Pratidin TV

Odisha's Digital News Platform

ଆସିଲା ଖୁସି ଖବର , ମାଆ ହେବେ ଦେବୋଲିନା ..

1 min read

ଦେବୋଲିନା ଭଟ୍ଟାଚାର୍ଯ୍ୟ ଘରକୁ ଆସିଛି ଖୁସି ଖବର । ଖୁବଶୀଘ୍ର ତାଙ୍କ ଘରକୁ ଆସିବ କୁନି ଅତିଥି ।ସାଥ ନିଭାନା ସାଥିଆ’ର ଫେମ୍ ଦେବୋଲିନା ଭଟ୍ଟାଚାର୍ଯ୍ୟ। ଗୋପୀ ବହୁ ଭୂମିକାରେ ଅଭିନୟ କରି ଘରେ ଘରେ ବେଶ ପରିଚିତ ଥିଲେ । ଏବେ ସେ ତାଙ୍କ ପ୍ରେଗନେସି କୁ ନିଶ୍ଚିତ କରିଛନ୍ତି  । ସୋସିଆଲ ମିଡିଆରେ ଗୋଟିଏ ପରେ ଗୋଟିଏ ଫଟୋ ସେୟାର କରି ଅଭିନେତ୍ରୀ ଏହା କନଫର୍ମ କରିଛନ୍ତି। ଫଟୋ ସେୟାର କରି ତାଙ୍କ ବେବି ବମ୍ପ ଦେଖାଇଛନ୍ତି ।

ଦେବୋଲିନା ସୋସିଆଲ ମିଡିଆରେ ବହୁ ସଂଖ୍ୟାରେ ଫଟୋ ସେୟାର କରିଛନ୍ତି । ଏହି ଫଟୋରେ ତାଙ୍କ ପରିବାର ଏବଂ ଘନିଷ୍ଠ ବନ୍ଧୁମାନେ ନଜର ଆସିଛନ୍ତି।  ଏହି ଫଟୋ ଗୁଡ଼ିକ ସହିତ ଏକ ସୁନ୍ଦର କ୍ୟାପସନ୍ ଲେଖି ଦେଭୋଲିନା ତାଙ୍କ ଗର୍ଭଧାରଣ ଘୋଷଣା କରିଥିଲେ। ଅଭିନେତ୍ରୀ ଲେଖିଛନ୍ତି- ‘ମୁଁ ମା ହେବାର ଅଦ୍ଭୁତ ଯାତ୍ରା ଉପଭୋଗ କରୁଛି। ଦେବୋଲିନାଙ୍କ ଏହି ଘୋଷଣା ପରେ ପ୍ରଶଂସକ ଏବଂ ସେଲିବ୍ରେଟିମାନେ ଅଭିନେତ୍ରୀ ଏବଂ ଶାହନାୱାଜଙ୍କୁ ପ୍ରଥମ ସନ୍ତାନ ପାଇଁ ଅଭିନନ୍ଦନ ଜଣାଇଛନ୍ତି।

Leave a Reply

Your email address will not be published. Required fields are marked *