Pratidin TV

Odisha's Digital News Platform

ରାଉରକେଲାରେ ୪ଜୀବନ ନେଲା ଝାଡାବାନ୍ତି..

1 min read

ରାଉରକେଲା: ଷ୍ଟିଲ ସିଟି ରାଉରକେଲାରେ ବ୍ୟାପୁଛି ଝାଡ଼ାବାନ୍ତି । ଯାହାଫଳରେ ଆଖିବୁଜିଲେଣି ୪ଜଣ । କେବଳ ଏତିକି ନୁହେଁ ଛାଡାବାନ୍ତି ଯୋଗୁଁ ଶତାଧିକ ଲୋକ ଆକ୍ରାନ୍ତ ହୋଇ ରାଉରକେଲା ସରକାରୀ ଡାକ୍ତରଖାନାରେ ଭର୍ତ୍ତି ହୋଇଛନ୍ତି । ଚିକିତ୍ସାଧୀନ ଅବସ୍ତାରେ ୪ଜଣଙ୍କ ମୃତ୍ୟୁ ହୋଇଛି । ୪ ମୃତକ ହେଲେ ପାନପୋଷର ଗ୍ଲାସନ ସାମନ୍ତ(୩୮), ଫୁଲତୋଲି ଗୌଡ଼(୨୩), ଉଦିତନଗରର ଅହଲ୍ୟା ନାୟକ(୭୦) ଏବଂ ନାନସି ଦୁବେ(୭୫) । ରାଉରକେଲା ସହରର ଛେଣ୍ଡ, ବାସନ୍ତୀ କଲୋନୀ, ପାନପୋଷ ଆଦିରେ ଥିବା ବସ୍ତି ରେ କିଛି ଦିନ ହେଲା ଝାଡା ବାନ୍ତି ରୋଗ ବ୍ୟାପିଥିଲା । ପରବର୍ତୀ ଅବସ୍ଥା ରେ ତାହା ଉଗ୍ରରୂପ ନେଇଛି । ବର୍ତମାନ ସୁଦ୍ଧା ୧୦୦ରୁ ବେଶୀ ରାଉରକେଲା ସରକାରୀ ହସ୍ପିଟାଲ ରେ ଚିକିତ୍ସାଧୀନ ହେଉଛନ୍ତି । ସେପଟେ ଝାଡାବାନ୍ତିର କାରଣ ଖୋଜୁଛି ସ୍ୱାସ୍ଥ୍ୟ ବିଭାଗ ।

Advertisement

Leave a Reply

Your email address will not be published. Required fields are marked *