Pratidin TV

Odisha's Digital News Platform

ଯାଜପୁର ଧର୍ମଶାଳାରେ ସ୍ମୃତିରେଖା ଙ୍କ ପାଇଁ ଧର୍ମେନ୍ଦ୍ର ପ୍ରଧାନ କଲେ ପ୍ରଚାର ..

1 min read

ଯାଜପୁର ଜିଲ୍ଲା ଧର୍ମଶାଳା ନିର୍ବାଚନମଣ୍ଡଳୀର ମହୋତ୍ସବ ପଡ଼ିଆ ଠାରେ ଧର୍ମଶାଳା ବିଜେପି ନେତ୍ରୀ ସ୍ମୃତିରେଖା ପହିଙ୍କ ନେତୃତ୍ୱରେ ଏକ ବିଜୟ ସଂକଳ୍ପ ସମାବେଶ ଅନୁଷ୍ଠିତ ହୋଇଛି।ଏଥିରେ ସମ୍ବଲପୁର ଲୋକସଭା ପ୍ରାର୍ଥୀ ଧର୍ମେନ୍ଦ୍ର ପ୍ରଧାନ ଯୋଗ ଦେଇଥିଲେ। ଧର୍ମଶାଳା ବିଜେପି ନେତ୍ରୀ ସ୍ମୃତିରେଖା ପହିଙ୍କର ହଜାର ହଜାର ସମର୍ଥକ ମଧ୍ୟ ଏଥିରେ ଯୋଗ ଦେଇଥିଲେ ।ନିର୍ବାଚନ ଯେତେ ପାଖେଇ ଆସୁଛି ଧର୍ମଶାଳା ରାଜନୀତି ସେତେ ଉଷ୍ମ ହେବାରେ ଲାଗିଛି ।

ବିଭିନ୍ନ ଦଳର ହେବିୱେଟ ନେତାମାନେ ଧର୍ମଶାଳା ରେ ପଂହଚି ସେମାନଙ୍କ ପ୍ରାର୍ଥୀ ମାନଙ୍କ ପାଇଁ ପ୍ରଚାର କରୁଥିବା ବେଳେ ବିଜେପି ର ହେବିୱେଟ୍ ନେତା ଧର୍ମେନ୍ଦ୍ର ପ୍ରଧାନ ପଂହଚି ସ୍ମୃତିରେଖା ପାଇଁ ଭୋଟ ଭିକ୍ଷା କରିଥିଲେ ।ନିଜ ବକ୍ତବ୍ୟରେ ଧର୍ମେନ୍ଦ୍ର ପ୍ରଧାନ କହିଥିଲେ କିଛି ଦୁର୍ନୀତି ଗସ୍ତ ଲୋକ ଏବଂ ଖଣି ମାଫିଆ ମାନେ ଓଡ଼ିଶା କୁ କବଯା କରିବାକୁ ଚାହୁଁଛନ୍ତି ।ଏବଂ ନରେନ୍ଦ୍ର ମୋଦୀଙ୍କ ଆୱାନ କର୍ମେ ଏଥର ଓଡ଼ିଶା ସମତେ ଧର୍ମଶାଳା ରେ ବିଜେପି ସରକାର ଗଠନ ହେବ ।

Advertisement

Leave a Reply

Your email address will not be published. Required fields are marked *