Pratidin TV

Odisha's Digital News Platform

ଅପେକ୍ଷାରେ ଭକ୍ତ, ପବିତ୍ର ଜାଗରରେ ଧବଳେଶ୍ଵରଙ୍କ ପାଖରେ ଲାଗି ହେବ ପ୍ରସିଦ୍ଧ ମାଣ୍ଡୁଅ ଭୋଗ

1 min read

ସନାତନ ସଂସ୍କୃତିରେ ଶିବ ବା ମହାଦେବ ଅନ୍ୟତମ ପ୍ରମୁଖ ଦେବତା। ସେ ତ୍ରିଦେବର ଏକ ଅଂଶ। ତାଙ୍କୁ ମହାଦେବ, ଦେବଙ୍କ ଦେବ ମଧ୍ୟ କୁହାଯାଏ। ସେ ଭୋଳାନାଥ, ଶଙ୍କର, ମହେଶ, ରୁଦ୍ର, ନୀଳକଣ୍ଠ, ଗଙ୍ଗାଧର ଇତ୍ୟାଦି ଅନେକ ନାମରେ ଜଣାଶୁଣା। ତନ୍ତ୍ର ସାଧନାରେ ସେ ଭୈରବ ନାମରେ ମଧ୍ୟ ଜଣାଶୁଣା। ହିନ୍ଦୁ ଧର୍ମର ମୁଖ୍ୟ ଦେବତାମାନଙ୍କ ମଧ୍ୟରୁ ଶିବ ଅନ୍ୟତମ। ବେଦରେ ତାଙ୍କ ନାମ ରୁଦ୍ର। ଶଙ୍କରଙ୍କୁ ବିନାଶର ଦେବତା କୁହାଯାଏ।

ଆଜି ହେଉଛି ପବିତ୍ର ମହାଶିବରାତ୍ରି ବା ଜାଗର ପର୍ବ। ଦେବ ଦେବ ମହାଦେବଙ୍କ ଉପାସନା ଲାଗି ଜାଗର ପାଳୁଛନ୍ତି ଶ୍ରଦ୍ଧାଳୁ। କିମ୍ବଦନ୍ତୀ ରହିଛି ସାରା ସଂସାରର ରକ୍ଷା ଲାଗି ବିଷପାନ କରିଥିଲେ ମହାଦେବ। ଭଗବାନଙ୍କ ଜୀବନ ରକ୍ଷା ଲାଗି ସାରା ବିଶ୍ବ ଦୀପ ଜାଳି ଜାଗର ରହିଥିଲେ। ଆଜିର ଦିନରେ ନିଜ ପରିବାରର ଶୁଭ ମନାସି ଶ୍ରଦ୍ଧାଳୁ, ଉପବାସ ରହିବା ସହ ଶୈବାଳୟ ଯାଇ ଦୀପ ଜାଳିଥାନ୍ତି। ରାତିରେ ମହାଦୀପ ଉଠିବା ପରେ ଉପବାସ ଭାଙ୍ଗିଥାନ୍ତି। ଆଜି ମହାଶିବରାତ୍ରୀରେ ଭଗବାନ ଶିବଙ୍କୁ ଉପାସନା କରିବା ଏବଂ ତାଙ୍କ ଆଶୀର୍ବାଦ ଗ୍ରହଣ କରିବାର ସବୁଠାରୁ ବିଶେଷ ଦିନ, ନିଶ୍ଚିତ ଭାବରେ କ୍ଷୀର, କଦଳୀ, ବେଲପାଟରା, ଡାଟୁରା ପ୍ରଦାନ କଲେ ଭଲ | ଏହାଦ୍ୱାରା କୁଣ୍ଡଳୀରେ ଅଶୁଭ ଗ୍ରହମାନଙ୍କର ପ୍ରଭାବକୁ ହ୍ରାସ କରିବ |

Advertisement

ସେଥିପାଇଁ ଚଳଚଞ୍ଚଳ କଟକ ଜିଲ୍ଲାର ଅନ୍ୟତମ ଶୈବ ପୀଠ ବାବା ଧବଳେଶ୍ବର ପୀଠ । ପବିତ୍ର ଜାଗରରେ ଧବଳେଶ୍ଵରଙ୍କ ପାଖରେ ଲାଗି ହେବ ପ୍ରସିଦ୍ଧ ମାଣ୍ଡୁଅ ଭୋଗ । ପୂଜକ ସମିତି ପକ୍ଷରୁ ଭୋର ୪ଟାରୁ ଦ୍ଵାର ଫିଟାଯାଇ ମହାସ୍ନାନ କରାଯିବା ସହିତ କେତକୀ ଫୁଲ ରେ ସଜ୍ଜିତ କରାଯାଇ ଭକ୍ତଙ୍କୁ ଦର୍ଶନ ଦେଉଛନ୍ତି ଧବଳେଶ୍ବର। ଅପରାହ୍ନରେ ୪ ପ୍ରହର ପୂଜା କରାଯାଇ ତୃତୀୟ ପ୍ରହର ପୂଜାରେ ମାଣ୍ଡୁଅ ଭୋଗ ଲାଗି କରାଯାଇ ବେଢ଼ା ପରିକ୍ରମା କରାଯିବା ସହିତ ରାତ୍ର ଗୋଟାଏ ରେ ମହାଦୀପ ଉଠିବା ପାଇଁ ନିଷ୍ପତ୍ତି କରାଯାଇଛି । ସୁରକ୍ଷା କୁ ଆଖି ଆଗରେ ରଖି ପୋଲିସ ପ୍ରଶାସନ ପକ୍ଷରୁ ବ୍ୟାପକ ପୋଲିସ ଫୋର୍ସ ମୁତୟନ କରାଯାଇଛି।

Leave a Reply

Your email address will not be published. Required fields are marked *