Pratidin TV

Odisha's Digital News Platform

(ଭିଡିଓ)ବିବାହ କରିବେ ଗୋପିବହୁ ! ଭାଇରାଲ ହେଲା ହଲଦି ରସମ୍ ଫଟୋ..

1 min read

ମୁମ୍ବାଇ : ବିଗ୍ ବସ୍ ଫେମ୍ ତଥା ଷ୍ଟାର ପ୍ଲସର ଲୋକପ୍ରିୟ ସିରିଏଲ ‘ସାଥିଆ’ ର ଗୋପିବୋହୁଙ୍କୁ ନେଇ ପୁଣି ଥରେ ଚର୍ଚ୍ଚା ଜୋର ଧରିଛି । ଫ୍ୟାନ୍ସ ମାନଙ୍କୁ ଶକ୍ତ ଝଟ୍‌କା ଦେଇଛି ଗୋପିବହୁଙ୍କ ଭାଇରାଲ ହେଉଥିବା ହଲଦି ଏବଂ ମେହେନ୍ଦି ଫଟୋ । ନିକଟରେ ଗୋପିବୋହୁ ଅର୍ଥାତ୍ ଦେବୋଲିନା ଭଟ୍ଟାଚାର୍ଯ୍ୟଙ୍କ ହଳଦୀ ଏବଂ ମେହେନ୍ଦୀ ଭିଡିଓ ସେୟାର କରିଛନ୍ତି ତାଙ୍କ ମେକ୍‌ଅପ୍ ଆର୍ଟିଷ୍ଟ ।

https://www.instagram.com/p/CmIWRqdPO7F/?utm_source=ig_web_copy_link

ଯେଉଁଥିରେ ଗୋପୀ ବୋହୁ ହାତରେ ମେହେନ୍ଦୀ ଓ ଦେହରେ ହଳଦୀ ଲାଗିଥିବାର ଦେଖିବାକୁ ମିଳିଛି । ଏହା ସହ ଭିଡିଓରେ ସେମ୍ ଆଉଟ୍ ଫିଟ୍‌ରେ ତାଙ୍କ ଲଙ୍ଗ ଟାଇମ୍ ବୟଫ୍ରେଣ୍ଡ ସାଥିଆ ସିରିଏଲର ଜିଗର ଅର୍ଥାତ୍ ବିଶାଲ ସିଂହ ମଧ୍ୟ ନଜର ଆସିଛନ୍ତି । ଦୁହେଁ ଭିଡିଓରେ ରୋମାଣ୍ଟିକ୍ ହେବା ସହ ବେଶ୍ ଖୁସି ଥିବା ଜଣାପଡୁଛନ୍ତି । ତେବେ ଦେବୋଲିନା ଏବଂ ତାଙ୍କ ବୟଫ୍ରେଣ୍ଡ ବିଶାଲ ନିଜ ବିବାହକୁ ନେଇ କିଛି ପ୍ରତିକ୍ରିୟା ରତ୍କନଥିବା ବେଳେ । ଦୁହିଁଙ୍କ ପ୍ରଶଂସକମାନେ ବେଶ୍ ଉତ୍ସାହିତ ଅଛନ୍ତି ।

https://www.instagram.com/p/CmIWOjMvBqz/?utm_source=ig_web_copy_link

ସେହିପରି ଗତ କିଛି ଦିନ ତଳେ ଦେବୋଲିନା ବିବାହ କରିସାରିଥିବା ନେଇ ଗୁଜବ ସୃଷ୍ଟି ହୋଇଥିଲା। ସେ ତାଙ୍କ ଲଙ୍ଗଟାଇମ ବୟଫ୍ରେଣ୍ଡ ବିଶାଲ ସିଂହଙ୍କୁ ଲୁଚିଛପି ବିବାହ କରିଥିବା ଚର୍ଚ୍ଚା ହେଉଥିଲା। ପରେ ଏହି କଥା ମିଥ୍ୟା ପ୍ରମାଣିତ ହୋଇଥିଲା।

https://www.instagram.com/reel/CmHNFDZImPf/?utm_source=ig_web_copy_link

Leave a Reply

Your email address will not be published. Required fields are marked *