Pratidin TV

Odisha's Digital News Platform

‘ଧୁମ୍’ ନିର୍ଦ୍ଦେଶକ ସଞ୍ଜୟ ଗଡୱିଙ୍କ ପରଲୋକ , ହୃତଘାତରେ ବୁଜିଲେ ଆଖି…

1 min read

ମୁମ୍ବାଇ ; ବଲିଉଡ୍ ଜଗତରୁ ଆସିଲା ଦୁଃଖଦ ଖବର । ୟଶରାଜ ଚଳଚ୍ଚିତ୍ରର ସଫଳ ଚଳଚ୍ଚିତ୍ର ମଧ୍ୟରୁ ‘ଧୁମ୍’ ଏବଂ ‘ଧୁମ୍ ୨’ ର ନିର୍ଦ୍ଦେଶକ ସଞ୍ଜୟ ଗଡୱି ଆଉ ନାହାଁନ୍ତି । ହୃଦଘାତ ଯୋଗୁଁ ତାଙ୍କର ନିଧନ ହୃଦଘାତ ହୋଇଥିବା ସୂଚାନ ମିଳିଛି । ମୃତ୍ୟୁବେଳକୁ ତାଙ୍କୁ 56 ବର୍ଷ ବୟସ ହୋଇଥିଲା। ଆଉ ମାତ୍ର ତିନି ଦିନ ପରେ ଗଡଭୀଙ୍କ ଜନ୍ମଦିନ ଥିଲା। ଗତ ବର୍ଷ ନଭେମ୍ବରରେ ଯେତେବେଳେ ସେ ଜାତୀୟ ଗଣମାଧ୍ୟମକୁ ଏକ ଇଣ୍ଟରଭ୍ୟୁ ବେଳେ ସେ ତାଙ୍କ ଛାତିରେ ଏକ ବଡ ଯନ୍ତ୍ରଣା ନେଇ ବୁଲୁଥିବା କହିଥିଲେ ।

ଏହାପରେ ସେ ଆଉ ଏକ ଗୁରୁତ୍ୱପୂର୍ଣ୍ଣ କଥା କହିଥିକେ କି ଆଜି ମୁଁ ଯେଉଁ ସ୍ଥାନରେ ବା ଯେଉଁ ସମ୍ମାନ ପାଉଛି ତାହା କେବଳ ଆଦିତ୍ୟା ଚୋପଡାଙ୍କ ପାଇଁ । ତେବେ ସେ ଇଣ୍ଟରଭ୍ୟୁ ସମୟରେ ଧୁମ୍ -୪ ର ପ୍ଲାନିଂ ବିଷୟରେ ମଧ୍ୟ କହିଥିଲେ । ଧୁମ୍ ୧,୨ର ହିଟ୍ ପରେ ସେ ବଲିଉଡ୍‌ରେ ଖୁବ୍ ଚର୍ଚ୍ଚିତ ହୋଇଯାଇଥିଲେ । ନିଜ ଜୀବନର ପ୍ରଥମ ଫିଲ୍ମ ସେ ଏକ ସହାକରୀ ନିର୍ଦ୍ଦେଶକ ଭାବେ ତୁଲାଇଥିଲେ । ତେରେ ଲିୟେ ଥିଲା ତାଙ୍କ ପ୍ରଥମ ସହକାରୀ ନିଦ୍ଦେଶକ ଭାବେ କାର୍ଯ୍ୟ କରିଥିବା ଫିଲ୍ମ । ତାଙ୍କ ସ୍ୱପ୍ନ ଥିଲା ଏକ ଫିଲ୍ମ ତିଆରି କରିବା ଯାହା ଏକ ବଡ ଷ୍ଟାର କାଷ୍ଟ ସହିତ ସଂପୂର୍ଣ୍ଣ ଭାବେ ନିଆରା ଅଉ ମସଲାଦାର କାହାଣୀ ହୋଇଥିବ । ମେରେ ୟାର୍ କି ଶାଦୀ ପରେ ସେ ଧୁମ୍ ପ୍ରୋଜେକ୍ଟରେ କାମ କରିଥିଲେ । ଜନ୍ ଅବ୍ରହାମ, ଅଭିଷେକ ବଚ୍ଚନ ଏବଂ ଉଦୟ ଚୋପ୍ରା ‘ଧୁମ୍’ରେ କାଷ୍ଟ ହୋଇଥିଲେ, ସେମାନେ ସେହି ସମୟର ସଫଳ ଅଭିନେତା ନଥିଲେ। ତଥାପି ଆଦିତ୍ୟ ଚୋପ୍ରା ସଞ୍ଜୟଙ୍କ ଉପରେ ବିଶ୍ୱାସ ରଖି ଥିଲେ । ଆଉ ଏହି ବିଶ୍ୱାସ ହିଁ ଧୁମ୍‌କୁ ଶ୍ରେଷ୍ଠ ସ୍ତରରେ ପହଞ୍ଚାଇଥିଲା ।

ସେ ଇଣ୍ଟରଭ୍ୟୁ ଜରିଆରେ କହିଥିଲେ ଯେ ତାଙ୍କ ପରିଚୟ ଧୁମରୁ ହିଁ ଆରମ୍ଭ ହୋଇଛି – ଯଦିଓ ସେ ଅନେକ ଚଳଚ୍ଚିତ୍ର ନିର୍ମାଣ କରିଛନ୍ତି । ତାଙ୍କ ପ୍ରକୃତ ପରିଚୟ ‘ଧୁମ୍’ ଏବଂ ‘ଧୁମ୍ ୨’ ସହିତ ଅଛି । ସେ ‘ଧୁମ୍’ ସମୟରେ ଆଦିତ୍ୟ ଚୋପ୍ରାଙ୍କୁ କହିଥିଲି ଯେ ମୁଁ ‘ଧୁମ୍ ୨’ ପରେ ଯିବି। ଯେତେବେଳେ ସେ ଏହାର କାରଣ ପଚାରିଲେ, ସଞ୍ଜୟ କହିଥିଲେ ଯେ ସେ ଏକ ବଡ ଦୁନିଆ ଦେଖିବାକୁ ଚାହୁଁଛନ୍ତି । ଏହାପରେ ସେ ଇମ୍ରାନ୍ ଖାନ୍ ଙ୍କ ଅଭିନୀତ ‘କିଡନାପ୍’, ଇମ୍ରାନ୍ ଖାନ୍ ଙ୍କ ଅଭିନୀତ ‘କିଡନାପ୍’ ‘ଅପରେସନ୍ ପରିନ୍ଦେ, ‘ତେରେ ଲିଏ’ଭଳି ଅନେକ ହିଟ୍ ଫିଲ୍ମ ରେ ନିର୍ଦ୍ଦେଶନା ଦେଇ ଚର୍ଚ୍ଚାକୁ ଆସିଛନ୍ତି ।

Leave a Reply

Your email address will not be published. Required fields are marked *