍ଡ ଏଣ୍ଟରଟେନମେଣ୍ଟ ନାମକ ଏକ ପ୍ରତିଭା ପରିଚାଳନା ସଂସ୍ଥାରେ ଦିଶା ସାଲିଆନ୍ ମନୋରଞ୍ଜନ ପ୍ରତିଭା ପରିଚାଳନା ଦଳର ଏକ ଅଂଶ ଥିଲେ । ଦିଶା ସାଲିଆନ ସୁଶାନ୍ତ ସିଂ ରାଜପୁତ, ବରୁଣ ଶର୍ମା, ରିୟା ଚକ୍ରବର୍ତ୍ତୀ, ହାସ୍ୟ ଅଭିନେତା ଭାରତୀ ସିଂ ଏବଂ କିଛି ସମୟ ଐଶ୍ୱର୍ୟ୍ୟା ରାୟ ବଚ୍ଚନଙ୍କ ସହ କାମ କରିଥିଲେ।