Pratidin TV

Odisha's Digital News Platform

ନିର୍ଦ୍ଦେଶ ଦେଲେ ବିଧାନସଭା ବାଚସ୍ପତି, ଏସବୁ ପୋଷାକ ପିନ୍ଧିଥିଲେ ମନ୍ଦିରକୁ ପ୍ରବେଶ ମନା…

1 min read

ନୂଆଦିଲ୍ଲୀ : ଆଜି କାଲିର ଦୁନିଆରେ ଡ୍ରେସର ଫ୍ୟାସନର ନିଶା ଘାରିଛି ଯୁବପୀଢିଙ୍କୁ । ନିଜର ଫ୍ୟାସନ ଡ୍ରେସକୁ ଲୋକମାନଙ୍କ ନଜରକୁ ଆଣିବାକୁ ଯୁବପୀଢି କଲେଜ୍‌,ପାର୍କ ,ଭ୍ରମଣୀୟ ସ୍ଥାନ ସହ ମନ୍ଦିରକୁ ମଧ୍ୟ ଛାଡୁନାହାନ୍ତି । ହିନ୍ଦୁ ରୀତିନୀତି ଅନୁସାରେ ମନ୍ଦିରକୁ ସ୍ୱଚ୍ଛ,ସଫା ଏବଂ ଶରୀରକୁ ଭଲଭାବରେ ଢାଙ୍କୁଥିବା ବସ୍ତ୍ର ପିନ୍ଧି ଯିବାର ନିୟମ ରହିଛି । କିନ୍ତୁ ବର୍ତ୍ତମାନର ଯୁବପୀଢି ନିଜର ଫ୍ୟାସନ ପାଇଁ ମନ୍ଦିରକୁ ମଧ୍ୟ ଛାଡୁନାହାନ୍ତି । କେଉଁଠି ଚିରାତ କେଉଁଠି ଫଠା,ପୁଣି କେଉଁଠି ଜିନ୍ସ ତ କେଉଁଠି ଛୋଟ ଡ୍ରେସ । କିନ୍ତୁ କଣ ଆପଣମାନେ ଜାଣିଛନ୍ତି କି ଆମ ଦେଶରେ ଏଭଳି ଏକ ମନ୍ଦିର ଅଛି ଯେଉଁଠାକୁ ଆପଣମାନେ ନିଜ ମନଇଛାର ଡ୍ରେସ ପିନ୍ଦି ଯାଇପାରିବେ ନାହିଁ । ତେବେ ଚାଲନ୍ତୁ ଜାଣିବା କେଉଁଟି ସେହି ମନ୍ଦିର । ଆଉ କଣ ରହିଛି ତା ନିୟମ ?

Advertisement

ଦୁନିଆରେ ବିଭିନ୍ନ ସ୍ଥାନରେ ଭିନ୍ନ ଭିନ୍ନ ନୀତି ନିୟମ ରହିଛି । ଯାହାକୁ ଲୋକେ ମାନିବାକୁ ବାଧ୍ୟ ହୋଇଥାନ୍ତି । ଆମ ଦେଶରେ ଏମିତି ମନ୍ଦିର ରହିଛି, ଯେଉଁଠି ଭକ୍ତଙ୍କୁ କିଛି ନିୟମ ମାନିବାକୁ ପଡ଼ିଥାଏ । ଏହି ମନ୍ଦିରକୁ ଆପଣ ଜିନ୍ସ ପ୍ୟାଣ୍ଟଏବଂ ଟି-ଶର୍ଟ ପିନ୍ଧି ଯାଇପାରିବେ ନାହିଁ । ଏପରି ମନ୍ଦିର ମଧ୍ୟପ୍ରଦେଶର ରିୱାରେ ରହିଛି । ଏହି ମନ୍ଦିରର ନାମ ‘ଦେବତଲାବ’ । ଶିବରାତ୍ରିରେ ଏହି ମନ୍ଦିରକୁ ଗଲେ ଏଠାରେ ଡ୍ରେସ କୋଡ୍ ଲାଗୁ ହୋଇଥାଏ । ଏଠାକୁ ଆପଣ ଜିନ୍ସ, ଟି-ଶର୍ଟ, କୋଟ୍ କିମ୍ବା ଟ୍ରାଉଜର ପିନ୍ଧି ମନ୍ଦିର ଭିତରକୁ ଯାଇପାରିବେ ନାହିଁ ।

ଭକ୍ତମାନେ ଜାଗର ଉପଲକ୍ଷେ କେବଳ ପାରମ୍ପରିକ ପୋଷାକ ପିନ୍ଧି ଭଗବାନ ଭୋଳାନାଥଙ୍କୁ ଦର୍ଶନ କରିପାରିବେ । ବିଧାନସଭା ବାଚସ୍ପତି ଗିରିଶ ଗୌତମ ଏଭଳି ନିର୍ଦ୍ଦେଶ ଦେଇଛନ୍ତି । ଏହି ନିର୍ଦ୍ଦେଶନାମା ପାଳନ କରିବାକୁ ଏସ୍‌ଡିଓପି ବ୍ୟବସ୍ଥା କରିବା ଉଚିତ୍ ବୋଲି କହିଛନ୍ତି । ଗୌତମଙ୍କ ଅଧ୍ୟକ୍ଷତାରେ ସମ୍ପ୍ରଦାୟ ଭବନରେ ରିୱା ଦେବତଲାବ ମନ୍ଦିର ପରିଚାଳନା କମିଟିର ବୈଠକ ଅନୁଷ୍ଠିତ ହୋଇଥିଲା । ଏହି ଅବସରରେ ଗୌତମ କହିଛନ୍ତି, ମହାଶିବରାତ୍ରି ପୂର୍ବରୁ ମନ୍ଦିରର ସମସ୍ତ ନିର୍ମାଣ କାର୍ଯ୍ୟ ଶେଷ ହେବା ଉଚିତ । ମହାଶିବରାତ୍ରିରେ ହଜାର ହଜାର ଭକ୍ତ ପ୍ରାଚୀନ ମନ୍ଦିର ପରିଦର୍ଶନ କରିଥାନ୍ତି । ତେଣୁ ଗତମ ଶିବରାତ୍ରି ଉପଲକ୍ଷେ ଫୁଲ ଏବଂ ଆକର୍ଷଣୀୟ ଆଲୋକ ସହିତ ଏହାକୁ ସ୍ୱତନ୍ତ୍ର ଭାବରେ ସଜାଇବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି । ଶିବରାତ୍ରିରେ ପ୍ରବେଶ ପାଇଁ ଡ୍ରେସ କୋଡ୍ ସ୍ଥିର କରାଯାଇଛି । ଏହି ଦିନ ପାରମ୍ପରିକ ପୋଷାକ ପିନ୍ଧିବା ପରେ ହିଁ ମନ୍ଦିରରେ ପ୍ରବେଶ ଅନୁମତି ମିଳିବ । ଗୌତମ ଦେଇଥିବା ଡ୍ରେସ କୋଡ ଅନୁଯାୟୀ, ପୁରୁଷମାନେ ପାରମ୍ପରିକ ପୋଷାକ ଯଥା ପାଇଜାମା-କୁର୍ତା ଏବଂ ମହିଳାମାନେ ଶାଢ଼ି ପିନ୍ଧି ମନ୍ଦିରରେ ପ୍ରବେଶ କରିପାରିବେ । ନଚେତ ମନ୍ଦିରରେ ପ୍ରବେଶ ଅନୁମତି ମିଳିବ ନାହିଁ ।

Leave a Reply

Your email address will not be published. Required fields are marked *