ବାଙ୍କେ ବିହାରୀଙ୍କ ଚରଣାମୃତ ଭାବି ଏସିରୁ ବାହାରୁଥିବା ପାଣି ପିଇଲେ ଭକ୍ତ । ଭାଇରାଲ ହେଲା ଭିଡିଓ …
1 min readକୁହନ୍ତି ଭାରତୀୟଙ୍କ ବିଶ୍ୱାସ ଅତୁଟ ଆଉ ଏହି ବିଶ୍ୱାସ ବଳରେ ହିଁ ଭାରତୀୟ ମାନେ ବିରାଟ ବିରାଲ ଅସମ୍ଭବକୁ ସମ୍ଭବ କରିଦେଖାଇଛନ୍ତି । ଆଉ ଏହି ବିଶ୍ୱାସ ଯେତେବେଳେ ଭଗବାନଙ୍କ ଉପରେ ଆସେ ଭକ୍ତ ସତରେ ଅନ୍ଧ ଭଳି ବିଶ୍ୱାସ କରେ । ନିକଟରେ ଏପରି କିଛି ଅନ୍ଧ ଭକ୍ତିର ଦୃଶ୍ୟ ସାମ୍ନାକୁ ଆସିଛି ଯାହା ଆପଣଙ୍କୁ ତାଜୁବ କରିଦେବ । ବାଙ୍କେ ବିହାରୀଙ୍କ ଚରଣାମୃତ ଭାବି ଏସିରୁ ବାହାରୁଥିବା ପାଣି ପିଇଦେଉଛନ୍ତି ଭକ୍ତଗଣ । ଯାହାର ଭିଡିଓ ବର୍ତ୍ତମାନ ସୋସିଆଲ ମିଡିଆରେ ନିଆଁ ଭଲି ଖେଳାଇଯାଇଛି ।
ଏମିତି ଏକ ଦୃଶ୍ୟ ଉତ୍ତରପ୍ରଦେଶର ମଥୁରା-ବୃନ୍ଦାବନସ୍ଥିତ ଠାକୁର ବାଙ୍କେ ବିହାରୀଙ୍କ ମନ୍ଦିରରୁ ସାମ୍ନାକୁ ଆସିଛି । ଏହି ଭିଡିଓରେ କିଛି ଲୋକ ମନ୍ଦିର ପଛପାର୍ଶ୍ୱରୁ ଝରୁଥିବା ପାଣିକୁ ଭଗବାନଙ୍କ ଚରଣାମୃତ ବୋଲି ଭାବି ପିଉଛନ୍ତି। ଏହି ଭିଡିଓଟି ଜଣେ ୟୁଟ୍ୟୁବ୍-ବ୍ଲଗରଙ୍କ ଦ୍ୱାରା ପ୍ରସ୍ତୁତ କରାଯାଇଛି। ସେ ମଧ୍ୟ ଏହି ଭକ୍ତମାନଙ୍କୁ ବାରଣ କରି କହୁଛନ୍ତି ଯେ ଏହା ଚରଣାମୃତ ନୁହେଁ, ବରଂ ଏସିରୁ ବାହାରୁଥିବା ପାଣି। ହେଲେ ଭକ୍ତମାନେ ଶୁଣିବାକୁ ନାରାଜ। ଏପରିକି ଅନେକ ଏହି ପାଣିକୁ କପ ଏବଂ ଗ୍ଲାସରେ ସଂଗ୍ରହ କରି ଘରକୁ ନେଇଯାଉଥିବା ର ଦେଖିବାକୁ ମିଳିଛି ।
ସୂଚନାଯୋଗ୍ୟ ଯେ ବୃନ୍ଦାବନରେ ଥିବା ଠାକୁର ବାଙ୍କେ ବିହାରୀଙ୍କ ମନ୍ଦିର ବହୁତ ପୁରୁଣା। ବର୍ଷା ଜଳ ନିଷ୍କାସନ ପାଇଁ ମନ୍ଦିରର ପ୍ରଥମ ମହଲାରେ ଡ୍ରେନ୍ ରହିଛି। ମନ୍ଦିରରେ ଏହି ଡ୍ରେନଗୁଡ଼ିକର ମୁଖ ହାତୀର ମୁହଁ ପରି। ଯେହେତୁ ମନ୍ଦିରରେ ଏସି ମଧ୍ୟ ଲଗାଯାଇଛି, ତେଣୁ ଏସିରୁ ନିର୍ଗତ ଜଳ ମଧ୍ୟ ଏହି ଡ୍ରେନ୍ ମାଧ୍ୟମରେ ବାହାରକୁ ଛଡ଼ାଯାଏ। ନିକଟରେ, ମନ୍ଦିର ବୁଲିବା ସମୟରେ ଜଣେ ଭକ୍ତ ଅଜାଣତରେ ଏହି ଏସି ନିର୍ଗତ ଜଳକୁ ଠାକୁର ବଙ୍କେ ବିହାରୀଙ୍କ ଚରଣାମୃତ ଭାବି ପିଇଥିଲେ। ତାଙ୍କୁ ଦେଖି ଅନ୍ୟ ଭକ୍ତମାନେ ମଧ୍ୟ ସମାନ ଭାବରେ ଏହି ଜଳକୁ ପିଇବା ଆରମ୍ଭ କରିଥିଲେ।