Pratidin TV

Odisha's Digital News Platform

ଧନୁଷଙ୍କ ତିରୁପତିରେ ଫିଲ୍ମ ସୁଟିଂ; ସୁଟିଂ ବନ୍ଦ କରିଦେଲା ପୋଲିସ…..

1 min read

ନୂଆ ଫ୍ଲିଲ୍ମ ପାଇଁ ଏବେ ଲାଇମଲାଇଟରେ ଦେଖିବାକୁ ମିଳିଛି ସାଉଥ ର ସୁପର ଷ୍ଟାର ଧନୁଷଙ୍କୁ। ଏବେ ଧନୁଷ ନିର୍ଦେଶକ ଶେଖର କାମମୁଲାଙ୍କ ସହ ତାଙ୍କର ପ୍ରଥମ ତେଲଗୁ ଚଳଚିତ୍ର ‘D51’ ସୁଟିଂ କରୁଛନ୍ତି। ଧନୁଷଙ୍କୁ ଶେଷ ଥର ପାଇଁ ଫିଲ୍ମ ‘କ୍ୟାପଟେନ ମିଲର’ ରେ ଦେଖିବାକୁ ମିଳିଥିଲା | ଧନୁଷଙ୍କ ନୂଆ ଚଳଚିତ୍ର ପାଇଁ ସେ ମଙ୍ଗଳବାର ଦିନ ତିରୁପତି ମନ୍ଦିରରେ ସୁଟିଂ କରୁଥିବା ଦେଖିବାକୁ ମିଳିଥିଲା। ଏଥିପାଇଁ ମନ୍ଦିର ଦର୍ଶନରେ ଆସୁଥିବା ଭକ୍ତମାନଙ୍କୁ ବହୁତ ଅସୁବିଧାର ସମ୍ମୁଖୀନ ହେବାକୁ ପଡିଥିଲା ।

ଧନୁଷଙ୍କ ସୁଟିଂ ପାଇଁ ତିରୁପତି ବାହାରେ ଏକ ବିରାଟ ଜନସମାଗମ ଦେଖିବାକୁ ମିଳିଥିଲା। କେହି ଭଗବାନଙ୍କୁ ଦେଖିବାକୁ ଆସିଥିବା ବେଳେ ଅନ୍ୟମାନେ ଧନୁଷଙ୍କ ସୁଟିଂ ଦେଖିବା ପାଇଁ ଆସିଥିଲେ। ଏଥିଯୋଗୁଁ ରାସ୍ତାରେବ ଟ୍ରାଫିକ ଯାମ ହେବାକୁ ଲାଗିଥିଲା। ଏହି ଯାମ ଆଲପିରିର ହରେ ରାମ ହରେ କୃଷ୍ଣ ରୋଡରେ ହୋଇଥିଲା ଯାହାଫଳରେ ଲୋକାନାଂକୁ ଅନେକ ଅସୁବିଧାର ସଂମ୍ମୁଖୀନ ହେବାକୁ ପଡିଥିଲା।

ସୂଚନା ଅନୁଯାୟୀ, ତାମିଲନାଡୁର ପ୍ରସିଦ୍ଧ ମନ୍ଦିର ତିରୁପତି । ତିରୁପତିଙ୍କ ଦର୍ଶନ ପାଇଁ ଲକ୍ଷେ ଲକ୍ଷେ ଲୋକଙ୍କ ଭିଡ ପ୍ରତିଦିନ ହୋଇଥାଏ। ତିରୁପତିରେ ଧନୁଷଙ୍କ ସୁଟିଂ ପାଇଁ ଭିଡ ଅଧିକ ବଢିଯାଇଥିଲା ଯାହାଫଳରେ ରାସ୍ତା ଯାମ ହେବା କାରଣରୁ ଲୋକଙ୍କୁ ଯାତ୍ରା କରିବାରେ ଅସୁବିଧା ହୋଇଥିଲା। ସୁଟିଂ ପାଇଁ ଗୋଟେ ପଟେ ଯିବା ଆସିବା ସକ୍ଷମ ଥିଲା, ଅନ୍ୟପଟ ରାସ୍ତା ବନ୍ଦ କରାଯାଇଥିଲା। ଧନୁଷ ଏବଂ ଫିଲ୍ମର ସୁଟିଂ ଦେଖିବା ପାଇଁ ଏକତ୍ରିତ ହୋଇଥିବା ଜନସମାଗମ ସମସ୍ୟାକୁ ଆହୁରି ବଢ଼ାଇଦେଇଥିଲା। ଏଭଳି ପରିସ୍ଥିତିରେ କିଛି ଭକ୍ତଙ୍କ ଅଭିଯୋଗ ପରେ ପୋଲିସ ଧନୁଷଙ୍କ ସୁଟିଂକୁ ବନ୍ଦ କରିଦେଇଥିଲା। ଭକ୍ତ ଲୋକଙ୍କ ପୋଲିସ୍ କୁ ପ୍ରଶ୍ନ ମଧ୍ୟ କରି କହିଥିଲେ ଏହି ରାସ୍ତାରେ ସୁଟିଂ କରିବାକୁ କିପରି ଅନୁମତି ମିଳିଥିଲା।

Leave a Reply

Your email address will not be published. Required fields are marked *