Pratidin TV

Odisha's Digital News Platform

କରିଲେନି ୧୩୩ ଟଙ୍କାର ଅର୍ଡର ଡେଲିଭରି…୬୦ ହଜାର ଜୋରିମାନା ଗଣିଲେ ଜୋମାଟୋ

1 min read

ଅନଲାଇନରେ ଖାଦ୍ୟ ଅର୍ଡର କରିଥିଲେ ଜଣେ ଗ୍ରାହକଙ୍କୁ ମିଳିଲା ନାହିଁ ଅର୍ଡର | କିନ୍ତୁ ଏହା ବଦଳରେ ମିଳୁଛି ୬0 ହଜାର ଟଙ୍କା କ୍ଷତିପୂରଣ | ଏହି କ୍ଷତିପୂରଣ ଭରିଛନ୍ତି ଖାଦ୍ୟ ଡେଲିଭରି ସଂସ୍ଥା ଜୋମାଟୋ |

ସୂଚନା ଅନୁଯାୟୀ, କର୍ଣ୍ଣାଟକ ଧାରୱାଡ଼ ଅଞ୍ଚଳର ଶୀତଲ ନାମ୍ନୀ ଯୁବତୀ ଜୋମାଟୋ ରେ ୨0୨୩ ଅଗଷ୍ଟ ୩୧ ରେ ମୋମୋ ଅର୍ଡର କରିଥିଲେ | କିନ୍ତୁ ତାଙ୍କୁ ମୋମୋ ଡେଲିଭରି ମିଳିନଥିଲା | ଏହା ପରେ ଶୀତଲ ଜୋମାଟୋ ଏବଂ ଅର୍ଡର ଦେଇଥିବା ରେଷ୍ଟୁରାଣ୍ଟ ସହିତ ଯୋଗାଯୋଗ କରିଥିଲେ। କିନ୍ତୁ ଜୋମାଟୋ ପକ୍ଷରୁ ତାଙ୍କୁ ୭୨ ଘଣ୍ଟା ଅପେକ୍ଷା କରିବାକୁ କୁହାଯାଇଥିଲା। ମାତ୍ର ଏହା ପରେ ତାଙ୍କୁ ଅର୍ଡର ମିଳିନଥିଲା।

Advertisement

ଯାହାପରେ କୋର୍ଟର ଦ୍ୱାରସ୍ଥ ହୋଇଥିଲେ ଶୀତଲ | ୨୦୨୩ ସେପ୍ଟେମ୍ବରରେ ଶୀତଲ ଜୋମାଟୋ ବିରୋଧରେ ଖାଉଟି ଅଦାଲତରେ ମାମଲା ରୁଜୁ କରିଥିଲେ। କିନ୍ତୁ ଜୋମାଟୋ କୋର୍ଟରେ ନିଜର ତ୍ରୁଟି ସ୍ଵୀକାର ବି କରି ନ ଥିଲା। ହେଲେ କୋର୍ଟ ଜୋମାଟୋକୁ ସେବା ପ୍ରଦାନରେ ଅବହେଳା ପାଇଁ ଦୋଷୀ ସାବ୍ୟସ୍ତ କରିବା ସହିତ ଗ୍ରାହକଙ୍କୁ କ୍ଷତିପୂରଣ ବାବଦରେ ୬୦ ହଜାର ଟଙ୍କା ଦେବାକୁ ନିର୍ଦ୍ଦେଶ ଦେଇଥିଲେ। ଗତ ମେ ମାସରେ କୋର୍ଟ ଏହାର ରାୟ ଶୁଣାଇଥିଲେ।

Leave a Reply

Your email address will not be published. Required fields are marked *