Pratidin TV

Odisha's Digital News Platform

ଆଜି ବରଗଡରେ କଂସ ବଧ , ଧନୁଯାତ୍ରା ଶେଷ ..

1 min read

ବରଗଡ : ଆଜି ବରଗଡରେ କଂସ ରାଜୁତିର ଶେଷ ରାତ୍ରୀ । ସରିବ ଧନୁ୍‌ଯାତ୍ରା । ଭଗବାନ କୃଷ୍ଣଙ୍କ ହାତରେ ହେବ କଂସ ବଧ।୩୧ ଡିସେମ୍ବର ୨୦୨୨ ରୁ ଆରମ୍ଭ ହୋଇ ୬ ଜାନୁଆରୀ ୨୦୨୩ରେ ଅନ୍ତିମ ଦିନରେ ପହଞ୍ଚିଛି ବରଗଡର ବିଶ୍ୱପ୍ରସିଦ୍ଧ ଧନୁଯାତ୍ରା । ଦେବକୀ- ବସୁଦେବଙ୍କ ବିବାହରୁ ଆରମ୍ଭ କରି -ଆଜି କଂସ ବଧରେ ସମାପ୍ତ ହେବ ଧନୁଯାତ୍ରା । ଏହି ମୁକ୍ତାକାଶ ରଙ୍ଗମଞ୍ଚରେ ପ୍ରଦର୍ଶିତ ହେଊଥିବା ଧନୁଯାତ୍ରାକୁ ଦେଖିବା ପାଇଁ କାହିଁ କେତେଦୂରୁ ଥଣ୍ଡା କାକରକୁ ଖାତିର ନକରି ଧାଇଁ ଆସନ୍ତି ଲୋକେ । କେବଳ ରାଜ୍ୟ କାହିଁକି ଦେଶବ୍ୟାପି ପ୍ରସିଦ୍ଧ ବରଗଡର ଧନୁଯାତ୍ରା । ଅନେକ ବିଦେଶୀମାନେ ମଧ୍ୟ ଆସି ଏହି ଧନୁଯାତ୍ରାରେ ଭିଡ ଜମାଇଥାନ୍ତି ।

ଗତକାଲି କଂସଙ୍କ ନିର୍ଦ୍ଦେଶରେ ଗୋପରୁ କୃଷ୍ଣ ବଳଦେବଙ୍କୁ ମଥୁରାରୁ ଆଣିବାକୁ ଯାଇଥିଲେ ମାମୁଁ ଅକୃର । ମଥୁରାରେ ଅନୁଷ୍ଠିତ ଧନୁଯାତ୍ରାରେ ଯୋଗଦେଇ ପ୍ରଥମେ ଏକ ବଳିିୟାନ ହସ୍ତି ଏବଂ ଅଷ୍ଟମଲ୍ଲଙ୍କୁ ବଧ କରିବେ । ତେବେ ଆଜି ପରିଶେଷରେ କଂସଙ୍କ ପାଳି । କଂସଙ୍କ ବଧ ପରେ ନିଜ ପିତା ମାତା ଦେବକୀ-ବସୁଦେବଙ୍କୁ କାରଗାରାରୁ ମୁକୁଳାଇ ଉଗ୍ରସେନଙ୍କ ରାଜ୍ୟ ଅଭିଶେଖ କରିବେ ଭଗବାନ କୃଷ୍ଣ ।

Advertisement

Leave a Reply

Your email address will not be published. Required fields are marked *