ବେକାବୁ ହେଲା ଡାଇରିଆ ଆତଙ୍କ…….୧୨୭ ଜଣ ହେଲେଣି ସଂକ୍ରମିତ
1 min readସମ୍ବଲପୁର ହୀରାକୁଦ ସହରରେ ଝାଡାବାନ୍ତି ଆତଙ୍କ l ଗତ ୨ ଦିନ ହେଲା ହୀରାକୁଦ ସହରର ବସ୍ତି ଅଞ୍ଚଳରେ ଝାଡାବାନ୍ତି ହେବା ଯୋଗୁଁ ପ୍ରାୟ ୧୨୭ ଜଣ ଡାକ୍ତରଖାନରେ ଭର୍ତ୍ତି ହୋଇ ଚିକିତ୍ସା ହେଉଥିବା ବେଳେ ଜଣେ ରୋଗୀଙ୍କ ଚିକିତ୍ସାୟାଧିନ ଅବସ୍ଥାରେ ଭୀମସାର ମେଡିକାଲ ରେ ମୃତ୍ୟୁ ହୋଇଥିବା ଡାକ୍ତର ସୂଚନା ଦେଇଛନ୍ତି l
ହୀରାକୁଦ ସହରରେ ପୁଣି ବ୍ୟାପିଲା ଝାଡାବାନ୍ତି ଗତ ଅକ୍ଟୋବର ମାସରେ ହୀରାକୁଦ ସହରର ମହମ୍ମଦ ପୁର ଅଞ୍ଚଳରେ ଝାଡାବନ୍ତି ବ୍ୟାପିଥିବା ବେଳେ ବର୍ତ୍ତମାନ ହୀରାକୁଦ ସହରର କାଳୁପଡ଼ା, ଗୌଡ଼ପଡ଼ା, ଗୁରୁଦ୍ୱାରାପଡ଼ା ନ୍ୟୁମାର୍କେଟ ପଡ଼ାରେ ୩ ଦିନ ହେଲା ଝାଡାବାନ୍ତି ବ୍ୟାପି ରହିଛି l ଗତ ୨୧ ତାରିଖରୁ ଆଜି ପର୍ଯ୍ୟନ୍ତ ୧୨୭ ଜଣ ଝାଡାବାନ୍ତି ରେ ଆକ୍ରାନ୍ତ ହୋଇ ହୀରାକୁଦ ସରକାରୀ ଚିକିତ୍ସାକେନ୍ଦ୍ର ଓ ବୁର୍ଲା ଭୀମସାର ମେଡିକାଲ ରେ ଚିକିତ୍ସିତ ହେଉଥିବା ନେଇ ସୂଚନା ରହିଛି l ହୀରାକୁଦ ମେଡିକାଲ କର୍ତ୍ତୃପକ୍ଷ ଙ୍କ ସୂଚନା ଅନୁଯାଇ ଗତ ୨୧ ତାରିଖରେ ୩୬ ଜଣ ଝାଡାବାନ୍ତି ରୋଗୀ ଭର୍ତ୍ତି ହୋଇଥିବା ବେଳେ ୨୨ ତାରିଖରେ ୪୨ ଜଣ ରୋଗୀ ଓ ଆଜି ୪୯ ଜଣ ରୋଗୀ ଭର୍ତ୍ତି ହୋଇଛନ୍ତି l ଏମାନଙ୍କ ମଧ୍ୟରୁ ଗୁରୁତର ଥିବା ରୋଗୀ ମାନଙ୍କୁ ବୁର୍ଲା ଭୀମସାର ମେଡିକାଲ କୁ ସ୍ଥାନ୍ତାରିତ କରାଯାଇଛି l ମେଡିକାଲ କର୍ତ୍ତୃପକ୍ଷଙ୍କ ସୂଚନା ଅନୁସାରେ ଝାଡାବାନ୍ତି ଯୋଗୁଁ ରୋଗୀଙ୍କ ଦେହରେ ଜଳୀୟ ଅଂଶ ବହୁ ମାତ୍ରରେ କମିଯାଇଥିଲା l ଏହାସହ ରୋଗୀ ମାନଙ୍କୁ ତରଳ ଝାଡା ମଧ୍ୟ ହେଉଥିଲା l ତେଣୁ ସେମାନେ ଗୁରୁତର ଅବସ୍ଥାରେ ମେଡିକାଲକୁ ଆଣାଯାଇଥିଲା l
ହୀରାକୁଦ ଅଞ୍ଚଳରେ ପ୍ରଦୂଷିତ ପାନୀୟ ଜଳ ପିଇବା ଦ୍ୱାରା ପେଟରେ ବ୍ୟାକ୍ଟେରିଆ ସଂକ୍ରମଣ ହୋଇ ଏହି ଝାଡାବାନ୍ତି ହେଉଥିବା ର ଆଶଙ୍କା କରାଯାଉଛି ବୋଲି ଡାକ୍ତର କହିଥିଲେ l ଡାକ୍ତରଙ୍କ ସୂଚନା ଅନୁସାରେ ରୋଗୀ ମାନଙ୍କର ବ୍ଲଡ଼ପ୍ରେସର ଓ ପଲସରେଟ ତାଳମେଳ ଖାଉନଥିବାରୁ ରୋଗୀ ଗୁରୁତର ହେଉଛନ୍ତି l ତେଣୁ ତାଙ୍କ ଶରୀରରେ ଜଳୀୟ ଅଂଶ କମିଯାଉଛି l ଏହାସହ ଏହି ଝାଡାବାନ୍ତି ଯୋଗୁଁ ଭୀମସାର ମେଡିକାଲରେ ଜଣେ ରୋଗୀଙ୍କର ମୃତ୍ୟୁ ହୋଇଥିବାର ଶୁଣିବାକୁ ମିଳୁଛି ବୋଲି ଡାକ୍ତର ଅନମୋଲ ମିଞ୍ଜ କହିଛନ୍ତି l ଅନ୍ୟପଟେ ରୋଗୀ ଓ ରୋଗୀଙ୍କ ସମ୍ପର୍କୀୟଙ୍କ କହିବାନୁସାରେ ହୀରାକୁଦରେ ରାସ୍ତା କାମ ପାଇଁ ଜନସ୍ୱାସ୍ଥ୍ୟ ବିଭାଗର ପାନୀୟ ଜଳ ପାଇପ ବିଭିନ୍ନ ସ୍ଥାନରେ ଫାଟି ଥିବା ଯୋଗୁଁ ପାନୀୟ ଜଳ ପ୍ରଦୂଷିତ ହୋଇ ଏହିଭଳି ପରିସ୍ଥିତି ଉପୁଜି ଥାଇପାରେ ବୋଲି କହିଛନ୍ତି l ଝାଡାବାନ୍ତି ଯୋଗୁଁ ବହୁ ଲୋକ ଆକ୍ରାନ୍ତ ହୋଇଥିବା ବେଳେ ଜଣଙ୍କ ମୃତ୍ୟୁ ହୋଇଥିବା ନେଇ ଡାକ୍ତର ସୂଚନା ଦେଇଛନ୍ତି l ତେବେ ଜିଲ୍ଲା ପ୍ରଶାସନ କଣ ପଦକ୍ଷେପ ନେଉଛି ତାକୁ ନେଇ ଅପେକ୍ଷା କରିଛନ୍ତି ହୀରାକୁଦବାସୀ |