Pratidin TV

Odisha's Digital News Platform

ସମ୍ବଲପୁରରେ ଜଙ୍ଘା ବଡଦେବଙ୍କ ପୂଜାରେ ସାମିଲ ହୋଇ କାନ୍ଧରେ ବୋହିବା ସହ ନାଚିବାର ସୌଭାଗ୍ଯ ପାଇଛନ୍ତି ଧର୍ମେନ୍ଦ୍ର ପ୍ରଧାନ

1 min read

ସମ୍ବଲପୁର ଜିଲ୍ଲାକୁ ପୁଣି ଦିନିକିଆ ଗସ୍ତ କରିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ l ଏହି ଗସ୍ତରେ ଆଜି ପ୍ରଥମେ ଯୁଯୁମୁରାଠାରେ ସହିଦ ମଧୁ ଗଡ଼ତିଆଙ୍କ ପ୍ରତିମୂର୍ତ୍ତି ଉନ୍ମୋଚନ କରାଯାଇଥିଲା l ଏହା ପରେ ଗୋଣ୍ଡୱାନା ସମାଜର ଦେବତା ଜଙ୍ଘା ବଡଦେବଙ୍କ ପୂଜାରେ ସାମିଲ ହେବା ସହ ଗୋଣ୍ଡଓ୍ବାନା ସମାଜର ଏକ ସଭାରେ ସାମିଲ ହୋଇଥିଲେ କେନ୍ଦ୍ରମନ୍ତ୍ରୀ l

କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଆଜି ଦିନିକିଆ ସମ୍ବଲପୁର ଗସ୍ତ ଆସି ଆଜି ପ୍ରଥମେ ଯୁୁଯୁମୁରା ଯାଇ ସେଠାରେ ଗ୍ରାମୀଣ ପାର୍କରେ ସହିଦ ମଧୁ ଗଡ଼ତିଆଙ୍କ ପ୍ରତିମୂର୍ତ୍ତି ଉନ୍ମୋଚନ କରିଥିଲେ l ପରେ ସେଠାରେ ଗୋଣ୍ଡଓ୍ବାନା ସମାଜର ଜଙ୍ଘା ବଡଦେବଙ୍କ ପୂଜାରେ ସାମିଲ ହୋଇଥିଲେ l ପୂଜାରେ ସାମିଲ ହୋଇ ଜଙ୍ଘା ବଡଦେବଙ୍କୁ କାନ୍ଧରେ ବୋହିବା ସହ ନାଚିବାର ସୌଭାଗ୍ଯ ପାଇଛନ୍ତି l ତେବେ ୧୮୫୭ ବିଦ୍ରୋହରେ ସଦିହ ମଧୁ ଗଡତିଆଙ୍କୁ ଇଂରେଜ ମାନେ କାବୁ କରି ନାକଟିଦେଉଳ ଜଙ୍ଗଲରେ ଫାଶି ଦେଇଥିଲେ l ତେବେ ଏହି ମହାନ ସଂଗ୍ରାମୀଙ୍କୁ ଉଚିତ ସମ୍ମାନ ତଥା ପରପିଢୀମାନେ ରଖିବେ ବୋଲି ଏହି ପ୍ରତିମୂର୍ତ୍ତି ଉନ୍ମୋଚନ କରାଯାଇଛି l

Advertisement

Leave a Reply

Your email address will not be published. Required fields are marked *