ମଡେଲ ଦିବ୍ୟା ମର୍ଡର କେସ: ଜଣେ ଅଭିଯୁକ୍ତ ଗିରଫ
1 min readନୂଆଦିଲ୍ଲୀ: ଦିବ୍ୟା ପହହୁଜା ହତ୍ୟା ମାମଲାରେ ପୋଲିସକୁ ଏକ ବଡ଼ ସଫଳତା ମିଳିଛି। ପୂର୍ବତନ ମଡେଲ ଦିବ୍ୟା ପହହୁଜାଙ୍କ ହତ୍ୟା ଘଟଣାରେ ଜଣେ ବ୍ୟକ୍ତିକୁ ଗତକାଲି ପଶ୍ଚିମବଙ୍ଗରୁ ଗିରଫ କରାଯାଇଥିବା ପୋଲିସ କହିଛି।ଏହି ହତ୍ୟା ମାମଲାରେ ଫେରାର ଥିବା ବ୍ୟକ୍ତି ବଲରାଜ ଗିଲଙ୍କୁ ପଶ୍ଚିମବଙ୍ଗ ସୀମାରୁ କ୍ରାଇମବ୍ରାଞ୍ଚ ଗିରଫ କରିଛି। ବଲରାଜ ଗିଲ ହେଉଛନ୍ତି ସେହି ବ୍ୟକ୍ତି ଯିଏକି ଅନ୍ୟ ଜଣେ ବ୍ୟକ୍ତି ରବି ବାନ୍ଦ୍ରା ସହ ମିଶି ପୂର୍ବତନ ମଡେଲ ଦିବ୍ୟାଙ୍କ ଶବକୁ ଫୋପାଡି ଦେଇଥିବାର ଅଭିଯୋଗ ହୋଇଛି। ଗତକାଲି ସନ୍ଧ୍ୟାରେ ସେ ଖସିଯିବାକୁ ଚେଷ୍ଟା କରୁଥିବା ବେଳେ କୋଲକାତା ବିମାନବନ୍ଦରରୁ ଧରିଥିଲେ କ୍ରାଇମବ୍ରାଞ୍ଚ |
ଜାନୁଆରୀ 2 ରେ ଗୁରୁଗ୍ରାମର ସିଟି ପଏଣ୍ଟ ହୋଟେଲର 111 ନମ୍ବର ରୁମରୁ ପୂର୍ବତନ ମଡେଲ ଦିବ୍ୟା ପହହୁଜାଙ୍କୁ ଗୁଳି କରି ହତ୍ୟା କରାଯାଇଥିଲା। ହୋଟେଲ ମାଲିକ ଅଭିଜିତ ସିଂ ଏହି ଘଟଣା କରି ପରେ ସେ ଶବ ବ୍ୟବଚ୍ଛେଦ ପାଇଁ ଦିଲ୍ଲୀର ଗୁରୁଗ୍ରାମରୁ ବଲରାଜ ଗିଲଙ୍କୁ ଡାକିଥିଲେ।ପୋଲିସ କହିଛି ଯେ ଅନ୍ୟ ଜଣେ ଅଭିଯୁକ୍ତ ରବି ବାନ୍ଦ୍ରା ଏବେ ମଧ୍ୟ ଫେରାର ଅଛି । ପୋଲିସ ତାଙ୍କୁ ଖୋଜିବାକୁ ଚେଷ୍ଟା ଚଳାଇଛି ।
ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି ଯେ ଅଭିଜିତ ସିଂଙ୍କ ଦ୍ୱାରା ବଲରାଜ ସିଂ ଏବଂ ରବି ବଙ୍ଗାଙ୍କୁ ଦିବ୍ୟାଙ୍କ ମୃତଦେହକୁ ବିଏମଡବ୍ଲୁରେ ରଖିବା ଏବଂ ଏହାକୁ ନଷ୍ଟ କରିବା ପାଇଁ କହିଥିଲା ଏହା ପୋଲିସ ସନ୍ଦେହ କରୁଛି । ମୃତଦେହକୁ ଘଗର ନଦୀରେ ଫିଙ୍ଗି ଦେଇଥାଇପାରେ ବୋଲି ପୋଲିସ ସନ୍ଦେହ କରୁଛି । ଏକ ପୋଲିସ ଟିମ୍ ସହାୟତାରେ ନଦୀରୁ ଶବ ବାହାର କରିବା ପାଇଁ ଚେଷ୍ଟା ଚାଲିଛି ।
ସୂତ୍ରରୁ ଜଣପଡିଛି କି ମଡେଲ ଦିବ୍ୟା ପହହୁଜା ଫୋନ ରେ ଅଭିଜିତ ସିଂ କିଛି ଅଶ୍ଳୀଳ ଭିଡ଼ିଓ ଥିଲା ଯାହାକୁ ନେଇ ଦିବ୍ୟା ଅଭିଜିତ କୁ ବ୍ଲାକମେଲ କରୁଥିଲେ ଅଭିଜିତ ଡିଲିଟ କରିବା ପାଇଁ କହିଥିଲେ ହେଲେ ଦିବ୍ୟା ମନ କରିଦେଇଥିଲେ |ଏହି କାରଣରୁ ହୋଟେଲ ମାଲିକ ଅଭିଜିତ ସିଂ ଏବଂ ତାଙ୍କର ଦୁଇ ସହଯୋଗୀ ମିଶି ତାଙ୍କୁ ଗୁଳି କରିଥିଲେ।ପୋଲିସ କହିବା ଅନୁସାରେ ଅଭିଜିତ ସିଂ କାର ରେ ଦିବ୍ୟା ଙ୍କ ଶବ କୁ ନାଁ ହୋଟେଲରୁ ପାଖ ପାଖି ଗୋଟେ କିଲୋମେଟର ଦୁରରେ ତାଙ୍କ ଦୁଇ ସହଯୋଗୀଙ୍କୁ ଦେଇଥିଲେ | ପୋଲିସ କୁ ଜୁଲାଇ ୫ ରେ ପଞ୍ଜାଵ ପଟିଆଲାର ଏକ ବସ ଷ୍ଟାଣ୍ଡରୁ ବିଏମଡବ୍ଲୁ ପାଇଥିଲା |