ଡିଜିସିଏ ଦେଲା ନିର୍ଦ୍ଦେଶ , ଏୟାର ଇଣ୍ତିଆ ଗଣିବ ଜରିମାନା..
1 min readଏୟାର ଇଣ୍ଡିଆ ଯୋଗ୍ୟତା ହାସଲ କରିନଥିବା କ୍ରୁ ସଦସ୍ୟଙ୍କୁ ନେଇ ଯାତ୍ରା କରିଥିଲା । ଯାହାପରେ ଘରୋଇ ବିମାନ ସେବା ପ୍ରଦାନକାରୀ ସଂସ୍ଥା ଏୟାର ଇଣ୍ତିଆ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି ବେସାମରିକ ବିମାନ ଚଳାଚଳ ନିର୍ଦ୍ଦେଶାଳୟ (ଡିଜିସିଏ) । ଏହାକୁ ନେଇ ୯୦ ଲକ୍ଷ ଟଙ୍କାର ଜୋରିମାନା ଲାଗୁ କରିଛି ।
ଡିଜିସିଏ କହିଛି ଯେ ଏୟାର ଇଣ୍ଡିଆ ଯୋଗ୍ୟତା ହାସଲ କରିନଥିବା କ୍ରୁ ସଦସ୍ୟଙ୍କୁ ନେଇ ଯାତ୍ରା କରିଥିଲା । ଏଥି ସହିତ ଏୟାର ଇଣ୍ତିଆର ଅପରେସନ୍ ଡାଇରେକ୍ଟର ଏବଂ ଟ୍ରେନିଂ ଡାଇରେକ୍ଟରଙ୍କ ଉପରେ ମଧ୍ୟ ଫାଇନ୍ ଲଗାଯାଇଛି । ଉଭୟଙ୍କ ଉପରେ ୬ ଲକ୍ଷ ଏବଂ ୩ ଲକ୍ଷ ଟଙ୍କାର ଫାଇନ ପକାଯାଇଥିବା ନେଇ ସୂଚନା ରହିଛି ।