Pratidin TV

Odisha's Digital News Platform

ଦେବୀ ଚିତ୍ରଲେଖା ଗଳାରେ ପିନ୍ଧୁଥିବା ଖାସ୍ ତୁଳସୀ ମାଳାର ଖୋଲିଲେ ରାଜ୍ ।

1 min read

କାହିଁକି ଗଳାରେ ପିନ୍ଧିବା କଥା ତୁଳସୀ ମାଳା ? କଣ ସବୁ ଲୋକେ ଏହାକୁ ପିନ୍ଧିପାରିବେ ? ଏହାକୁ ପିନ୍ଧିଲେ କିଛି ପାପ ଲାଗିବନିତ ? ଏମିତି ଅନେକ ପ୍ରଶ୍ନ ତୁଳସୀ ମାଳାକୁ ନେଇ ଲୋକଙ୍କ ମନରେ ଉଠିଥାଏ । ନିକଟରେ ଚର୍ଚ୍ଚିତ ପ୍ରବକ୍ତା ଦେବୀ ଚିତ୍ରଲେଖା ଏକ ପୋଡକାଷ୍ଟରେ ଏହି ତୁଳସୀ ମାଳିକୁ ନେଇ ଏକ ବଡ ଖୁଲସା କରିଛନ୍ତି ।

ହରିୟାଣାରେ ରହୁଥିବା ଚିତ୍ରଲେଖା ନିଜ ପ୍ରବଚନ ପାଇଁ ଦେଶରେ ନିଜର ଖୁବ୍ ନାଁ କମାଇସାରିଛନ୍ତି । ବର୍ତ୍ତମାନ ତାଙ୍କ ଭିଡିଓଗୁଡିକ ସୋସିଆଲ ମିଡିଆରେ ଖୁବ୍ ଭାଇରାଲ ହେଉଛି ଆଉ ଯୁବପୀଢିଙ୍କୁ ମଧ୍ୟ ସଠିକ୍ ମାର୍ଗ ଦେଖାଇବାରେ ସାହାର୍ଯ୍ୟ କରୁଛି । ନିକଟରେ ଏକ ଇଣ୍ଟରଭ୍ୟୁରେ ଦେବୀ ଚିତ୍ରଲେଖାଙ୍କୁ ତାଙ୍କ ବେକରେ ପିନ୍ଧିିଥିବା ତୁଳସୀ ମାଳା ବିଷୟରେ ପଚରାଯାଇଥିଲା । ଯେ ତୁଳସୀମାଳା ପିନ୍ଧିବାର କିଛି ନିୟମ ଅଛି କି ? କଣ ଏହି ମାଳାକୁ ସମସ୍ତେ ପିନ୍ଧିପାରିବେ ?
ଏହି ପ୍ରଶ୍ନର ଉତ୍ତର ରଖି ଦେବୀ ଚିତ୍ରଲେଖା କହିଛନ୍ତି ଯେ ଏହି ତୁଳସୀମାଳାକୁ ଆମେ କଣ୍ଠିମାଳା ମଧ୍ୟ କହିଥାଉ । ଏହାକୁ ଗଳା ପାଖରେ କଣ୍ଠରେ ପିନ୍ଧୂଥିବାରୁ ଏହାକୁ କଣ୍ଠିମାଳା ମଧ୍ୟ କୁହାଯାଏ ।

Advertisement

ଶାସ୍ତ୍ରରେ ଲେଖାଅଛି ଯେ ଭଗବାନଙ୍କୁ ଖାଦ୍ୟ/ଭୋଗ ଲଗାଇବା ପୂର୍ବରୁ ସେଥିରେ ତୁଳସୀପତ୍ର ପକାଯାଏ । କାରଣ ବିନା ତୁଳସୀପତ୍ରରେ ଭଗବାନ ଭୋଗ ଗ୍ରହଣ କରନ୍ତି ନାହିଁ । ଆଉ ଆମେତ ଶରୀରଧାରୀ ମଣିଷ । ଯଦି ନିଜ ଶରୀର ଆତ୍ମାକୁ ଭଗବାନକୁ ଅର୍ପଣ କରୁଛେ ତେବେ ତୁଳସୀମାଳା ସଭିଙ୍କୁ ପିନ୍ଧିବା ଦରକାର । ଶୁଖିଲା ତୁଳସୀ କାଠରୁ ତୁୁଳସୀମାଳା ପ୍ରସ୍ତୁତ ହୁଏ । ଏହାକୁ ନେଇ ଲୋକସବୁବେଳେ ଦ୍ୱନ୍ଦରେ ଥାନ୍ତି ।ଯେ ତୁଳସୀମାଲା ପିନ୍ଧିଲେ କିଛି କଠୋର ନିୟମ ମାନିବାକୁ ପଡିବ ନାହିଁ ତ । କିନ୍ତୁ ଏହା ଭାବିବା ହିଁ ଭୁଲ । ବରଂ ଏହି ତୁଳସୀମାଳା ପିନ୍ଧିବା ଦ୍ୱାରା ଲୋକମାନଙ୍କ ମନରୁ ପାପ ଚିନ୍ତାଧାରା ଧୀରେ ଧୀରେ କ୍ଷୟ ହୋଇଥାଏ । ଏହି ମାଳା ଭିତରେ ହିଁ ସେମିତି ଶକ୍ତି ଅଛି ଯାହା ତୁମକୁ ଖରାପ କାମରୁ ରୋକିବ । କିନ୍ତୁ ଯେଉଁମାନେ ଆମୀଷ ଖାଉଛନ୍ତି ସେମାନେ ଏହି ମାଳାଠାରୁ ଦୂରରେ ରୁହନ୍ତୁ ।

Leave a Reply

Your email address will not be published. Required fields are marked *