ଅସୁରକ୍ଷିତ ଧବଳେଶ୍ୱର ଝୁଲ୍ଲାପୋଲ , ଆଗକୁ ସମ୍ପୂର୍ଣ୍ଣଭାବେ ହୋଇପାରେ ବନ୍ଧ !
1 min readକଟକ : ବିପଦରେ ଯାତ୍ରୀ , ଅସୁରକ୍ଷିତ ଝୁଲ୍ଲା ପୋଲ । ରବିବାର ଗୁଜରାଟ ଟ୍ରାଜେଡି ପରେ ଚେତିଛି ଓଡ଼ିଶା ପ୍ରଶାସନ । ଧବଳେଶ୍ୱର ଝୁଲା ପୋଲକୁ ନେଇ ବଢିଛି ଚିନ୍ତା। ଆଜି ଧବଳେଶ୍ୱର ଝୁଲା ପୋଲରେ ଯାତାୟତ କରୁଥିବା ଯାତ୍ରୀଙ୍କ ସଂଖ୍ୟାକୁ ଅଧାରୁ ଅଧିକ ଖସାଇ ଦିଆଯାଇଥିବା ବେଳେ ଆସନ୍ତାକାଲି ବନ୍ଦ ରହିବ ଧବଳେଶ୍ୱର ଝୁଲା ପୋଲ । ତେବେ ଟେକନିକାଲ ଟିମ୍ ଆସନ୍ତାକାଲି ପୋଲର ନିରାପତ୍ତା ଯାଞ୍ଚ କରିବ । ଆବଶ୍ୟକ ପଡ଼ିଲେ ସୁରକ୍ଷା ପାଇଁ ଝୁଲା ପୋଲକୁ ସମ୍ପୂର୍ଣ୍ଣ ଭାବେ ବି ବନ୍ଦ କରାଯାଇପାରେ ବୋଲି କହିଛନ୍ତି କଟକ ଜିଲ୍ଲାପାଳ ଭବାନୀ ଶଙ୍କର ଚୟନି। ଯାତ୍ରୀଙ୍କ ସୁରକ୍ଷା ପ୍ରଥମେ, ପରେ ଦର୍ଶନ ବୋଲି ପ୍ରଶାସନ ପକ୍ଷରୁ କୁହାଯାଇଛି।
ମିଳୁଥିବା ସୂଚନା ଅନୁଯାୟୀ ଧବଳେଶ୍ୱର ପୀଠରେ ଥିବା ଝୁଲା ପୋଲର ଷ୍ଟେ-ରୋପ୍କୁ ଧରି ରଖିଥିବା ୧୨ଟି ପିଲର ଅବସ୍ଥା ସଙ୍କଟାପନ୍ନ ରହିଛି। ଅର୍ଥାତ ଝୁଲା ପୋଲ ଯାହା ଭରସାରେ ଝୁଲି କରି ରହେ, ତାହା ଏବେ ନିଜେ ଅସୁରକ୍ଷିତ ହୋଇପଡିଛି ତେବେ ସେ କିପରି ପୋଲଟିକୁ ସମ୍ବାଳିବ। କୋଲକତାରୁ ବୈଷୟିକ ଟିମ୍ ଅଣାଯାଇ ପୋଲର ଯାଞ୍ଚ କରାଯିବା ପରେ ଏହା ଦୁର୍ବଳ ଥିବା ଜଣାଯାଇଛି। ତେଣୁ ପ୍ରଶାସନ ପକ୍ଷରୁ ବର୍ତ୍ତମାନ ତତ୍ପରତା ଦେଖ।ଦେଇଛି । ଧବଳେଶ୍ୱର ଝୁଲାପୋଲ ସ୍ଥିତି ଯାଞ୍ଚ ପାଇଁ ବିଶେଷଜ୍ଞ ଟିମ୍ ଆଜ ପହଞ୍ଚିଥିବା ଜଣାଯାଇଛି । ବିଭାଗୀୟ ସର୍ବୋଚ୍ଚ ଯନ୍ତ୍ରୀଙ୍କ ନେତୃତ୍ୱରେ ୮ ଜଣିଆ ଟିମ୍ ଆରମ୍ଭ କରିଛି । ଝୁଲାପୋଲ କେତେ ସୁରକ୍ଷିତ ରହିଛି ଜାଣିବାକୁ ପ୍ରକ୍ରିୟା ଆରମ୍ଭ ହୋଇଯାଇଛି। ଏନେଇ ଗତକାଲି ଅର୍ଥାତ୍ ନଭେମ୍ବର ୧ ତାରିଖ ମଙ୍ଗଳବାର ଦିନ ଧବଳେଶ୍ୱର ଦର୍ଶନ ବନ୍ଧ ରହିବ ବା ଝୁଲ୍ଲା ପୋଲକୁ ବନ୍ଧ ରଖାଯିବ । ଆବଶ୍ୟକ ପଡିଲେ ଆଗକୁ ମଧ୍ୟ ଏହାକୁ କିଚି ଦିନ ବନ୍ଧ ରଖାଯାଇପାରେ ।
ଗତକାଲି ଗୁଜରାଟ ମୋର୍ବିର ମାଚ୍ଛୁ ନଦୀରେ ପୁରୁଣା ଝୁଲା ପୋଲ ଭୁଶୁଡ଼ି ପ୍ରାୟ ୧୪୧ରୁ ଊର୍ଦ୍ଧ୍ୱ ଲୋକଙ୍କର ମୃତ୍ୟୁ ହୋଇଛି। ଏହାକୁ ଦୃଷ୍ଟିରେ ରଖି ଧବଳେଶ୍ୱର ଝୁଲା ପୋଲରେ କୌଣସି ଅଘଟଣ ନ ଘଟିବା ଆଶଙ୍କାରେ ଗତକାଲିଠୁ ଯୁଦ୍ଧକାଳୀନ ଭିତ୍ତିରେ ତଦାରଖ କାମ ଆରମ୍ଭ ହୋଇଛି ।