Pratidin TV

Odisha's Digital News Platform

ଦଶହରାରେ ଚାଞ୍ଚଲ୍ୟ ; ମା’ଙ୍କ ଦର୍ଶନ ସାରି ଫେରୁଥିବା ସମୟରେ ନବବିବାହିତାଙ୍କୁ ଗଣଦୁଷ୍କର୍ମ…

ଢେଙ୍କାନାଳ ; ପବିତ୍ର ଦଶହରାରେ ଢେଙ୍କାନାଳ ଜିଲ୍ଲା ଭୁବନ ବାରୁଆଁ ଅଞ୍ଚଳରେ ଚାଞ୍ଚଲ୍ୟକର ଘଟଣା ଘଟିଯାଇଛି। ଗୋଟେ ପଟେ ଦଶହରାରେ ଦେବୀଙ୍କୁ ପୂଜା କରୁଥିବା ସମୟରେ ଅନ୍ୟପଟେ ସେଇ ଦେବୀ ସୂରୁପ ସହ କରାଯାଇଛି କୁକର୍ମ । ଦଶହରାରେ ମାଙ୍କୁ ଦର୍ଶନ କରି ବାଇକରେ ସ୍ୱାମୀ ସ୍ତ୍ରୀ ଫେରୁଥିବା ସମୟରେ ଘଟିଯାଇଛି ଅଘଟଣ ।

ସ୍ୱାମୀକୁ ମାଡ ମାରିବା ସହ ସ୍ତ୍ରୀକୁ ଟେକି ନେଇ ଗଣ ଦୁଷ୍କର୍ମ କରିଛନ୍ତି ଦୁର୍ବୃତ୍ତ। ସମୃକ୍ତ ଘଟଣାରେ ପାଞ୍ଚ ଜଣ ଦୁର୍ବୃତ୍ତ ସାମିଲ ଥିବା ଜଣାପଡିଛି । ଏନେଇ ଭୁବନ ଥାନାରେ ଲିଖିତ ଅଭିଯୋଗ କରିଛନ୍ତି ପିଡିତା ଓ ତାଙ୍କ ସ୍ୱାମୀ। ତେବେ ଅଭିଯେଗା ପରେ କାମାକ୍ଷାନଗର ଏସଡିପିଓ ଓ ଭୁବନ ଥାନା ପୋଲିସ ପକ୍ଷରୁ ତଦନ୍ତ ଜାରି ରହିଥିବା ବେଳେ ଦୁଇ ଜଣଙ୍କୁ ଅଟକ ରଖି ପୋଲିସ ପଚରାଉଚରା କରୁଛି।

ସୂଚନା ମୁତାବକ ସ୍ତ୍ରୀ ଭୁବନ ଅଞ୍ଚଳରେ ଏକ ମେସରେ ରହି ପାଠ ପଢୁଥିବା ବେଳେ ଦଶହରା ଛୁଟି ଥିବାରୁ ସ୍ୱାମୀଙ୍କ ସହ ଘରକୁ ଫେରୁଥିଲେ।ହେଲେ ଅଧା ବାଟରେ ବାରୁଆଁ ନିକଟସ୍ଥ ଏକ କାଜୁ ଜଙ୍ଗଲରେ ପାଞ୍ଚ ଜଣ ଦୁର୍ବୃତ୍ତ ତାଙ୍କୁ ଅଟକାଇବା ସହ ସ୍ୱାମୀଙ୍କୁ ନିସ୍ତୁକ ମାଡ ମାରିଥିଲେ। ପରେ ତାଙ୍କ କଲେଜ ପଢୁଆ ସ୍ତ୍ରୀଙ୍କୁ ନିକଟସ୍ଥ କାଜୁ ଜଙ୍ଗଲକୁ ଟେକି ନେଇ ଜଣଙ୍କ ପରେ ଜଣେ ଅତି ନିର୍ମମ ଭାବରେ ଗଣ ଦୁଷ୍କର୍ମ କରିଥିଲେ। ପରେ ପିଡିତାଙ୍କୁ କାଜୁ ଜଙ୍ଗଲରେ ପକାଇ ଖସି ପଳାଇଥିଲେ।କିଛି ଦିନ ପୂର୍ବରୁ ଦମ୍ପତ୍ତିଙ୍କର କୋର୍ଟରେ ବିବାହ ହୋଇଥିବା ପୋଲିସ ଆଗରେ କହିଥିଲେ। ନବ ଦମ୍ପତିଙ୍କ ଘର ଯାଜପୁର ଜିଲ୍ଲା କାଳିଆପାଣୀ ଅଞ୍ଚଳର ବୋଲି ଜଣାପଡିଛି।ଘଟଣାକୁ ନେଇ ଗଣମାଧ୍ୟମ ଆଗରେ ପୀଡିତା କିମ୍ବା ତାଙ୍କ ସ୍ୱାମୀ କୌଣସି ପ୍ରତିକ୍ରିୟା ଦେଇ ନାହାନ୍ତି । ଦମ୍ଫତ୍ତିଙ୍କ ଠାରୁ ମୋବାଇଲ ଏବଂ କିଛି ଟଙ୍କା ଦୃର୍ବୃତ୍ତ ଛଡାଇ ନେଇଥିବା ପୋଲିସ ନିକଟରେ ଅଭିଯୋଗ କରିଛନ୍ତି ପୀଡିତା।ପୀଡିତାଙ୍କ ଡାକ୍ତରୀ ମାଇନା କରାଯାଇଥିବା ବେଳେ ତାହାର ରିପୋର୍ଟ ଏଯାଏଁ ଆସି ନଥିବା କହିଛନ୍ତି ଏସପି।ଏପଟେ ଏହି ସମ୍ବେଦନଶୀଳ ଘଟଣାରେ ଦୁଇଜଣ ଅଟକ ରହିଛନ୍ତି।ବାକି ତିନିଜଣଙ୍କ ବାବଦରେ ପୋଲିସ ସୁଚନା ପାଇ ସାରିଥିବା ବେଳେ ସେମାନଙ୍କୁ ଧରିବାକୁ ପୋଲିସ ପକ୍ଷରୁ ଉଦ୍ୟମ ଜାରି ରହିଥିବା ଏସପି କହିଛନ୍ତି। ଖୁବଶୀଘ୍ର ସେମାନଙ୍କୁ ଧରାଯିବ ବୋଲି ଏସପି ଜ୍ଞାନ ରଞ୍ଜନ ମହାପାତ୍ର ପ୍ରତିକ୍ରିୟା ରଖିଛନ୍ତି ।

Leave a Reply

Your email address will not be published. Required fields are marked *