Pratidin TV

Odisha's Digital News Platform

ଅବହେଳିତ ଅବସ୍ଥାରେ ଢେଙ୍କାନାଳ ଷ୍ଟାଡିୟମ୍ ; ପଡିଛି କୁଢ କୁଢ ଅଳିଆ , ଧାରଣାରେ ହକି ଖେଳାଳି ….

1 min read

ଢେଙ୍କାନାଳ : ଢେଙ୍କାନାଳ ମିନି ଷ୍ଟାଡିୟମ୍ ପରିସର ଅଳିଆ, ଆବର୍ଜନା ଓ ଖାଲି ମଦ ବୋତଲ ପଡ଼ି ଦୂଷିତ ପରିବେଶ ସୃଷ୍ଟି କରିଛି । ପ୍ରତିଦିନ ସକାଳେ ବହୁ ହକି ଖେଳାଳୀ ଅଭ୍ୟାସ ପାଇଁ ଏଠାକୁ ଆସିଥାନ୍ତି । ମିନି ଷ୍ଟାଡିୟମରେ ବିଭିନ୍ନ ସରକାରୀ ଓ ବେସରକାରୀ ସଂସ୍ଥା ପକ୍ଷରୁ କୌଣସି ଉତ୍ସବ କରାଗଲେ , ଉତ୍ସବ ସରିବା ପରେ ପଡ଼ିଆ କୁ ସଫାକରାଯାଏ ନାହିଁ । ଏପରି କି ଉତ୍ସବ ପାଇଁ ଖୋଳା ଯାଇଥିବା ଗାତ ମଧ୍ୟ ପୋତା ଯାଏ ନାହିଁ । ଫଳରେ ପ୍ରତିଦିନ ସକାଳେ ଅଭ୍ୟାସ ପାଇଁ ଆସୁଥିବା ହକି ବାଳିକା ଓ ବାଳକ ଖେଳାଳୀ ମାନେ ନାହିଁ ନ ଥିବା ଅସୁବିଧାର ସମ୍ମୁଖୀନ ହୋଇଥାନ୍ତି ।

ବାରମ୍ଵାର ଦୃଷ୍ଟି ଆକର୍ଷଣ ପରେ ମଧ୍ୟ ବାଳିକା ଖେଳାଳୀ ଙ୍କ ପାଇଁ ଡ୍ରେସ ଚେଞ ଓ ପରିଶ୍ରାଗାର ଟିଏ ମଧ୍ୟ ନିର୍ମାଣ ହେଲା ନାହିଁ । ଗତ ୩୧ ତାରିଖରେ ସଂଧ୍ୟାରେ ପୌର ସଂସ୍ଥା ପକ୍ଷରୁ ମିନି ଷ୍ଟାଡିୟମରେ ଗାତ ଖୋଳି ମଞ୍ଚ କରି ସ୍ଵାୟତ୍ତ ଶାସନ ଦିବସ ପାଳନ ହୋଇଥିଲା । ଉତ୍ସବ ପରେ ଗାତ ଗୁଡ଼ିକ ପୋତା ଯାଇ ନ ଥିବା ବେଳେ ଅଳିଆ ଆବର୍ଜନା ପଡ଼ି ଦୁର୍ଗନ୍ଧ ମୟ ପରିବେଶ ସୃଷ୍ଟି ହୋଇଥିଲା । ଏହାର ପ୍ରତିବାଦରେ ହକି ଖେଳାଳୀ ମାନେ ଷ୍ଟାଡିୟମ ପରିସରରୁ ଅଳିଆ ଅବର୍ଜନାକୁ ଆଣି ସହରର ପ୍ରମୁଖ ମହାତ୍ମାଗାନ୍ଧୀ ରୋଡ ଉପରେ ପକାଇ ଧାରଣା ପ୍ରଦାନ କରିଥିଲେ ।

Advertisement

ଖବର ପାଇ ପୌରାଧ୍ୟକ୍ଷା ଜୟନ୍ତୀ ପାତ୍ର, ସ୍ଥାନୀୟ କାଉନସିଲର ସନ୍ଦିପ ଷଡ଼ଙ୍ଗୀ, ସାମାଜିକ କର୍ମୀ ରାମଚନ୍ଦ୍ର ପାତ୍ର , ସଦର ଏସଡ଼ିପିଓ ବିଭୁତି ଭୁଷଣ ମହାପାତ୍ର ଧାରଣା ରତ ଖେଳାଳି ଓ କୋଚ ମାନଙ୍କୁ ବୁଝାସୁଝା କରିବା ପରେ ପରିସ୍ଥିତି ନିୟନ୍ତ୍ରଣାଧିନ ହୋଇଥିଲା ।

Leave a Reply

Your email address will not be published. Required fields are marked *