ଭିଜିଲାନ୍ସ ଜାଲରେ ଥାନା ଆଇଆଇସି
1 min readଭୁବନେଶ୍ୱର : ଦେଶକୁ ତଥା ଦେଶବାସୀଙ୍କୁ ଲାଞ୍ଚୁଆ ମାନଙ୍କ କବଳରୁ ରକ୍ଷା କରୁଥିବା ରକ୍ଷକ ଆଜି ନିଜେ ସେହି ଲାଞ୍ଚୁଆ ମାନଙ୍କ ମଧ୍ୟରୁ ଜଣେ ସାଜିଛି । ଏଭଳି ଏକ ନିନ୍ଦନୀୟ ଘଟଣା ତେଙ୍କାନାଳ ଜିଲ୍ଲାରେ ଘଟିଛି । ତେଙ୍କାନାଳ ସଦର ଥାନା ଆଇଆଇସି ଅଭିନବ ଡାଳୁଆଙ୍କୁ ଆଜି ନାଲିହାତରେ ଧରିଛି ଭିଜିଲାନ୍ସ ।
ସୂଚନା ଅନୁଯାୟୀ ଜଣେ କୋଇଲା ଟ୍ରକ୍ ମାଲିକଙ୍କ ଠାରୁ ପ୍ରାୟ ୩୦ ହଜାର ଟଙ୍କାର ଲାଞ୍ଚ ନେଉଥିବା ବେଳେ ଟ୍ରାପ୍ କରି ଧରିଥିଲା ଭିଜିଲାନ୍ସ । ଏହା ସହ ଢେଙ୍କାନାଳ ସଦର ଥାନା ପରିସରରେ ଥିବା ଆଇଆଇସିଙ୍କ କ୍ୱାଟର୍ସ ସହ ଆଉ ୫ ଟି ସ୍ଥାନରେ ରେଡ୍ ପକାଇଛି ଟିମ୍ । ନିକଟରେ ଅଭିନବ ଇନ୍ସପେକ୍ଟରରୁ ଡିଏସପିକୁ ପଦୋନ୍ନିତ ପାଇଥିଲେ । ଏନେଇ ତାଙ୍କର ରାଉରକେଲା ଡିଏସ୍ପି ଭାବେ ପୋଷ୍ଟିଂ ଅର୍ଡର ମଧ୍ୟ ବାହାରି ସାରିଥିଲା । କିନ୍ତୁ ନିଜର ଲାଞ୍ଚୁଆ ନୀତି ଯୋଗୁ ଆଜି ସେ ସର୍ବହରା ହେବା ଉପରେ । ସେପଟେ ଅଧିକ ତଦନ୍ତ ପାଇଁ ଭିଜିଲାନ୍ସ ମଧ୍ୟ ଅଭିନବଙ୍କୁ ଜେରା କରିବା ଆରମ୍ଭ କରିଦେଇଛି ।