Pratidin TV

Odisha's Digital News Platform

ଡକାୟତି ଗ୍ୟାଙ୍ଗ କୁ ସହଯୋଗ କରୁଥିବା ୩ ଅଭିଯୁକ୍ତ ଗିରଫ, ପ୍ରେସ ମିଟରେ ସୂଚନା ଦେଲେ ଢେଙ୍କାନାଳ ଏସପି

1 min read

ଢେଙ୍କାନାଳ : ପରଜଙ୍ଗ ପୋଲିସ କୁ ବଡ଼ ସଫଳତା ମିଳିଛି। ପରଜଙ୍ଗ ଗ୍ରୋସରୀ ବ୍ୟବସାୟୀ ବିନୟ ସାହୁ ଙ୍କ ଘରୁ ରାତିରେ ବନ୍ଧୁକ ଦେଖାଇ ଲୋଟ ଓ ଲୋଧଣୀ ଗ୍ରାମ୍ୟବ୍ୟାଙ୍କ ସାମ୍ନା ରୁ ବ୍ୟବସାୟୀ ଖିରୋଦ ସାହୁ ଙ୍କ ମ୍ୟାନେଜର ଙ୍କ ଠାରୁ ଭୁଜାଲି ଦେଖାଇ ଲୁଟ ସହ ମହାବୀର ରୋଡ଼ ବ୍ୟାଙ୍କ ଲୋଟ ଘଟଣାର ଡ଼କାୟତି ଗ୍ୟାଙ୍ଗକୁ ସହଯୋଗ କରିଥିବା ୩ ଅଭିଯୁକ୍ତ ଙ୍କୁ ଗିରଫ କରିବା ସହ ଲୁଟର ଫର୍ଦ୍ଦାଫାସ କରିଛି ପୋଲିସ।

Advertisement

ଏହି ଘଟଣାରେ ସଂପୃକ୍ତ ଥିବା ସ୍ଥାନୀୟ ଅଞ୍ଚଳ ର ୩ ଜଣ ଲୁଟେରା ସହଯୋଗୀ ଙ୍କୁ ଗିରଫ କରିଛି ପୋଲିସ।ସେମାନଙ୍କ ଠାରୁ ୨ ଟି ବନ୍ଧୁକ , ୨ ଟି ଭୁଜାଲି ଓ କିଛି ନଗଦ ଟଙ୍କା ଜବତ କରିଛି ପୋଲିସ। ସମସ୍ତ ଗିରଫ ଅଭିଯୁକ୍ତ ମାନେ ଢ଼େଙ୍କାନାଳ ପରଜଙ୍ଗ ଥାନା ଅଞ୍ଚଳ ର ବୋଲି ଜଣାପଡିଛି।ଗତ ଅକ୍ଟୋବର ୭ତାରିଖରାତିରେ ରେ ମୁଖା ପିନ୍ଧି କିଛି ଯୁବକ ବିନୟ ସାହୁ ଙ୍କ ଘରେ ପଶି ବନ୍ଧୁକ ଦେଖାଇ ୨ଲକ୍ଷ୍ୟ ୫୦ହଜାର ଟଙ୍କା ଓ ସୁନା ଲୁଟ କରିବା ସହ ପରଜଙ୍ଗ ଲୋଧଣୀ ଗ୍ରାମ୍ୟ ବ୍ୟାଙ୍କରୁ ସାମ୍ନା ରୁ ବ୍ୟବସାୟୀ ଖିରୋଦ ସାହୁ ଙ୍କ ମ୍ୟାନେଜର ଙ୍କ ଠାରୁ ଭୁଜାଲି ଦେଖାଇ ୨୫ଲକ୍ଷ୍ୟ ଲୁଟ କରିଥିଲେ।ସେମାନଂକୁ ଏହି ୩ ଜଣ ସହଯୋଗ ବା ଖବର ଦାତା ଭାବେ ସହଯୋଗ କରିଥିଲେ । ପୂର୍ବରୁ ମଧ୍ୟ ଘଟଣା ରେ ୯ଅଭିଯୁକ୍ତ ଙ୍କୁ ଗିରଫ କରାଯାଇ ଥିବା ବେଳେ, ଆଜି ସେମାନଙ୍କୁ ସହଯୋଗ କରୁଥିବା ସ୍ଥାନୀୟ ଅଞ୍ଚଳ ର ୩ ଅଭିଯୋକ୍ତ ଙ୍କୁ ଗିରଫ କରାଯାଇଛି । ତେବେ ଏହି ଘଟଣା ବର୍ତ୍ତମାନ ପ୍ରାଥମିକ ପର୍ଯ୍ୟାୟର ରହିଛି , ଏ ନେଇ ଅଧିକ ତଦନ୍ତ ଚାଲିଛି

Leave a Reply

Your email address will not be published. Required fields are marked *