Pratidin TV

Odisha's Digital News Platform

ପିଶାଚ ପାଲଟିଲା ମାଆ , ଦୁଇବର୍ଷର ଶିଶୁ କନ୍ୟାର ଜୀବନ ନେଇଗଲା ..

ଯେଉଁ ମାଆ ଦିନେ ଦଶ ମାସ ଦଶ ଦିନ ଗର୍ଭରେ ଧରି ଝିଅକୁ ଜନ୍ମ ଦେଇଥିଲେ । ସେହି ମାଆ ଏତେ ନୃଶଂସ ହେଲା କେମିତି ? କେମିତି ତା ହାତ ସେହି କଅଁଳିଆ ଶିଶୁ ଟାର ଜୀବନ ନେବାକୁ ? ଟିକେ ବି ସେହି ଶିଶୁ ଉପରେ ଦୟା ଆସିଲାନି ? ତାର ସେହି ନୀରିହ ମୁହଁକୁ ଦେଖିବା ପରେ ବି କେମିତି ହତ୍ୟା କରିପାରିଲା ? ଏ ମାଆ ନା ପିଶାଚୀ । ହଁ ଆଜ୍ଞା ଆଜି ଏମିତି କିଛି କହୁଛନ୍ତି । ଯିଏ ଶୁଣୁଛି ସିଏ କହୁଛି ଏ ମାଆ ନୁହେଁ ରାକ୍ଷାସୀ । ଆଜି ପୁଣି ଥରେ ମାଆ ନାଁ ରେ କଳଙ୍କ ବଳିଦେଇଛି ଏହି ମାଆ । କଥାରେ ନାରୀ ଜୀବନର ସାଥହେଇଯାଏ ସେ ଯେତେବେଳେ ମାଆ ହୁଏ । ମାଆ କୋଳ ହେଉଛି ସବୁଠୁ ସୁରକ୍ଷିତ ସ୍ଥାନ ।

ହେଲେ ଏ ମାଆ ନିଜେ ନିଜ ଛୁଆକୁ ମାରିଦେଇଛି । ସୁଚନାନୁଯାୟୀ ଲଖନପୁର ଥାନା ଅନ୍ତର୍ଗତ ଖଲିଆବାହାଲ ଗାଆଁ ରେ ଘଟିଛି ଏଭଳି ଅଭାବନୀୟ ଘଟଣା । , ଜନ୍ମ ହେବା ଦିନ ଠାରୁ ଝିଅ ବୋଲି ନାପସନ୍ଦ କରୁଥିଲା ମା’ ଝରଣା ବାଗ । ସବୁ ଦିନ ସାଙ୍ଗେ ଝଗଡା କରୁଥିଲା ଏବଂ ଗତ ମଙ୍ଗଳବାର ଘରେ କେହି ନ ଥିବା ର ସୁଯୋଗ ପାଇ ନିଜର ଦୁଇ ବର୍ଷର ଶିଶୁ କନ୍ୟା ଶିବାନୀ ବାଗ ର ମୁହଁ ଏବଂ ନାକ କୁ ତକିଆ ଜାକି ବନ୍ଦ କରିଦେଇଥିଲା ଝରଣା । ଶିଶୁ କନ୍ୟାର ମୃତ୍ୟୁ ପରେ ଗାଧୋଇବାକୁ ଯାଉଛି କହି ଘରେ ଥିବା ସୁନା ରୁପା ଅଳଙ୍କାର ସହିତ ମୋବାଇଲ ଧରି ଫେରାର ହୋଇଯାଇଥିଲା ମାଆ । ଘଟଣା ଦିନ ଠାରୁ ଖୋଜାଖୋଜି ପରେ ଝରଣା ର ସନ୍ଧାନ ପାଇନଥିଲେ ପରିବାର ବର୍ଗ କିମ୍ବା ପୋଲିସ । ଏପଟେ ଅଚେତ ଶିବାନୀ ଙ୍କୁ ଲଖନପୁର ହସ୍ପିଟାଲ ନେଇଥିଲେ ଏବଂ ହସ୍ପିଟାଲ ରେ ଶିବାନୀ ଙ୍କୁ ମୃତ ଘୋଷଣା କରିଥିଲେ ଡାକ୍ତର । ଝିଅର ମୃତ୍ୟୁ ପରେ ହତ୍ୟା ଅଭିଯୋଗ କରିଥିଲେ ବାପା ବିଦ୍ୟାଧର ବାଗ । ତେବେ ଫେରାର ଥିବା ଝରଣା ବାଗଙ୍କୁ ଓଡିଶା ଛତିଶଗଡ଼ ବୋର୍ଡର କନକତୋରା ଠାରେ ଗିରଫ କରିଥିଲା ପୋଲିସ । ଝରଣା କୁ ଗିରଫ କରି କୋର୍ଟ ଚାଲାଣ କରିଛି ଲଖନପୁର ଥାନା ପୋଲିସ ।

Leave a Reply

Your email address will not be published. Required fields are marked *