Pratidin TV

Odisha's Digital News Platform

ନବବଧୂ ଲକ୍ଷ୍ମୀପ୍ରିୟା ହତ୍ୟା ମାମଲା ; ୭ ଦିନ ପରେ ସ୍ୱାମୀ ଓ ଶଶୂରକୁ ବାନ୍ଧିଲା ପୋଲିସ ….

ଢେଙ୍କାନାଳ : ଢେଙ୍କାନାଳ ସଦର ଥାନା ଭାପୁର ଫାଣ୍ଡି ଝୂମ୍ପୁଡିଆ ଗ୍ରାମ ର ନବ ବଧୁ ଲକ୍ଷ୍ମୀପ୍ରିୟା ପଟ୍ଟନାୟକ ହତ୍ୟା ମାମଲାରେ ବୁଧବାର ଘଟଣା ରେ ଅଭିଯୁକ୍ତ ସ୍ଵାମୀ ଦେବୀ ପ୍ରସାଦ ମହାନ୍ତି (୩୫) ଓ ଶ୍ଵଶୁର ସଦାନନ୍ଦ ମହାନ୍ତି (୭୫) ଙ୍କୁ ପୋଲିସ ଗିରଫ କରି କୋର୍ଟ ଚାଲାଣ କରିଛି । ଏହି ଘଟଣାରେ ଫେରାର ଥିବା ଶାଶୁ ଓ ନଣନ୍ଦ ଙ୍କୁ ଖୁବ୍ ଶୀଘ୍ର ଗିରଫ କରାଯିବ ବୋଲି ସଦର ଏସଡିପିଓ ସୂର୍ୟ୍ୟମଣୀ ପ୍ରଧାନ କହିଛନ୍ତି । ଏଥି ସହିତ ବିବାହ ବେଳେ ଲକ୍ଷ୍ମୀପ୍ରିୟା ଙ୍କ ବାପ ଘର ପକ୍ଷରୁ ଦିଆଯାଇଥିବା ସମସ୍ତ ସଂପତ୍ତି ଗୁରୁବାର ଫେରାଇ ଅଣାଯିବ ବୋଲି ପୋଲିସ ସୂତ୍ରରୁ ଜଣାଯାଇଛି ।

ଗତ ମାର୍ଚ୍ଚ ୧୧ ତାରିଖରେ କଟକ ଜିଲ୍ଲା ଆଠଗଡ଼ ଥାନା ପୁରୁଣା ପତଣ୍ଡା ଗ୍ରାମ ର ପ୍ରଦୀପ ପଟ୍ଟନାୟକ ଙ୍କ ଝିଅ ଲକ୍ଷ୍ମୀପ୍ରିୟା ଢେଙ୍କାନାଳ ସଦର ଥାନା ଭାପୁର ଫାଣ୍ଡି ଝୁମ୍ପୁଡିଆ ଗ୍ରାମର ଅବସର ପ୍ରାପ୍ତ ଫରେଷ୍ଟର ସଦାନନ୍ଦ ମହାନ୍ତି ଙ୍କ ପୁଅ ଦେବିପ୍ରସାଦ ଙ୍କୁ ବୈଦିକ ରୀତିରେ ବିବାହ କରିଥିଲେ । ବିବାହ ପରେ ଯୌତୁକ ବାବଦ କୁ ଅଧିକ ୨ ଲକ୍ଷ ଟଙ୍କା ଦାବି କରି ଶ୍ଵଶୁର, ଶାଶୁ, ନଣନ୍ଦ ଓ ସ୍ୱାମୀ ଲକ୍ଷ୍ମୀପ୍ରିୟା ଙ୍କୁ ଶାରୀରିକ ଓ ମାନସିକ ନିର୍ୟ୍ୟାତନା ଦେଉଥିଲେ । ଏପରିକି ଟଙ୍କା ନ ଆଣିବା ପର୍ୟ୍ୟନ୍ତ ଲକ୍ଷ୍ମୀପ୍ରିୟା ଙ୍କ ସହ କୌଣସି ସମ୍ପର୍କ ରଖିବେ ନାହିଁ ବୋଲି ସ୍ୱାମୀ ଧମକ ଦେଇଥିଲେ । ଲକ୍ଷ୍ମୀପ୍ରିୟା ଙ୍କ ବାପା ଏତେ ଟଙ୍କା ଦେବାକୁ ସକ୍ଷମ ନ ଥିଲେ ।

ଗତ ୬ ତାରିଖ ସଂଧ୍ୟାରେ ତାଙ୍କ ଘର ଲୋକ ଫୋନ ରେ ଝିଅ ସହିତ କଥା ହେବାର ଅଧଘଣ୍ଟା ପରେ ଲକ୍ଷ୍ମୀପ୍ରିୟା ଚେତାଶୁନ୍ୟ ହୋଇପଡିଛି ବୋଲି ତାଙ୍କ ଭାଇ ଶିବ ପ୍ରସାଦ ପଟ୍ଟନାୟକ ଙ୍କ ପାଖକୁ ଫୋନ ଆସିଥିଲା । ଖବର ପାଇ ପରିବାର ଲୋକ ଘଟଣା ସ୍ଥଳରେ ପହଞ୍ଚି ତାଙ୍କୁ ତୁରନ୍ତ ଆଠଗଡ଼ ଉପଖଣ୍ଡ ଚିକିତ୍ସାଳୟରେ ଭର୍ତ୍ତୀ କରିଥିଲେ । ସେଠାରେ ଲକ୍ଷ୍ମୀପ୍ରିୟା ଙ୍କୁ ଡ଼ାକ୍ତର ମାନେ ମୃତ ଘୋଷଣା କରିଥିଲେ । ଲକ୍ଷ୍ମୀପ୍ରିୟା ଙ୍କ ଶରୀର ର ବିଭିନ୍ନ ସ୍ଥାନରେ କ୍ଷତ ଚିହ୍ନ ଥିବା ବେଳେ ବେକରେ ଏକ ବଡ କଳା ଦାଗ ଭଳି ବଡ କ୍ଷତ ରହିଥିବା ଦେଖାଯାଇଥିଲା । ଲକ୍ଷ୍ମୀପ୍ରିୟା ଙ୍କୁ ମାଡ ମାରି ତାଙ୍କୁ ତଣ୍ଟି ଚିପି ହତ୍ୟା କରାଯାଇଛି ବୋଲି ଭାଇ ଶିବପ୍ରସାଦ ଭାପୁର ଫାଣ୍ଡି ରେ ଅଭିଯୋଗ କରିଛନ୍ତି । ସଦର ଥାନା ରେ ଏ ସଂକ୍ରାନ୍ତରେ କେଶ ନମ୍ବର ୨୯୦ / ୨୩ ରେ ଏକ ହତ୍ୟା ମାମଲା ରୁଜୁ କରାଯାଇଛି । ବୁଧବାର ସଂଧ୍ୟାରେ ସଦର ଏସଡ଼ିପିଓ ଲକ୍ଷ୍ମୀପ୍ରିୟା ଙ୍କ ମା . ବାପା ଓ ଭାଇ ଙ୍କର ମଧ୍ୟ ବୟାନ ରେକର୍ଡ କରିଥିଲେ ।

Leave a Reply

Your email address will not be published. Required fields are marked *