Pratidin TV

Odisha's Digital News Platform

ନିଟ୍ ପରୀକ୍ଷାରେ ହୋଇନାହିଁ ପେପର  ଲିକ୍: ଧର୍ମେନ୍ଦ୍ର ପ୍ରଧାନ

1 min read

ମେଡିକାଲ ପ୍ରବେଶିକା ପରୀକ୍ଷା ନିଟ୍‌‌-ୟୁଜିକୁ ନେଇ ସୁପ୍ରିମକୋର୍ଟ ଶୁଣାଇଛନ୍ତି ବଡ଼ ରାୟ ।  ୧୫୬୩ ପରୀକ୍ଷାର୍ଥୀଙ୍କ ସ୍କୋର କାର୍ଡ ରଦ୍ଦ କରାଯାଇଛି। ଏବଂ ପୁଣି ଥରେ ପରୀକ୍ଷା ହେବାକୁ ନିଷ୍ପତ୍ତି ହୋଇଛି। ଗ୍ରେସ୍ ମାର୍କ ପାଇଥିବା ପରୀକ୍ଷାର୍ଥୀମାନେ ପୁଣି ପରୀକ୍ଷା ଦେବେ । ଜୁନ୍ ୨୩ ତାରିଖରେ ପରୀକ୍ଷା ହେବାକୁ ଥିବାବେଳେ ଜୁନ୍ ୩୦ରେ ପରୀକ୍ଷା ଫଳ ପ୍ରକାଶ ପାଇବ। ତେବେ ସେପଟେ ନିଟ୍ ପରୀକ୍ଷା ବିବାଦକୁ ନେଇ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ନିଜ ପ୍ରତିକ୍ରିୟାରେ କହିଛନ୍ତି ଛାତ୍ରଛାତ୍ରୀଙ୍କୁ ନ୍ୟାୟ ଦେବାରେ ଭାରତ ସରକାର ଓ ଏନଟିଏ ପ୍ରତିବଦ୍ଧ।

୨୪ ଲକ୍ଷ ଛାତ୍ରଛାତ୍ରୀ ସ୍ଵଚ୍ଛତାର ସହ ପରୀକ୍ଷା ଦେଇଛନ୍ତି। ପେପର ଲିକ୍ ହୋଇନି , କି ହେବାର ଏବେ ଯାଏଁ ପ୍ରମାଣ ମିଳିନି। ୧୫୬୩ ପିଲାଙ୍କ ପାଇଁ କୋର୍ଟ ଙ୍କ ନିର୍ଦେଶ ଅନୁସାରେ ମଡେଲ ଗ୍ରହଣ କରାଯାଇଛି। ଏ ନେଇ କମିଟି ଗଠନ କରାଯାଇଛି। କୋର୍ଟଙ୍କ ନିର୍ଦେଶକୁ ଆମେ ଗ୍ରହଣ କରିବୁ। ଯେଉଁ ଅଭିଯୋଗ ସାମ୍ନାକୁ ଆସିଛି ତାହାର ସମାଧାନ କରିବାକୁ ପ୍ରୟାସ କରାଯିବ। ଏହା ସହିତ ଦୋଷୀଙ୍କ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ଧର୍ମେନ୍ଦ୍ର ପ୍ରଧାନ କହିଛନ୍ତି।

Leave a Reply

Your email address will not be published. Required fields are marked *