Pratidin TV

Odisha's Digital News Platform

ହିଙ୍ଗୁଳା ପୀଠରେ ପହଞ୍ଚିଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ , ପତ୍ନୀଙ୍କ ସହ ମିଶି କରିଲେ ପୂଜା ..

ତାଳଚେର : ତାଳଚେର ରେ ଅଧିଷ୍ଠାତ୍ରୀ ଦେବୀ ଜଗତ ଜନନୀ ମା ହିଙ୍ଗୁଳା ଙ୍କ ପୀଠ ଗୋପାଳ ପ୍ରସାଦ ରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ନିଜ ସହଧର୍ମିଣୀ ମୃଦୁଳା ପ୍ରଧାନ ଙ୍କ ସହ ପହଂଚି ଦର୍ଶନ କରିବା ସହ ପୂଜାର୍ଚନା କରିଥିଲେ । ଇଂରାଜୀ ନବବର୍ଷ ରେ କେନ୍ଦ୍ରମନ୍ତ୍ରୀ ମା ହିଙ୍ଗୁଳା ଙ୍କୁ ପୂଜାର୍ଚନା କରି ଜଗତର କଲ୍ୟାଣ ମନାସି ଥିଲେ ।

କୁମୁଣ୍ଡା ଗ୍ରାମରେ ଶ୍ରମିକ ନେତା ଅରୁଣ ପ୍ରଧାନ ଙ୍କ ମା ତଥା କେନ୍ଦ୍ରମନ୍ତ୍ରୀ ଙ୍କ ଅପା ଦମୟନ୍ତୀ ପ୍ରଧାନ ଙ୍କ ଏକାଦଶାହ କର୍ମରେ କେନ୍ଦ୍ରମନ୍ତ୍ରୀ ଯୋଗଦେଇ ଥିଲେ ।ସେଠାରେ ଉପସ୍ଥିତ ଗ୍ରାମବାସୀ, ଆତ୍ମୀୟ ସ୍ୱଜନ, କାର୍ଯ୍ୟକର୍ତା ଙ୍କ ସହ ସାକ୍ଷାତ ଆଲୋଚନା କରିଥିଲେ । କେନ୍ଦ୍ରମନ୍ତ୍ରୀ ଙ୍କ ସହ ପ୍ରାକ୍ତନ ସାଂସଦ ରୁଦ୍ର ନାରାୟଣ ପାଣି,ରାଜ୍ୟ ସମ୍ପାଦକ କାଳନ୍ଦି ସାମଲ,ଜିଲ୍ଲା ସଭାପତି ଡିଲେଶ୍ୱର ପ୍ରଧାନ, ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ଅଶୋକ ମହାନ୍ତି, ପ୍ରତାପ ପ୍ରଧାନ, ଅଗସ୍ତି ବେହେରା ଙ୍କ ସମେତ ବରିଷ୍ଠ କାର‌୍ୟ୍ୟକର୍ତା ମାନେ ଉପସ୍ଥିତ ଥିଲେ ।

Leave a Reply

Your email address will not be published. Required fields are marked *