Pratidin TV

Odisha's Digital News Platform

ସମ୍ବଲପୁରରେ ହେବ ବିଗ ଫାଇଟ , ଘର ଘର ବୁଲି ପ୍ରଚାର କରିଲେ ଧର୍ମେନ୍ଦ୍ର ପ୍ରଧାନ ..

1 min read

ନିର୍ବଚନୀ ପ୍ରଚାର ମୈଦାନରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ଡୋର୍ ଟୁ ଡୋର୍ କ୍ୟାମ୍ପେନ କରିବା ସହ ରାଜ୍ୟରେ ବିଜେପି ସରକାର ଗଠନ କରିବା ପାଇଁ ଭୋଟ୍ ଦେବାକୁ ଜନସାଧାରଣଙ୍କୁ ନିବେଦନ କରିଛନ୍ତି । ଆଜି ସକାଳୁ ଧର୍ମେନ୍ଦ୍ର ପ୍ରଧାନ ସମ୍ବଲପୁର କୁଞ୍ଜେଲପଡ଼ାରେ ଘର ଘର ବୁଲି ମୋଦୀ ଗ୍ୟାରେଣ୍ଟିର ଲିଫଲେଟ୍ ବିତରଣ କରିଛନ୍ତି । ଲୋକମାନଙ୍କୁ ମୋଦୀଙ୍କ ବାର୍ତ୍ତା ଉପରେ କହିବା ସହ ଓଡ଼ିଶା ବିଜେପିର ସଂକଳ୍ପ ପତ୍ର ଉପରେ ମଧ୍ୟ ଆଲୋଚନା କରିଛନ୍ତି । ପ୍ରଚାର କାଳରେ ଶ୍ରୀ ପ୍ରଧାନ କୁଞ୍ଜେଲପଡା ସ୍ଥିତ ବୁଢି ମାଆ ଗଳିରେ ଥିବା । ସ୍ଥାନୀୟ ମିଞ୍ଜୁ କାକା ନାମରେ ପରିଚିତ ଥିବା ଦୋକାନରୁ କାର୍ଯ୍ୟକର୍ତ୍ତାଙ୍କ ସହ ସରସତିଆର ମଜା ନେଇଥିଲେ । ସ୍ଥାନୀୟ ଦୋକାନରୁ କାର୍ଯ୍ୟକର୍ତ୍ତାଙ୍କ ସାଥୀରେ ଚାଉଳ ବରା ଖାଇବା ସହ କିଶୋର ଦଣ୍ଡସେନାଙ୍କ ଦୋକାନରୁ ଚା’ ପିଇଥିଲେ । ଏହି ଅବସରରେ ସ୍ଥାନୀୟ ଲୋକଙ୍କ ସହ ମଧ୍ୟ ବିଭିନ୍ନ ସମସ୍ୟା ନେଇ ଆଲୋଚନା କରିଥିଲେ।

କେନ୍ଦ୍ରମନ୍ତ୍ରୀ କହିଛନ୍ତି କୁଞ୍ଜେଲପଡା ହେଉଛି ରାଜନୈତିକ ଚର୍ଚ୍ଚା ଓ ଆଲୋଚନାର ଏକ ମଞ୍ଚ । କୁଞ୍ଜେଲ ସିଂହଙ୍କ ବୀରତ୍ୱପୂର୍ଣ୍ଣ ସଂଘର୍ଷ ଏଠାରେ ହୋଇଥିଲା । ଆଜି ଘର ଘର ବୁଲି ଲୋକଙ୍କ ଆଶୀର୍ବାଦ ନେବାର ସୁଯୋଗ ଲାଭ କଲି । ଲୋକଙ୍କ ମଧ୍ୟରେ ପ୍ରଧାନମନ୍ତ୍ରୀ ଓ ବିଜେପିକୁ ନେଇ ସ୍ନେହ, ଶ୍ରଦ୍ଧା, ବହୁତ ଉତ୍ସାହ ଓ ସମର୍ଥନ ଅଛି । ପ୍ରଧାନମନ୍ତ୍ରୀ ଏବଂ ଦଳର ନେତୃତ୍ୱ ଜନସାଧାରଣଙ୍କ ଆସ୍ଥାଭାଜନ ହୋଇଛି । ମୋଦୀ ଗ୍ୟାରେଣ୍ଟି ଲୋକଙ୍କ ଜୀବନକୁ ସହଜ ଓ ସରଳ କରିଛି । ପ୍ରଧାନମନ୍ତ୍ରୀଙ୍କ ନେତୃତ୍ୱରେ ହିଁ ବିକଶିତ ସମ୍ବଲପୁର ଓ ବିକଶିତ ଓଡ଼ିଶା ସକାର ହୋଇ ପାରିବ ବୋଲି ସମସ୍ତଙ୍କ ଆଗାଢ ବିଶ୍ୱାସ ରହିଛି । ଐତିହାସିକ କୁଞ୍ଜେଲପଡାର ଜନମତ ଓଡ଼ିଶାରେ ବିଜେପି ସରକାରର ବଡ ସଙ୍କେତ ଦେଉଛି ବୋଲି କେନ୍ଦ୍ରମନ୍ତ୍ରୀ କହିଛନ୍ତି । କେନ୍ଦ୍ରମନ୍ତ୍ରୀଙ୍କ ସାଥୀରେ ସମ୍ବଲପୁର ବିଧାୟକ ପ୍ରାର୍ଥୀ ଜୟ ନାରାୟଣ ମିଶ୍ର, ଅନିଲ ବେହେରା, ମାନସ ରଞ୍ଜନ ବକ୍ସି, ସମୀର ରଞ୍ଜନ , ସୁଶାନ୍ତ ପୁରୋହିତ, ସରୋଜ ଦଲପତ, ଅଜିତ ବେହେରା, ରୁନୁ ପ୍ରଧାନ, ଲକ୍ଷ୍ମୀପ୍ରିୟା ଜେନା, ପ୍ରଭାସିନୀ ଦାଶ, ସୀତାକାନ୍ତି ମେସୁଆ ଓ ଅନ୍ୟ ନେତୃବୃନ୍ଦ ଥିଲେ ।

Advertisement

Leave a Reply

Your email address will not be published. Required fields are marked *