ରାଜସ୍ଥାନରୁ ଡୋରି ଲଗାଇଲେ କାଳିଆ ସାଆନ୍ତ , ସାଷ୍ଟାଙ୍ଗ ଦଣ୍ଡବତରେ ରାଜସ୍ଥାନ ରୁ ପୁରୀ ଶ୍ରୀମନ୍ଦିର ଚାଲିଆସିଲେ ଭକ୍ତ ।
1 min readଢ଼େଙ୍କାନାଳ: ଆମ କାଳିଆ ସାଆନ୍ତ ନୀଳା ତାର ଅପରାମ୍ପାର । କାହିଁ ଦେଶ ବିଦେଶୁ ତାର ଟିକିଏ ଝଲକ ପାଇବା ପାଇଁ ଧାଇଁ ଆସନ୍ତି ଭକ୍ତ । ଆପଣମାନେ ଦେଖୁନାହାନ୍ତି ଏବେ କାଳିଆର ଭକ୍ତ ପୁରା ବିଶ୍ୱରେ । କଣ ଲଣ୍ଡନ କଣ ଆମେରିକା ଏବେ ସବୁଆଡେ ଦେଖରବାକୁ ମିଳୁଛି ଜଗାର ରଥ ଯାତ୍ରା । ଭାବ ଆଉ ଭକ୍ତିରତ ଠାକୁର ପରା ଆମ ଜଗନ୍ନାଥ ପ୍ରଭୁ ।
ଟିକିଏ ସ୍ନେହପ୍ରେମରେ ଡାକିଲେ ସେ ତା ସିଂହାସନରୁ ପରା ଦୌଡିଆସେ । ଖାସ୍ ଭକ୍ତମାନଙ୍କ ପାଇଁ ତ ଶ୍ରୀମନ୍ଦିରରୁ ମାଉସୀ ମା ମନ୍ଦିର ଯାଏଁ ଲଗାଇଥାଏ ନବଦିନାତ୍ମକ ଖେଳ । ଆଉ କାଳିଆ ର ଭକ୍ତିରେ ବିଭୋର ହୋଇ ରାଜସ୍ଥାନରୁ ପୁରୀ ଯାଏଁ ସାଷ୍ଟାଂଗ ଦଣ୍ଡବତ କରି ଆସିଛନ୍ତି ଏଇ ଭକ୍ତ ଜଣକ ।
ହିନ୍ଦୁ ଜାଗରଣ ତଥା ସନାତନ ଧର୍ମର ପ୍ରତିଷ୍ଠା ଓ ସୁରକ୍ଷା ଉର୍ଦ୍ଦେଶ୍ୟ ରେ ହରି ସିଂ ମାଲି ନାମକ ଏହି ଭକ୍ତ ସୁଦୂର ରାଜସ୍ଥାନ ର ସବାଇ ମାଧପୁର ଜିଲ୍ଲା ଉମରଗଡ ଅଞ୍ଚଳରୁ ଦୀର୍ଘ ୧୯ ମାସ ଧରି ଅହରହ ସାଷ୍ଟାଂଗ ଦଣ୍ଡବତ କରି କରି ଆଜି ଢ଼େଙ୍କାନାଳ ସହର ରେ ପହଂଚିଛନ୍ତି । ବହୁ ବାଧା ବିଘ୍ନ ର ସମ୍ମୁଖୀନ ହୋଇ ଉତ୍ତରପ୍ରଦେଶ, ବିହାର, ଝାଡ଼ଖଣ୍ଡ ହୋଇ ଓଡିଶା ରେ ପ୍ରବେଶ କରିଚନ୍ତି । ତାଙ୍କୁ ସବୁଠାରେ ଲୋକମାନଙ୍କ ସହଯୋଗ ମିଳୁଥିବା ରୁ ଓଡିଶାବାସୀଙ୍କୁ କୃତଜ୍ଞତା ଜ୍ଞାପନ କରି କାଳିଆ ଠାକୁରଙ୍କ ନିକଟରେ ସନାତନ ଧର୍ମୀଙ୍କ ସୁରକ୍ଷା ପାଇଁ ନିବେଦନ କରିବାକୁ ଏହି କଷ୍ଟସାଧ୍ୟ ଯାତ୍ରା କରୁଥିବା କଥା କହିଛନ୍ତି ହରି ସିଂ ମାଲି ।