Pratidin TV

Odisha's Digital News Platform

ବ୍ୟାପୁଛି ଝାଡାବାନ୍ତି ଆତଙ୍କ , ୩ ଦିନରେ ୧୫୦ ରୁ ଅଧିକ ଲୋକେ ଆକ୍ରାନ୍ତ

ଢେଙ୍କାନାଳ : ଦୂଷିତ ପାଣି ପିଇ ହନ୍ତସନ୍ତ ଗ୍ରାମବାସୀ । ୩ ଦିନରେ ୩ଟି ସାହିରୁ ୧୫୦ରୁ ଅଧିକ ଲୋକ ଝାଡାବାନ୍ତିରେ ଆକ୍ରାନ୍ତ ହୋଇଥିବା ଜଣାପଡିଛି ।

ସୂଚନା ଅନୁଯାୟୀ ୩ ଦିନ ହେବ ଢେଙ୍କାନାଳ ଜିଲ୍ଲା କାମାକ୍ଷାନଗର ଏନଏସି ୧୪ନଂ ୱାର୍ଡର ଚଷା ସାହି,ଶବର ସାହି ଏବଂ ହରିଜନ ସାହିରେ ଝାଡାବାନ୍ତି ବ୍ୟାଡିଥିବା ବେଳେ ଏଯାଏଁ ସେଠାରେ ପହଞ୍ଚିପାରିନାହିଁ ମେଡିକାଲ ଟିମ୍ । ଆଶା ଦିଦି ଘର ଘର ବୁଲି ଓଆରଏସ୍ ଦେବା ସହ ପାଣି ଫୁଟାଇ ପିଇବା ପାଇଁ ପରାମର୍ଶ ଦେଉଛନ୍ତି। ଏନଏମ୍ ଦିଦିଙ୍କୁ ଜଣାଇବା ସତ୍ତ୍ୱେ ମଧ୍ୟ ଏଯାଏଁ କୌଣସି ପ୍ରକାରର ମେଡିକାଲ ଟିମ୍ ପହଞ୍ଚିପାରିନାହିଁ ।

ତେବେ ଗ୍ରାମବାସୀଙ୍କ କହିବା ଅନୁଯାୟୀ ବେଗାଁକୁରାମିଆଳ ନଦୀରୁ ପାଇପ ଯୋଗେ ଆସୁଥିବା ଦୂଷିତ ପାନୀୟ ଜଳ ଯୋଗାଣ କାରଣରୁ ଝାଡାବାନ୍ତି ବ୍ୟାପୁଛି । ତରଲ ଝାଡା ସହ ପେଟକାଟି ବାନ୍ତି ହେଉଥିବାରୁ ଗ୍ରାମବାସୀମାନେ ଏକପ୍ରକାରର ଭୟ ଏବଂ ଆତଙ୍କିତ ଅବସ୍ଥାରେ ଜୀବନ କାଟୁଛନ୍ତି ।

ସେହିପରି ବର୍ତ୍ତମାନ ସୁଦ୍ଧା ୧୦ ଜଣ ଆକ୍ରାନ୍ତ କାମାକ୍ଷାନଗର ମେଡିକାଲରେ ଚିକିତ୍ସାଧୀନ ଅବସ୍ଥାରେ ଥିବା ବେଳେ ୫୦ ଜଣ ଆକ୍ରାନ୍ତ ସୁସ୍ଥ ହୋଇ ଘରକୁ ଫେରିଛନ୍ତି । ଅନ୍ୟ ଆକ୍ରାନ୍ତମାନେ ଘରେ ରହି ମେଡସିନ ିଖାଉଥିବା ଜଣାପଡିଛି । ଆକ୍ରାନ୍ତ ହୋଇଥିବା ଲୋକମାନଙ୍କ କହିବା ଅନୁ୍‌ଯାୟୀ ଜନସ୍ୱାସ୍ଥ ବିଭାଗ ପକ୍ଷରୁ ଯୋଗାଉଥିବା ପାନୀୟ ଜଳ ଭାରି ଦୂଷିତ । ସେହି ପାଣି ପିଇବା ଦ୍ୱାରା ହିଁ ଆମମାନଙ୍କର ଏପରି ଅବସ୍ଥା ହୋଇଛି ।

Leave a Reply

Your email address will not be published. Required fields are marked *