IOCL କର୍ମଚାରୀଙ୍କ କାର୍ଯ୍ୟ ଅବହେଳା ; ପୋଖରୀରେ ଭାସିଲା ହଜାର ହଜାର ଲିଟରର ଡିଜେଲ୍ ….
1 min readଆଳି ; ଆଇଓସିଏଲ ଡିଜେଲ ପାଇପ ଲାଇନ ଆଳି ଦେଇ ଅତିକ୍ରମ କରିଛି। ପାରାଦୀପ ରୁ ପଶ୍ଚିମବଙ୍ଗ ର ହଳଦିଆ କୁ ଯାଇଥିବା ଡିଜେଲ ପାଇପ ଲାଇନ ଆଳି ତହସିଲ ଅନ୍ତର୍ଗତ ନରେନ୍ଦ୍ରପୁର ଭେଡ଼ା ରେ ଲିକ ହୋଇଥିଲା। କାରଣ ୨ ବର୍ଷ ତଳୁ ସେଠାରେ ପାଇପ୍ ଲାଇନ୍ କାମ ଶେଷ ହୋଇଥିବା ବେଳେ ସ୍ଥାନଟିକୁ ପୋତା ଯାଇନଥିଲା । ଫଳରେ ଡିଜେଲ ବାହାରି ପାଖ ଖାଲ ରେ ଭର୍ତ୍ତି ହୋଇ ଯାଇଥିଲା। ସୌଭାଗ୍ୟବଶତଃ କୌଣସି ଦୁର୍ଘଟଣା ଘଟି ନଥିବା ସୂଚନା ରହିଛି ।
ଆଈଓସିଏଲ କର୍ମଚାରୀ ମାନେ ପହଞ୍ଚି ମରାମତି ଜାରି ରଖିଛନ୍ତି। ନରେନ୍ଦ୍ରପୁର ଗ୍ରାମବାସୀ ଅଶୋକ ପଲାଇ କହିଛନ୍ତି ଆଜି ଦିନରେ ସେଠାରେ କିଛି ଗାଡି ଠିଆ ହୋଇ ଥିବା ଦେଖି ସେ ସେଠାକୁ ଯାଇ ଥିଲେ। ମାତ୍ର କର୍ମଚାରୀ ମାନେ ପ୍ରଥମେ ଛାଡ଼ି ନଥିଲେ। ପରେ ସେମାନେ ଏ ସଂପର୍କରେ ସୂଚନା ଦେଇଥିଲେ। ତାଙ୍କ କହିବା କଥା ସେ ଦୁଇ ବର୍ଷ ତଳୁ କାମ ସାରିଥିଲା ବେଳେ ସେ ଜାଗା କୁ କାହିଁକି ମାଟିରେ ନ ପୋତି ଛାଡିଥିଲେ କିଛି ଜାଣି ହେଉ ନାହିଁ। ଏହା ନିକଟରେ ଗ୍ରାମବାସୀ ଧାନ ଓ ବିରି ଚାଷ କରିଛନ୍ତି। ତେଲ ମାଡ଼ି ଏହା ଯେପରି ନଷ୍ଟ ନ ହୁଏ ସେଥି ପ୍ରତି ବିଭାଗ ସତର୍କ ରହିବା ଜରୁରୀ।