ଭକ୍ତଙ୍କ ପାଇଁ ଆସିଲା ଖୁସି ଖବର, ଆସନ୍ତାକାଲିଠୁ ଶ୍ରୀମନ୍ଦିରକୁ ୪ ଦ୍ୱାର ଦେଇ ପ୍ରବେଶ କରିବେ ଶ୍ରଦ୍ଧାଳୁ..
1 min readସରିଲା କାର୍ତ୍ତିକ ମାସ। ଜଗନ୍ନାଥ ଭକ୍ତଙ୍କ ପାଇଁ ଆସିଲା ଭଲ ଖବର। ଆସନ୍ତାକାଲିଠୁ ୪ ଦ୍ବାର ଦେଇ ଶ୍ରୀମନ୍ଦିର ଭିତରକୁ ପ୍ରବେଶ କରି ପାରିବେ ଶ୍ରଦ୍ଧାଳୁ। ସିଂହଦ୍ବାର ବ୍ୟତୀତ ଅନ୍ୟ ୩ ଦ୍ବାରରେ ପ୍ରସ୍ଥାନ କରିପାରିବେ ଭକ୍ତ। ଏନେଇ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ସୂଚନା ଦିଆଯାଇଛି।
ସେହିପରି ସେବକ ଓ ତାଙ୍କ ପରିବାରର ସଦସ୍ୟ ୪ ଦ୍ବାର ଦେଇ ପ୍ରବେଶ ଏବଂ ପ୍ରସ୍ଥାନ କରିପାରିବେ ବୋଲି ପ୍ରଶାସନ ପକ୍ଷରୁ ସୂଚନା ଦିଆଯାଇଛି। ସୂଚନାଥାଉକି, କାର୍ତ୍ତିକ ମାସରେ ଶ୍ରୀମନ୍ଦିରରେ ହେଉଥିବା ଭିଡ଼କୁ ଦୃଷ୍ଟିରେ ରଖି ମନ୍ଦିର ପ୍ରଶାସନ କେବଳ ସିଂହଦ୍ବାର ଦେଇ ଶ୍ରୀମନ୍ଦିର ମଧ୍ୟକୁ ପ୍ରବେଶ କରିବାକୁ ଅନୁମତି ମିଳିଥିଲା।