Pratidin TV

Odisha's Digital News Platform

ସିକିମ୍ ବନ୍ୟା ; ୧୫ ଦିନ ପରେ ଘରକୁ ଫେରିଲେ ନିଖୋଜ୍ ଓଡିଆ ପୁଅ ଚନ୍ଦ୍ରଶେଖର …

1 min read

ଢେଙ୍କାନାଳ : ଢେଙ୍କାନାଳ ଜିଲ୍ଲା ଓଡାପଡା ବ୍ଲକ ସିମିନଇ ଗ୍ରାମର ଜଣେ ୨୬ ବର୍ଷୀୟ ଯୁବକ ଚନ୍ଦ୍ରଶେଖର ସିଂ ଓ ଅଙ୍କରନ୍ତିପୂର ଗାଁ ର ଭାଈ ଭଉଣୀ ପ୍ରମୋଦିନୀ ଜେନା ଓ ଭାଇ ନିର୍ମଳ ଜେନା ୧ ତାରିଖ ସୋମବାର ସକାଳେ ସିକିମର ଗାଙ୍ଗଟକ ସହରକୁ ୭ ଜଣିଆ ଗ୍ରୁପ ହୋଇ ପର୍ଯ୍ୟଟନରେ ଯାଇଥିଲେ ।

ମଙ୍ଗଳବାର ରାତି ୯ଟା ରେ ଚନ୍ଦ୍ରଶେଖର ତାଙ୍କ ମା ଙ୍କ ସହିତ ଶେଷ କଥା ହୋଇଥିଲେ ମାତ୍ର ତା ପରେ ତାଙ୍କର ଫୋନ ସ୍ବିଚ ଅଫ ହୋଇଯାଇଥିଲା । ଏହି ୩ ଜଣଙ୍କ ଖୋଜ ଖବର କିଛି ମିଳୁ ନ ଥିବାରୁ ପରିବାର ଲୋକେ ଢେଙ୍କାନାଳ ଜିଲାପାଳ ଙ୍କ ପାଖରେ ପିଲାଙ୍କୁ ଖୋଜିବା ପାଇଁ ନିବେଦନ କରିଥିଲେ । ଜିଲ୍ଲାପାଳ ପରିବାର ଲୋକଙ୍କୁ ପ୍ରତିଶୃତି ଦେଇ SPଙ୍କ ମାଧ୍ୟମ ରେ ଗାଙ୍ଗଟକ ପୋଲିସ ସହ ଯୋଗାଯୋଗ ଜାରି ରଖିଥିଲେ ।

Advertisement

ତେବେ ଚନ୍ଦ୍ରଶେଖର ୧୬ ତାରିଖ ଦିନ ତାଙ୍କ ନିଜ ଗାଁକୁ ଫେରିବା ପରେ ପରିବାର ଲୋକଙ୍କ ମନରେ ଆନନ୍ଦ ଭରିଯାଇଛି । ତାଙ୍କ ଘରେ ବନ୍ଧୁ ବାନ୍ଧବ ଙ୍କ ସମେତ ବହୁ ଲୋକଙ୍କ ଗହଳି ଲାଗିଛି । ପୁଅକୁ ପାଇ ମା’ ବାପା, ଭଉଣୀ ଜିଲ୍ଲା ପ୍ରଶାସନ, ସମେତ ଗଣମାଧ୍ୟମର ପ୍ରତିନିଧି ଏବଂ ଭଗବାନଙ୍କ ନିକଟରେ କୃତଜ୍ଞତା ଜଣାଇଛନ୍ତି । ତେବେ ସବୁଠୁ ଅଧିକ ଖୁସି ଅଛନ୍ତି ଚନ୍ଦ୍ରଶେଖରଙ୍କ ମା । ପୁଅକୁ ଏଡେ ବଡ ବିପଦରେ ପ୍ରଭୁ ଜଗନ୍ନାଥ ଘଣ୍ଟ ଘୋଡାଇ ରଖିଥିବାରୁ ଭଗବାନଙ୍କ ପ୍ରତି ତାଙ୍କ ଅତୁଟ ଆଉ ଦୃଢ ବିଶ୍ୱାସ ଦ୍ୱିଗୁଣିତ ହୋଇଯାଇଛି ବୋଲି କହିଛନ୍ତି ଚନ୍ଦ୍ରଙ୍କ ମା ।

Leave a Reply

Your email address will not be published. Required fields are marked *