Pratidin TV

Odisha's Digital News Platform

ଭକ୍ତଙ୍କ ବିଶ୍ୱାସ ; ମହାଦେବଙ୍କୁ ଜିଅନ୍ତା କଙ୍କଡା ଅର୍ପଣ କଲେ ଦୂର ହେବ କାନ ରୋଗ ! (ଭିଡିଓ)

1 min read

ରାଜସ୍ଥାନ : ଭଗବାନ ମହାଦେବଙ୍କୁ ପ୍ରଶନ୍ନ କରିବା ଲାଗି ଭକ୍ତମାନେ ବିଭିନ୍ନ ପ୍ରକାରର ନିତିକାନ୍ତି କରିଥାନ୍ତି । କିଏ ଶ୍ରଦ୍ଧାରେ ଅରଖଫୁଲ ହାରଟିଏ ଗୁନ୍ଥିଆଣିଥାଏ ତ ପୁଣି କିଏ କ୍ଷୀର ଢାଳିଥାଏ ଆଉ କିଏ କିଏ ବେଲପତ୍ର ମଧ୍ୟ ଚଢାଇଥାନ୍ତି । କୁହାଯାଏ ଯେ ମହାଦେବ ସ୍ରଂହାରକର୍ତ୍ତା ,ଯଦି ସିଏ ସନ୍ତୁଷ୍ଟ ବା ପ୍ରଶନ୍ନ ରହିବେ ତେବେ ଭକ୍ତମାନଙ୍କ ଉପରକୁ ଆସୁଥିବା ବିପଦ , ରୋଗ ବ୍ୟାଧିର ମଧ୍ୟ ସଂହ୍ରାର କରିବେ । କିନ୍ତୁ ନିକଟରେ ଏକ ଏଭଳି ଘଟଣା ସାମ୍ନାକୁ ଆସିଛି ଯାହା ଆପଣମାନଙ୍କୁ ଚକିତ କରିଦେବ । ମହାଦେବଙ୍କୁ ବେଲପତ୍ର,ଅରକ୍ଷ ଏବଂ କ୍ଷୀର ବଦଳରେ ଅର୍ପଣ କରାଯାଉଛି ଜିଅନ୍ତା କଙ୍କଡା । କ’ଣ ଆଶ୍ଚର୍ଯ୍ୟ ଲାଗୁଛି ନା ! କିନ୍ତୁ ସତ , ତେବେ ଚାଲନ୍ତୁ ଜାଣିବା କେଉଁ ମନ୍ଦିରରେ ରହିଛି ଏଭଳି ନିୟମ ଓ କାହିଂକି ?

Advertisement

ସୂଚନାଯୋଗ୍ୟ ଯେ ଗୁଜରାଟ ସୁରଟର ରାମନାଥ ଶିବ ଘେଲା ମନ୍ଦିରରେ ଭକ୍ତମାନେ ଜିଅନ୍ତା କଙ୍କଡା ଶିବଲିଙ୍ଗ ନିକଟରେ ଅର୍ପଣ କରିଥାନ୍ତି । ଏହି ଜିଅନ୍ତା କଙ୍କଡ଼ା ଅର୍ପଣ କରିବା ଘଟଣା ସମସ୍ତଙ୍କୁ ଚକିତ କରିଛି । ଏଠାକାର ପୂଜାରେ ବଡ଼ ବ୍ୟତିକ୍ରମ ଦେଖାଦେଇଛି । ମକର ସଂକ୍ରାନ୍ତି ଠାରୁ ଏହି ପରମ୍ପରା ଆରମ୍ଭ ହୋଇଥାଏ । ଭକ୍ତଙ୍କ କହିବାନୁସାରେ ଯଦି କାନ ସମ୍ବନ୍ଧୀୟ ସମସ୍ୟା ରହିଛି, ତେବେ କଙ୍କଡା ଅର୍ପଣ କଲେ ସେସବୁ ଯନ୍ତ୍ରଣାରୁ ମୁକ୍ତି ମିଳେ । ଏପରିକି ସେମାନଙ୍କ ପିଲାମାନେ ଜୀବନ କାଳରେ କାନ ଯନ୍ତ୍ରଣା ଭୋଗିବେ ନାହିଁ । ଯେକେହି ବି ଭଗବାନ ମହାଦେବଙ୍କ ଲିଙ୍ଗ ପାଖରେ କଙ୍କଡା ଦେବ, ସେ ଏହି ସମସ୍ୟାରୁ ମୁକ୍ତି ପାଇବେ ବୋଲି ଜଣେ ଭକ୍ତ କହିଛନ୍ତି ।

ଏଠାକାର ମହାଦେବଙ୍କ ପାଖରେ ଜିଅନ୍ତା କଙ୍କଡ଼ା ଅର୍ପଣ କରାଯାଉଛି । ତେବେ ଏହି ପରମ୍ପରା ଅନେକ ବର୍ଷ ଧରି ଚାଲିଆସିଛି । ଲେକା ମାନଙ୍କ ବିଶ୍ୱାସ ରହିଛି କାନ ସମ୍ବନ୍ଧୀୟ ଯନ୍ତ୍ରଣାରୁ ଏହା ମୁକ୍ତ କରିଥାଏ ।

Leave a Reply

Your email address will not be published. Required fields are marked *