Pratidin TV

Odisha's Digital News Platform

ଜଗାର ଡୋରି ଲାଗିଛି : ରୋଗ ଶର୍ଯ୍ୟାରୁ ଭକ୍ତ ଉଠିଆସିଛି ….

1 min read

ଭୁବନେଶ୍ୱର : କଥାରେ ନାହିଁ କାଳିଆର ଡୋରି ଲାଗିଲେ ଭକ୍ତ ସାତ ସମୁଦ୍ର ପାର ହୋଇବି ଶ୍ରୀକ୍ଷେତ୍ରରେ ପହଞ୍ଚିଯାଏ । ଭକ୍ତଙ୍କୁ ଦର୍ଶନ ଦେବା ପାଇଁ ସେ ରତ୍ନବେଦୀରୁ ପରା ଓହ୍ଲାଇଆସେ । ଭକ୍ତ ଆଖିରୁ ଲୁହ ଝରିଗଲେ ଦୁଃଖରେ ତା’ ଛାତିରୁ ଝରିଆସେ ଲହୁ । ଭକ୍ତଙ୍କୁ ଦର୍ଶନ ଦେବା ପାଇଁ ଲକ୍ଷ ଲକ୍ଷ ଲୋକଙ୍କ ଠେଲାଭିଡାରେ ଓହ୍ଲାଇଆସେ । କୋଟି ଓଡିଆଙ୍କ ମଉଡମଣୀ , ପତିତପାବନ ପରା ସେ । ରାଜା ହେଉ କି ରହିମ୍ ସବୁ ଭକ୍ତ ତା ଆଖିରେ ସମାନ । କାହିଁକି ନା ସେ ପରା ଭାବ ଆଉ ଭକ୍ତିର ଠାକୁର ଜଗତର ନାଥ ଜଗନ୍ନାଥ । ଭକ୍ତର ଟିକିଏ ଭଲପାଇବାରେ ସେ ସବୁକିଛି ତ୍ୟାଗ କରି ବଡ ଦାଣ୍ଡକୁ ଓହ୍ଲାଇଆସେ । ଏମିତି କିଛି ଘଟଣା ଦେଖିବାକୁ ମିଳିଛି ପୁରୀ ବଡଦାଣ୍ଡରେ ।

ହଁ ସେ ଅନୁଭବ କିଛି ଅଲଗା ଆଖିରେ ନଦେଖିଲେ ବିଶ୍ୱାସ ହେବନି । ହଁ ସେଇ ଶର୍ଯ୍ୟାଶାୟୀ ବୁଢୀ ମା’କୁ ଜଗା ଡାକରା ପଠାଇଛି ପରା କେମିତି ଆସିବନି । ଜଗାର ଡାକରେ ରୋଗଶର୍ଯ୍ୟାରୁ ଉଠିଆସିଛି ସେ ମା । କେଉଁଠୁ ଆସିଲା ଏତେ ବଳ କେମିତି ଉଠିଆସିଲା ରୋଗଶର୍ଯ୍ୟାରୁ ସବୁ ଆଶ୍ଚର୍ଯ୍ୟ ଚକିତ ! ନାକରେ ଅକ୍ସିଜେନ୍ ପାଇପ୍ ଧିରେ ଧିରେ ପୁଅ ସହ ପାଦରେ ପାଦ ମିଶାଇ ଚାଲିଛି ମା’ ସେଇ କଳା ଶ୍ରୀମୁଖକୁ ଦେଖିଦେଲେ ଟିକେ ଶାନ୍ତି ପାଇବ । ପୁଅ କାନ୍ଧରେ ମାର ସିଲିଣ୍ଡର ପାଇପ୍ , ରୋଗ ଶର୍ଯ୍ୟାରୁ ଉଠିଛି ମା’ ଯିବ କାଳିଆ ସାଆନ୍ତକୁ ଦେଖି … ପୁଅବି କେମିତି ମନା କରିପାରିବ ରୋଗିଣା ମା ନାକରେ ଅକ୍ସିଜେନ ଲଗାଇ ନିଜ କାନ୍ଧରେ ତା ସିଲିଣ୍ଡର ବୁହାଇ ଧାଇଁ ଆସିଛି ପୁରୀ । ଯାହାର ଫଟୋ ନିକଟରେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । ଓଡ଼ିଶା ପୁଲିସରେ ସିଆଇଡି- କ୍ରାଇମ ବ୍ରାଞ୍ଚରେ ଇନ୍ସପେକ୍ଟର ପୁଲିସ ଭାବେ କାର୍ଯ୍ୟରତ ଯଶୱନ୍ତ ସୋସିଆଲ ମିଡିଆରେ ସେୟାର କରିଛନ୍ତି।

Advertisement

ଭକ୍ତିର ଏହି ଅପୂର୍ବ ଦୃଶ୍ୟ ଦେଖି ଚକିତ ଲକ୍ଷ ଲକ୍ଷ ଲୋକ । ବୃଦ୍ଧା ରୋଗିଣା ଅବସ୍ଥାରେ ପାଦରେ କେତେ ଶକ୍ତି ? ତଥାପି ମନରେ ବଳ ସାଉଣ୍ଟି ଧାଇଁ ଆସିଛି ବଡଦାଣ୍ଡ ଆଜି ମନପୁରେଇ ତା କାଳିଆ ସାଆନ୍ତକୁ ପରା ଦେଖିବ ।

Leave a Reply

Your email address will not be published. Required fields are marked *