Pratidin TV

Odisha's Digital News Platform

ସର୍ବସାଧାରଣଙ୍କ ପାଇଁ ଖୋଲିଲା ଧବଳେଶ୍ୱର ପୀଠ

1 min read

ଆଠଗଡ : ନିକଟରେ ଝୁଲାପୋଲକୁ ଅସୁରକ୍ଷିତ ଦର୍ଶାଇ ନଭେମ୍ବର ୧ ତାରିଖ ପରଠୁ ଧବଳେଶ୍ୱର ପୀଠକୁ ସର୍ବସାଧାରଣଙ୍କ ଲାଗି ଦର୍ଶନ ବନ୍ଦ ରଖାଯାଇଥିଲା । ଏହାସହ ଶ୍ରଦ୍ଧାଳୁଙ୍କ ପାଇଁ ୧୪୪ ଧାରା କଟକଣା ମଧ୍ୟ ଲଗାଯାଇଥିଲା । ତେବେ ଏହି ଘଟଣାକୁ ନେଇ ବାରମ୍ବାର ବିଭିନ୍ନ ସଂଗଠନ , ଭକ୍ତଗଣ,ତଥା ପୂଜକ ସମାଜ ପକ୍ଷରୁ ମନ୍ଦିର ଖୋଲିବା ଲାଗି ଦାବି ହୋଇଥିଲା।

ବର୍ତ୍ତମାନ ନିର୍ମାଣଧୀନ ଅସ୍ଥାୟୀ ରାସ୍ତାକାମ ସରିଯାଇଥିବାରୁ ଆଜିଠୁ ଶ୍ରଦ୍ଧାଳୁମାନଙ୍କ ଲାଗି ଧବଳେଶ୍ୱର ପୀଠକୁ ରାସ୍ତା ଖୋଲିଦେଇଚି ପ୍ରଶାସନ । ଆଜିଠୁ ସର୍ବସାଧାରଣ ମାନେ ଯାଇ ବାବା ଧବଳେଶ୍ୱରଙ୍କୁ ଦର୍ଶନ କରିପାରିବେ ବୋଲି ଅନୁମତି ଦେଇଛନ୍ତି ଆଠଗଡ ଉପଜିଲ୍ଲାପାଳ ।

Advertisement

ତେବେ ଶ୍ରଦ୍ଧାଳୁମାନେ ମଞ୍ଚେଶ୍ୱର ନଦୀ ଘାଟରୁ ପାଇକରାପୁର ପଠା ଏବଂ ସେଠାରୁ ଧବଳେଶ୍ୱର ପଠାକୁ ସଂଯୋଗ କରାଯାଇଥିବା ଅସ୍ଥାୟୀ ରାସ୍ତାରେ ଶ୍ରଦ୍ଧାଳୁ ମାନେ ଚାଲି ଚାଲି ଯାଇ ଧବଳେଶ୍ୱରଙ୍କ ଦର୍ଶନ କରିପାରିବେ।

Leave a Reply

Your email address will not be published. Required fields are marked *