Pratidin TV

Odisha's Digital News Platform

ମା’ ଧନଦାତ୍ରୀଙ୍କ ମେଲାଣି ଢେଙ୍କାନାଳ ସହରରେ ମହାଆଡମ୍ବର ସହ ପାଳନ ହେଉଛି…

ମା’ ଧନଦାତ୍ରୀ ଙ୍କ ମେଲାଣି ଢେଙ୍କାନାଳ ସହରରେ ମହାଆଡମ୍ବର ସହ ପାଳନ ହେଉଛି । ଏହି ଅବସରରେ ଏକ ନମ୍ବର ପୂଜା ପ୍ରତିଷ୍ଠାନ ଶ୍ରୀ ଶ୍ରୀ ମଉଡମଣୀ ରାଜଲକ୍ଷ୍ମୀ ମୀନା ବଜାର ମେଢ଼ ପ୍ରଥମେ. ସକାଳ ୮ଟା ୩୦ ମିନିଟ ସମୟରେ ଭାଷାଣୀ କାର୍ଯ୍ୟକ୍ରମର ଶୁଭାରମ୍ଭ କରିଥିଲା । ଜିଲ୍ଲାପାଳ ଶ୍ରୀ ମନୋରଞ୍ଜନ ମଲ୍ଲିକ, ଏସ.ପି, ଜ୍ଞାନରଞ୍ଜନ ମହାପାତ୍ର, ଅତିରିକ୍ତ ଜିଲ୍ଲାପାଳ ଲଳିତ ବେହେରା, ମିଳିତ ବଜ଼ାର ପୂଜକ୍ଷକମିଟି ସଭାପତି ଜ୍ଞାନେନ୍ଦ୍ର ବେହେରା, ମୀନବଜାର ପୂଜା ପ୍ରତିଷ୍ଠାନର ସଭାପତି ରବିନାରାୟଣ ମହାନ୍ତି, ଢେଙ୍କାନାଳ ସହର ଥିବା ୩୮ ଗୋଟି ପୂଜା ପ୍ରତିଷ୍ଠାନର ସଭାପତି ସମ୍ପାଦକ, ଢେଙ୍କାନାଳ ସହରର ମାନ୍ୟଗଣ୍ୟ ବ୍ୟକ୍ତି ବିଶେଷ ଓ ଗଣମାଧ୍ୟମ ପ୍ରତିନିଧି ମାନଙ୍କ ଉପସ୍ଥିତିରେ ଜିଲ୍ଲାପାଳ ପୂଜା ଅର୍ଚନା ହୋଇଥିଲା । ପରେ ମେଢ଼ ଗୁଡିକ ଭସାଣି ଅଭିମୁଖେ ବାହାରିଥିଲା । ଏହି ଭଷାଣୀ ବେଳେ ବିଭିନ୍ନ ବଜାର ଗୁଡିକ ବହୁ ଆକର୍ଷଣୀୟ ବାଦ୍ୟ ଯନ୍ତ୍ର ଓ ଆଦିବାସୀ ନୁର୍ତ୍ୟ, ଘଣ୍ଟ ନୁର୍ତ୍ୟ, ରାଜ୍ୟ ତଥା ରାଜ୍ୟ ବାହାରୁ ବହୁ ନୁର୍ତ୍ୟ କଳାକାର ଙ୍କ ଆକର୍ଷଣୀୟ ଶୋଭାଯାତ୍ରା କରିଛି । ମା’ ଲକ୍ଷ୍ମୀଙ୍କ ମେଢ଼ ଗୁଡିକ ସହର ପରିକ୍ରମା କରି ରାତି ୧୨ ଟା ଭିତରେ ବିସର୍ଜନ କରାଯିବ ବୋଲି ସ୍ଥିର ହୋଇଛି । ଶାନ୍ତି ଶୃଙ୍ଖଳା. ଓ ଟ୍ରାଫିକ ନିୟନ୍ତ୍ରଣ ପାଇଁ ବ୍ୟାପକ ପୋଲିସ ମୁତୟନ କରାଯାଇଛି ।

Leave a Reply

Your email address will not be published. Required fields are marked *